ପୂଜାପାଠ ପରେ ବିକିଥାନ୍ତେ ବାଘଛାଲ, ପୂର୍ବରୁ ଧରାପଡ଼ିଗଲେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସହ…

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ରବିବାର ସକାଳେ ଏକ କଲରାପତରିଆ ବାଘଛାଲକୁ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ, ଜଣେ ବାବାଜୀଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି। ଏହି ମାମଲାରେ ଜଡ଼ିତ ଆଉ ଜଣେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଚେଷ୍ଟା ଚଳାଇଛନ୍ତି। ଗିରଫ ୭ ଜଣ ହେଲେ ଗଜପତି ଜିଲା ରାମଗିରି ଥାନା ବେଡିଙ୍ଗି ଗ୍ରାମର ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ କାଳୀଚରଣ ଜାନୀ, ରାମଗିରି ଥାନା ଆଡ଼ମଙ୍ଗି ଗ୍ରାମର ବିପିନ ଚରଣ ପ୍ରଧାନ, ବେଲଗୁଣ୍ଠା ଥାନା ଗୁଣ୍ଡୁରିବାଡ଼ିର ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ, ବେଲ ଗୁଣ୍ଠାଥାନା ପନ୍ତିଖାଡିର ସୁଶାନ୍ତ ଡାକୁଆ, ମୋହନା ଥାନା ଗୋଛାଗଡ଼ାର କ୍ଷେତ୍ରୀୟ ମଲ୍ଲିକ ଓ ପୁରଷତ୍ତମପୁର ଥାନା ସୋମା ଗ୍ରାମର ତ୍ରିନାଥ ବିଶ୍ବାଳ । ଏଥିସହ ସେମାନଙ୍କ ଠାରୁ ଗୋଟିଏ କାତି, ଦୁଇଟି ଭୁଜାଲି, ୫ଟି ମୋବାଇଲ, ବାଘଛାଲ ପୂଜାରେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିବା ଜଣାପଡ଼ିଛି। ରବିବାର ସ୍ଥାନୀୟ ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲାର ୩ ଜଣ ଏବଂ ପୁରୁଷୋତ୍ତମପୁରର ଜଣେ ମିଶି ଏକ ବାଘଛାଲ ଧରି ଭଞ୍ଜନଗର ଅଭିମୁଖେ ଆସି ଶନିବାର ବାବାଜୀ ସୁରେନ୍ଦ୍ର ପ୍ରଧାନଙ୍କୁ ଦେଇଥିଲେ। ଏହାପରେ ବାବାଜୀ ଅନ୍ୟମାନଙ୍କ ସହାୟତାରେ ତାହାକୁ ପୂଜାପାଠ ରାତିରେ କରିଥିଲେ। ବାଘ ଛାଲକୁ ପୂଜା ପାଠ କଲେ ଧନ ବଢ଼ିବ ବୋଲି ସେମାନଙ୍କ ବିଶ୍ବାସ। ଏହାପରେ ତାକୁ ରବିବାର କେଉଁ ଆଡ଼େ ବିକ୍ରି କରିବା ଯୋଜନା ଥିଲା। ଏହା ପୂର୍ବରୁ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଯୋଜନା କରିଥିଲେ। ରାତିରେ ତୁରନ୍ତ ୫ ଟିମ୍‌ ଗଠନ ହୋଇଥିଲା। ଏହାପରେ କର୍ମଚାରୀମାନେ ବ୍ୟବସାୟୀ, ଚାଷୀ ବେଶରେ ଯାଇ ପ୍ରଥମେ ବାବାଜୀଙ୍କ ଘରେ ଆଜି ସକାଳ ୮ ଟାରେ ଚଢ଼ାଉ କରିଥିଲେ। ସେଠାରୁ ବାଘ ଛାଲ ମିଳିଥିଲା। ଏହାପରେ ସେଠାରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିସହ ସେମାନଙ୍କ ଠାରୁ ସୂଚନା ପାଇ ଭଞ୍ଜନଗର ରାଜ ପ୍ୟାଲେସରେ ଥିବା ଅନ୍ୟ ୪ ଜଣକୁ ଗିରଫ କରାଯାଇଥିଲା। ଏହି ମାମଲାରେ ଆଉ ଜଣେ ଖସି ପଳାଇଛନ୍ତି।

ଚଢ଼ାଉର ନେତୃତ୍ୱ ଏସିଏଫ୍‌ ବିବେକ କୁମାର ଦାସ, ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନା, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ, ବବୁଲ ସେଠୀ ପ୍ରମୁଖ ନେଇଥିଲେ। ଜବତ ଛାଲଟି ୧୫ ଦିନ ତଳର। ଜବତ ଛାଲରେ ଗୁଳି ବାଜିଥିବା ଚିରହ୍ନ ଅଛି। ତେଣୁ ବାଘକୁ କେଉଁଠି ଗୁଳି କରି ମାରିବା ପରେ ତାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା। ଏହି ରାକେଟରେ ଆହୁରି ଅନେକ ଲୋକ ଜଡ଼ିତ ଥିବା ସମ୍ଭାବନା ରହିଛି। କେଉଁ ବନଖଣ୍ଡରେ ବାଘକୁ ଶିକାର କରାଯାଇଛି ତା’ର ପ୍ରମାଣ ମିଳିନାହିଁ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ…

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri