ପଥକୁ ଫେରିବ ପଥୋତ୍ସବ

ଅନୁଗୋଳ ଅଫିସ,୧୬ା୧୨: ୨୦୨୩ ଏପ୍ରିଲ ୧ରେ ୩୦ ବର୍ଷରେ ପଦାର୍ପଣ କରିବ ଅନୁଗୋଳ ଜିଲା। ଏହାକୁ ସ୍ବତନ୍ତ୍ର ତଥା ସ୍ମରଣୀୟ କରିବାକୁ ବହୁ ପୂର୍ବରୁ ଯୋଜନା କରିସାରିଛି ଜିଲା ପ୍ରଶାସନ। ତଦନୁଯାୟୀ ଚଳିତ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି ବିଭିନ୍ନ ଉତ୍ସବ, ମହୋତ୍ସବ। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଜିଲାବାସୀ। ଗତ ୧୧ ତାରିଖ ମିନି ମାରାଥନରେ ହିଁ ଦେଖିବାକୁ ମିଳିଥିଲା ଏହାର ଝଲକ। ସେହିପରି ଆସନ୍ତା ୧୮ ତାରିଖ ରବିବାର ଜିଲାରେ ହୋଇଛି ରାହାଗିରି ଆୟୋଜନ। ଅନୁଗୋଳ ସହିତ ପ୍ରଥମ କରି ଆଠମଲ୍ଲିକ, ପାଲଲହଡ଼ା ଓ ତାଳଚେର ଉପଖଣ୍ଡରେ ଏହି ପଥ ଉତ୍ସବରେ ସାମିଲ ହେବେ ଲୋକେ। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାର ମଜା ନେବାକୁ ଅପେକ୍ଷା କରିଛନ୍ତି ସମସ୍ତେ।
୨୦୧୭ ମସିହାଠାରୁ ଅନୁଗୋଳରେ ଆରମ୍ଭ ହୋଇଥିଲା ରାହାଗିରି। ହେଲେ କରୋନା କାରଣରୁ ଏହା ୨ ବର୍ଷ ବନ୍ଦ ରହିଥିଲା। ତେବେ ଜିଲାର ୩୦ ତମ ଜନ୍ମୋତ୍ସବ ପାଳନ ହେବାକୁ ଯାଉଥିବା ବେଳେ ଏହାର ପୁନଃ ଆୟୋଜନ ଜିଲାବାସୀଙ୍କ ମନକୁ ଖସିରେ ଭରିଦେଇଛି। ଅନୁଗୋଳ ସହର ଜଗନ୍ନାଥ ମନ୍ଦିର ଠାରୁ ବଇଡି କଲେଜ ପର୍ଯ୍ୟନ୍ତ ରାସ୍ତାରେ ଏହି ପଥ ଉତ୍ସବ ଆୟୋଜିତ ହେବ। ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୃତ୍ୟସଙ୍ଗୀତ ପାଇଁ ମଣ୍ଡପ କରାଯାଇଛି। ଏଠାରେ ଜିଲା ଓ ଓଲିଉଡର କଳାକାରମାନେ ସେମାନଙ୍କ କଳା ପରିବେଷଣ କରିବେ। ଏଥିସହ ଅନୁଗୋଳ ମାଟିର କାରିଗରି ଓ ସମରକଳା ଶୈଳୀ ମଧ୍ୟ ପ୍ରଦର୍ଶନ କରାଯିବ। ରାସ୍ତା ଉପରେ ଭଳିକି ଭଳି ରଙ୍ଗୋଲି ଓ ଝୋଟି ଲୋକଙ୍କ ମନ ମୋହିବ। ପେପର କ୍ରାଫ୍ଟ, ପେଣ୍ଟିଂ, ବିଜ୍ଞାନ ପ୍ରକଳ୍ପ, ବର୍ଜ୍ୟବସ୍ତୁରୁ ନିର୍ମାଣ ହୋଇଥିବା ଅନେକ ସାମଗ୍ରୀ ନିଶ୍ଚିତ ଜିଲାବାସୀଙ୍କୁ ଭଲ ଅନୁଭୂତି ଦେବ। ଏଥିସହ ବିଲୁପ୍ତପ୍ରାୟ କେନ୍ଦରା, ଖଞ୍ଜଣି ଆଦି ବାଦ୍ୟଯନ୍ତ୍ର ବଜାଇ କଳାକାରମାନେ ଲୋକଙ୍କୁ ଆକୃଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ସଂକୀର୍ତ୍ତନ, ଦିବ୍ୟାଙ୍ଗଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଶିଶୁଙ୍କ ମଧ୍ୟରେ ସୁନ୍ଦର ପୋଷାକ ପରିଧାନ ପ୍ରତିଯୋଗିତା ଆଦି ଲୋକେ ଦେଖିବାକୁ ପାଇବେ। ତେବେ ସବୁଠାରୁ ଆକର୍ଷଣୀୟ ହେବ ନୃତ୍ୟ କାର୍ଯ୍ୟକ୍ରମ। ନିର୍ମାଣ ହୋଇଥିବା ମଣ୍ଡପରେ ସୋଲ ଡ୍ୟାନ୍ସ, ଗ୍ରୁପ୍‌ ଡ୍ୟାନ୍ସ, ଷ୍ଟାଣ୍ଡଅପ୍‌ କମେଡି, ଟାଏକୋଣ୍ଡୋ ଆଦି ଦେଖିବାକୁ ମିଳିବ। କେବଳ ଅନୁଗୋଳ ନୁହେଁ, ଏଥର ନୂତନ କରି ଆଠମଲ୍ଲିକ ଉପଖଣ୍ଡର ଗାନ୍ଧୀ ଛକ ଠାରୁ ବସଷ୍ଟାଣ୍ଡ ଯାଏ ରାହାଗିରି ଅନୁଷ୍ଠିତ ହେବ। ପାଲଲହଡାର ସତ୍‌ସଙ୍ଗ ବିହାର ଓ ତାଳଚେରର ପ୍ରାଚୀନ ରାଜବାଟି ସମ୍ମୁଖରେ ମଧ୍ୟ ପଥୋତ୍ସବର ମଜା ନେଇପାରିବେ ଅଞ୍ଚଳବାସୀ।

