ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ୨ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି ।
ପୂର୍ବରୁ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ପାତ୍ରଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ କେଶ ନଂ.୧୩(୨).୧୩(୧) ପି.ଏ. ଧାରା ୧୯୮୮ ରେ ମାମଲା ରୁଜୁ କରିଥିଲା । ସମୋବାର ଜୟପୁର ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତ ବିଚାରପତି ଏହି ରାୟ ଶୁଣାଇଛନ୍ତି । ଏଥି ସହିତ ଭିଜିଲାନ୍ସ  ବିଭାଗ ତରଫରୁ କଲ୍ୟାଣର ବିଭାଗକୁ ତାଙ୍କ ପେନଶନ ବନ୍ଦ କରିବା ନିମନ୍ତେ ଅବଗତ ମଧ୍ୟ କରିଛନ୍ତି ।
Dharitri – Odisha’s No.1 Odia Daily

Share