Categories: ଜାତୀୟ

ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ, ହାଇକୋର୍ଟଙ୍କ ରାୟ…

ଲକ୍ଷ୍ନୌ,୨୦।୧୧: ମାନହାନୀ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ,ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ। ବିଚାରପତି ସୌମିତ୍ର ଦୟାଲ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ପ୍ରାକୃତିକ ଅବା ସାଧାରଣ ମାନବୀୟ ସମ୍ପର୍କରେ କାହାର ଅତି ନିକଟତର ହେବା ଏବଂ ଅବୈଧ ସମ୍ପର୍କ ସ୍ଥାପନ କରିବା ଦୁଇ ଭିନ୍ନ ଭିନ୍ନ କଥା।

ଏକ ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହିତ ଅନ୍ୟ ବ୍ୟକ୍ତିଙ୍କର ଘନିଷ୍ଠ ସମ୍ପର୍କଥିବା କହିଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ଯେ, ଅଭିଯୁକ୍ତ ଅବୈଧ ସମ୍ପର୍କ ଶବ୍ଦର ପ୍ରୟୋଗ କରି ନାହାନ୍ତି। ତେଣୁ ଏହା ଦ୍ୱାରା ମାନହାନୀ ହେଉ ନାହିଁ।

ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୬୧ ଅନ୍ତର୍ଗତ ରୁଜୁ ହୋଇଥିବା ଏହି ମାମଲାରେ ଅଭିଯୁକ୍ତ କେବଳ ଘନିଷ୍ଠ ଶବ୍ଦର ବ୍ୟବହାର କରିଥିବାବେଳେ ଅବୈଧ ଶବ୍ଦର ବ୍ୟବହାର କରି ନାହାନ୍ତି। ଏହା ମାନହାନୀ ପାଇଁ ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

Share