‘ଲକଅପ’ ଶୋ’ରେ ଅତୀତର କିଛି ଘଟଣାକୁ ଖୁଲାସା କଲେ ପୁନମ୍‌

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଲୋକପ୍ରିୟ ଶୋ ‘ଲକଅପ’ରେ ଅନେକ ସେଲିବ୍ରିଟି ଆସୁଛନ୍ତି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି॥ ବର୍ତ୍ତମାନ ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇଛି। ଏହାରି ଭିତରେ ପୁନମ୍‌ ମଧ୍ୟ କିଛି ନୂଆ ଖୁଲାସା କରିଛନ୍ତି। ଶୋ’ରେ ପୁନମ୍‌ ପାଣ୍ଡେ ଅତୀତର ଜଡିତ ଅନେକ କିଛି ରହସ୍ୟକୁ ପ୍ରକାଶ କରିଥିଲେ।
ସେ କହଛନ୍ତି, ଯେତେବେଳେ ତାଙ୍କ ପୂର୍ବତନ ସ୍ବାମୀ ଅସଦାଚରଣ କରୁଥିଲେ। ସେତେବେଳେ ଅନେକ ଥର ନିଜକୁ ମାରିବାକୁ ଚେଷ୍ଟା କରିଥିଲି। ମୁଁ ମୋର ବିବାହକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ମୋ ସ୍ବାମୀଙ୍କ ଠାରୁ ସମ୍ମାନ ପାଇ ନ ଥିଲି। ଏହା ପରେ ମୁଁ ମଦ ପିଇବା କରିବା ଆରମ୍ଭ କରିଥିଲି। ଏହା ବ୍ୟତୀତ ଆହୁରି କହିଛନ୍ତି ଯେ, ବିଷ ପିଇବା ସହ ନିଜ ଘରର ସାତ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି।

Share