ସ୍ବାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୮।୧: ବରଗଡ଼ ଜିଲା ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ) ଡା. ଚାରୁବାଳା ରଥଙ୍କୁ ଫେରାଦ ହୋଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂତନ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ନିଯୁକ୍ତି, ପର୍ଯ୍ୟାପ୍ତ ଭାବେ ଉଦ୍ଦିଷ୍ଟ ଚିକିତ୍ସା ଉପକରଣ, ଔଷଧ ବ୍ୟବସ୍ଥା, ପୁରୁଣା ଡାକ୍ତରଖାନାର ଅବ୍ୟବସ୍ଥା ଉପରେ ସିଡ଼ିଏମ୍‌ଓଙ୍କୁ ଅବଗତ କରାଇଥିଲେ। ସେ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ସିଡ଼ିଏମ୍‌ଓ ଡା. ରଥ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧି ଦଳରେ ସଂଘର ଜିଲା ଆବାହକ ବିମଳ କୁମାର ଦାଶ, ସାଧାରଣ ସମ୍ପାଦକ ସୁଜିତ ମିଶ୍ର, ବାଲ୍ମିକୀ ଷଡ଼ଙ୍ଗୀ, ଶିବାନନ୍ଦ ମଟାରୀ, ସୁଷେନ ବହିଦାର, ଜ୍ୟୋତ୍ସ୍ନା ପାଇକ ପ୍ରମୁଖ ଉପସ୍ଥିତ ଥିଲେ।