ଭୁବନେଶ୍ୱରରେ ବ୍ରିଟେନ୍‌ ଫେରନ୍ତା

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣକ ଗତ ସପ୍ତାହରେ ବ୍ରିଟେନ୍‌ରୁ ଫେରିଛନ୍ତି। ବର୍ତ୍ତମାନ ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସ୍‌ କରାଯାଉଛି। ଚିହ୍ନଟ ବ୍ୟକ୍ତିଙ୍କ ସହିତ ତାଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ପରୀକ୍ଷା କରାଯିବ। ତେବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସତର୍କତା ଅବଲମ୍ବନ କରିବା ସହ କଟକଣା ମଧ୍ୟରେ ରହିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପରାମର୍ଶ ଦେଇଛନ୍ତି।