ପେନ୍‌ସନ ସମ୍ପର୍କିତ ଅଭିଯୋଗ ରଖିଲେ ଅବସରପ୍ରାପ୍ତ ନୌସୈନିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଭେଟେରାନ୍ସ କ୍ଲବ୍‌ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକଙ୍କ ପେନସନ ସମ୍ପର୍କିତ ଏକ ଇପିପିଓ ଅଭିଯୋଗ କାର୍ଯ୍ୟଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ନୌସେନା ରକ୍ଷା ଲେଖା ନିର୍ଦ୍ଦେଶକ କାର୍ଯ୍ୟାଳୟ ମୁମ୍ବାଇ ପକ୍ଷରୁ କେନ୍ଦ୍ରୀୟ ଅଧିକାରୀ ଜଗଦୀଶ ସପ୍‌କାଲେ, ନୌସେନା ପେନ୍‌ସନ୍‌ ବିଭାଗ ମୁମ୍ବାଇର ବରିଷ୍ଠ ନୌସେନା ଅଧିକାରୀ କମୋଡୋର ଶ୍ରୀଧର ରାମସ୍ବାମୀ ଏବଂ ବରିଷ୍ଠ ନୌସୈନିକ ଅନିଶ୍‌ମୌର୍ଯ୍ୟ ଉପସ୍ଥିତ ଥିଲେ। ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ୧୦୪ଜଣ ଓ ପ୍ରତ୍ୟକ୍ଷ ଭାବରେ ୫୦ଜଣ ପୂର୍ବତନ ନୌସୈନିକ ତାଙ୍କର ଅଭିଯୋଗ ଦର୍ଶାଇଥିବାବେଳେ ୧୦୪ଜଣଙ୍କର ଅଭିଯୋଗ ସମସ୍ତଙ୍କ ଉପସ୍ଥିତିରେ ଜଗଦୀଶଙ୍କୁ ହସ୍ତାନ୍ତର କରାଯାଇଥିଲା। ଭେଟେରାନ୍ସ କ୍ଲବ୍‌ ଓଡ଼ିଶାର ସଭାପତି ଭେଟେରାନ୍‌ ବିଦ୍ୟାଧର ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ। ଭେଟେରାନ୍‌ ସମରେନ୍ଦ୍ର ପରିଜା, ସେନାପଦକ ପ୍ରାପ୍ତ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ଗୋପୀନାଥ ମିଶ୍ର, କାଳୀ ପ୍ରସାଦ ମିଶ୍ର, ଚିନ୍ମୟ କୁମାର ହୋତା, ଶେଷଦେବ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଅଜୟ କୁମାର ନାୟକ, ମହେଶ୍ୱର ଦୀକ୍ଷିତ୍‌, ରମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।