ପୂର୍ବ ସ୍ବାମୀଙ୍କ ବିରୋଧରେ ଖୁଲାସା କଲେ ପୁନମ୍‌

ମୁମ୍ବାଇ: କଙ୍ଗନା ରଣାୱାତ୍‌ ରିଆଲିଟି ଶୋ ‘ଲକଅପ’ରେ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ସେହିଭଳି ବିବାଦ ସହ ଯୋଡି ହୋଇଥିଲେ ପୁନମ୍‌ ପାଣ୍ଡେ। ଶୋ’ରେ ପୁନମ୍‌ ତାଙ୍କ ବିବାହର ହୃଦୟଥରା ଯନ୍ତ୍ରଣା ବିଷୟରେ ଜଣାଇଛନ୍ତି । ପୂର୍ବ ସ୍ବାମୀଙ୍କ ବିରୋଧରେ ଏଭଳି କିଛି ଖୁଲାସା କରିଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।
ଶୋ’ ରେ ପୁନମ୍‌ କହିଛନ୍ତି ,ସାମ ବମ୍ବେଙ୍କୁ ବିବାହ କରିବା ପରେ ସେ ତାଙ୍କ ଘରକୁ ଯାଇଥିଲେ। ଘରଟି ଚାରି ମହଲା ବିଶିଷ୍ଟ ଥିଲା। ହେଲେ ଗୋଟିଏ ରୁମ ଛାଡ଼ି ଦେଲେ ସାମ ଅନ୍ୟ ରୁମ୍‌କୁ ତାଙ୍କୁ ଯିବାକୁ ଦେଉ ନ ଥିଲେ। ଘର ଭିତରେ ଫୋନ୍‌ରେ ମଧ୍ୟ ହାତ ଲଗାଇବାକୁ ମନା କରୁଥିଲେ। ଏପରିକି ସାମ ତାଙ୍କୁ ବହୁତ ନିର୍ଯାତନା ଦେଉଥିଲେ । ସାମ ତାଙ୍କୁ ଲଗାତାର ଭାବେ ଗୋଟିଏ ଜାଗାକୁ ମାରୁଥିବାରୁ ତାଙ୍କର ‘ବ୍ରେନ ହାମ୍ରେଜ’ ହୋଇ ଯାଇଥିଲା। କେବଳ ଏତିକି ନୁହେଁ କହିଥିଲେ କି ସାମ ଜଣେ ମଦୁଆ ବୋଲି ସେ ଖୁଲାସା କରିଥିଲେ।

Share