ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ବଳ ମାନସିକତାର ପରିଚୟ, ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ କହିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଏବେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେରିକା ଇତିହାସରେ ଏଭଳି ଲଜ୍ୟା ଜନକ ଘଟଣା କେବେ ମଧ୍ୟ ଘଟି ନ ଥିଲା। ସୈନ୍ୟ ବିଫଳ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ନିଷ୍ପତ୍ତି ଗ୍ରହଣ ଦୁର୍ବଳ ମାନସିକତାର ପରିଚୟ ଦେଉଛି। ତେବେ ଆମେରିକା ସୈନ୍ୟ ବାହିନୀ ଆଫଗାନିସ୍ତାନରେ ଛାଡ଼ି ଆସିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share