ଭରପୂର ମଜା ଉଠାଇବା ଆଶା
ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ରାହାଗିରି ଅନୁଷ୍ଠିତ ହେବାକୁ ଯାଉଛି। ଅନୁଗୋଳ ସହରରେ ହେବାକୁ ଥିବା ଏହି ପଥୋତ୍ସବରେ ଅନୁଗୋଳ, ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ଜନ ସାଧାରଣ ଯୋଗଦେଇ ଭରପୂର ମଜା ଉଠାଇବେ ବୋଲି ଆଶା କରାଯାଉଛି।
-ବୈତୁରା ଦୀପ, ଉପଜିଲାପାଳ, ଅନୁଗୋଳ

ଖୁବ୍‌ ଆକର୍ଷଣୀୟ ହେବ
ଅନୁଗୋଳରେ ପୁଣି ରାହାଗିରିର ଆୟୋଜନ। ଏହି ଖବର ଶୁଣିବା ପରଠାରୁ ଅତି ଉତ୍ସାହିତ ହୋଇପଡ଼ିଛି। କେବଳ ରବିବାର ସକାଳକୁ ଅପେକ୍ଷା କରିଛି। ଶୀତୁଆ ସକାଳେ ରାସ୍ତା ଉପରେ ସହସ୍ରାଧିକ ଲୋକଙ୍କ ମେଳରେ ଉତ୍ସବ ପାଳନ ଖୁବ୍‌ ଆକର୍ଷଣୀୟ ହେବ।
-ମଧୁସ୍ମିତା ରାଉତ, ଛାତ୍ରୀ, ଅନୁଗୋଳ

ଆତୁର ହୋଇପଡ଼ିଛି
୨ ବର୍ଷ ପରେ ହେବାକୁ ଯାଉଥିବା ପଥୋତ୍ସବରେ ସାମିଲ ହେବାକୁ ଆତୁରତାର ସହ ଅପେକ୍ଷା କରି ରହିଛି। ବହୁ ସଂଖ୍ୟକ କଳାକାର ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବାରୁ ଏହା ଦେଖିବାର ସୁଯୋଗ ନିଶ୍ଚିତ ସମସ୍ତେ ନେବା ଉଚିତ।
– କଳ୍ପନା ନାଏକ, ଛାତ୍ରୀ, ଅନୁଗୋଳ

କେହି ମିସ୍‌ କରିବାକୁ ଚାହିଁବେନି
ଗୋଟିଏ ମଞ୍ଚରେ ହେବ ନୃତ୍ୟ। ସଙ୍ଗୀତ ପରିବେଷଣ ସହ କମେଡି ଦେଖିବାର ସୁଯୋଗ ମିଳିବ। ତେଣୁ ଏପରି ଏକ ଉତ୍ସବକୁ ମିସ୍‌ କରିବାକୁ କେହି ଚାହିଁବେ ନାହିଁ। ସକାଳୁ ଏହାର ଆୟୋଜନ ସମସ୍ତଙ୍କୁ ଅଧିକ ଭଲ ଲାଗିବ।
-ନାନ୍‌ସୀ ବିଶ୍ୱାଳ, ଛାତ୍ରୀ, ଅନୁଗୋଳ

ଯୁବପିଢ଼ିଙ୍କ ପାଇଁ ଶିକ୍ଷଣୀୟ ହେବ
ସକାଳର ଶାନ୍ତ ଶୀତଳ ପରିବେଶକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ କରିବ । ରଙ୍ଗୋଲି, ଝୋଟି, ବିଜ୍ଞାନ ପ୍ରକଳ୍ପ ସହ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀ ତିଆରି କୌଶଳ ନିଶ୍ଚିତ ଆକର୍ଷଣୀୟ ହେବ। ଏଥିରୁ ଯୁବପିଢ଼ିଙ୍କୁ ଅନେକ କିଛି ଶିକ୍ଷା ମିଳିବ।
-ପ୍ରିୟଦର୍ଶିନୀ ଗଡ଼ନାୟକ, ଛାତ୍ରୀ, ଅନୁଗୋଳ

ଉପଖଣ୍ଡଗୁଡ଼ିକରେ ଆୟୋଜନ ପ୍ରଶଂସନୀୟ
ଅନୁଗୋଳ ସହର ପରି ଜିଲାର ବିଭିନ୍ନ ଉପଖଣ୍ଡରେ ପଥ ଉତ୍ସବର ଆୟୋଜନ ବେଶ୍‌ ପ୍ରଶଂସନୀୟ। ପୂର୍ବରୁ ଏହି ଉତ୍ସବ କେବଳ ଅନୁଗୋଳରେ ସୀମିତ ରହିଥିଲା। ଏବେ ଜିଲାର କୋଣ ଅନୁକୋଣରେ ଏହା ପହଞ୍ଚିପାରିଥିବାରୁ ସମସ୍ତେ ନିଶ୍ଚିତ ସ୍ବାଗତ କରିବେ।
-ମିତାଲି ସାମଲ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri