ଅଳାଇଲୋରେ ଅଧିକୃତ ଜମି ଚାଷୀଙ୍କୁ ଫେରାଅ

କେନ୍ଦ୍ରାପଡ଼ା,୧୬ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଳାଇଲୋଠାରେ ବିଦ୍ୟୁତ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ସ୍ଥାନୀୟ ଲୋକଙ୍କଠାରୁ ୧୨ବର୍ଷ ପୂର୍ବେ ଜମି ଅଧିଗ୍ରହଣ କରାଯାଇଥିଲା। ତେବେ ଏହି ଜମି ଚାଷୀଙ୍କୁ ଫେରାଇବା ପାଇଁ ଜିଲା ଜନ ଅଧିକାର ଅଭିଯାନ ପକ୍ଷରୁ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଦାବି ଉପସ୍ଥାପନ କରାଯାଇଛି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ଅଭିଯାନର ସଭାପତି ଭୁବନ ମୋହନ ଜେନା, ଇଚ୍ଛାପୁରର ଚିତ୍ତ ରଞ୍ଜନ ସାହୁ, ଯୁବ ନେତା ରାକେଶ ମହାନ୍ତି, ସାମଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ୱାରି ଗ୍ରୁପ ପକ୍ଷରୁ ଢେଙ୍କାନାଳ ଜିଲାରେ ଏକ ମେଗା ସୌର ପ୍ୟାନେଲ ପ୍ରକଳ୍ପ ନିର୍ମାଣ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ବୃହତ ସମନ୍ବିତ ସୌର ପ୍ୟାନେଲ କାରଖାନା ସେଠାରେ ନିର୍ମିତ ହେବ। ଯାହାର ୧୦ହଜାର ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦନ କ୍ଷମତା ରହିବ। ୯୦୦ ହେକ୍ଟର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୧୪ ହଜାର ପ୍ରତ୍ୟକ୍ଷ ଓ ୨୫ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ। ତେବେ କେନ୍ଦ୍ରାପଡ଼ା ଜିଲାର ୧୨ ବର୍ଷ ତଳର ଏପରି ପ୍ରକଳ୍ପ ସ୍ବପ୍ନ ଏବେ ଧୂଳିସାତ ହୋଇଛି। ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ମହାକାଳପଡା ବ୍ଲକ ଅଞ୍ଚଳର ଅଧିଗ୍ରହଣ ହୋଇଥିବା ୮୭୫ ଏକର ଜମି ଏବେ ସୁଦ୍ଧା ପଡ଼ିଆ ପଡ଼ିଛି। ୫୦ ଏକର ଜମି ଉପରେ ସହରାଞ୍ଚଳ ଗଢ଼ି ଉଠୁଥିବା ସ୍ବପ୍ନରେ ଭଟ୍ଟା ପଡ଼ିଛି। ୨୦୧୧ ମସିହାରେ ଜିଲାର ମହାକାଳପଡା ତହସିଲ ଅଞ୍ଚଳରେ ୨ଟି ୬୬୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ଜିଲାବାସୀ ସ୍ବପ୍ନ ଦେଖିଥିଲେ। ସେହିବର୍ଷ ଜାନୁୟାରୀ ୩ରେ ତତ୍କାଳୀନ ଶକ୍ତି ସଚିବ ଓ ଚେନ୍ନାଇସ୍ଥିତ ମେସର୍ସ ଏସ୍‌ପିଆଇ ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସ୍‌ପିଆଇପିଏଲ୍‌)ର ନିର୍ଦ୍ଦେଶକଙ୍କ ମଧ୍ୟରେ କମ୍ପାନୀ ଧାରା ୧୯୫୬ ଅନୁଯାୟୀ ଏକ ଏମ୍‌ଓୟୁ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଳାଇଲୋ, ବିଲିପଡ଼ା, ନଛିପଡ଼ା ଓ ନିୟାମତପୁର ରାଜସ୍ବ ଗ୍ରାମର ୮୭୫ ଏକର ଜମି ଜିଲା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୮୪୦ ଏକରୁ ଊର୍ଦ୍ଧ୍ୱ ଜମିରେ ଚାଷ ହେଉଥିଲା। ଜମି ଅଧିଗ୍ରହଣ ପରେ ଏହା ପଡ଼ିଆ ପଡ଼ିଛି। ପାୱାର ପ୍ଲାଣ୍ଟ ପ୍ରକଳ୍ପ ଅନୁଯାୟୀ, ଅଧିଗ୍ରହଣ ଜମିରେ ୫୬୫ ଏକର ଜମି ପ୍ଲାଣ୍ଟ ପାଇଁ ଉପଯୋଗ କରିବାକୁ ଥିବା ବେଳେ ୧୨୫ ଏକର ଜମି ରେଳପଥ, ପାଣି ପାଇପ ଲାଇନ ବିଛାଇବାରେ ବିନିଯୋଗ ହୋଇଥାନ୍ତା। ଅବଶଷ୍ଟ ଜମିରୁ ୫୦ ଏକର ଜମି ଉପରେ ସହରାଞ୍ଚଳ ଓ ୨୬୦ ଏକର ଜମିରେ ସବୁଜ ବଳୟ ସୃଷ୍ଟି କରାଯାଇଥାନ୍ତା। ତେବେ ୨୦୧୬ ଜାନୁୟାରୀ ୩ରୁ ଏମ୍‌ଓୟୁ ଅବଧି ସରି ଯାଇଥିବା ବେଳେ ଜିଲାବାସୀଙ୍କ ଶିଳ୍ପ ସ୍ବପ୍ନ ଅଧୁରା ରହିଛି। ସେହିପରି ଏହି ବିଦ୍ୟୁତ୍‌ ପ୍ଲାଣ୍ଟର ସାମଗ୍ରୀ ପରିବହନ ପାଇଁ ପ୍ରାଥମିକସ୍ତରରେ ଭିତ୍ତିଭୂମି ନ ଥିବା ବେଳେ ୩ ବର୍ଷ ଧରି ହରିଦାସପୁର- ପାରାଦୀପ ବ୍ରଡଗେଜ ଲାଇନରେ ପଣ୍ୟବାହୀ ରେଳ ଚଳାଚଳ କରୁଛି। ବିଦ୍ୟୁତ୍‌ ପ୍ଲାଣ୍ଟ ପାଇଁ ଅଧିଗ୍ରହଣ ଜମି କାର୍ଯ୍ୟରେ ଲାଗୁ ନ ଥିବାରୁ ଜିଲା ପ୍ରଶାସନ ଚାଷୀଙ୍କୁ ଜମି ଫେରାଇ ଦେବାକୁ ସେମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri