ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ୫୭% ବୃଦ୍ଧି

ନୂଆଦିଲ୍ଲୀ,୧୧।୧୦: ଚଳିତ ବର୍ଷ ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ପ୍ରାୟ ୫୭% ବୃଦ୍ଧି ସହ ୫୩୯,୨୨୭ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ଅଟୋମୋବାଇଲ କ୍ଷେତ୍ର ବର୍ତ୍ତମାନ ଏକ ବଡ଼ ଅଭିବୃଦ୍ଧି ଏବଂ ପୁନରୁଦ୍ଧାରର ସଙ୍କେତରେ ରହିଛି। ବିଶେଷକରି ଗତ ବର୍ଷ ଏହି ସମୟ(୨୦୨୧-୨୨) ରେ ୩୪୨,୪୫୯ ୟୁନିଟ ଯାନ ବିକ୍ରି ହୋଇଥିଲା। ଏ ନେଇ ସୋମବାର ଫେଡେରେଶନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ (ଫାଡା) ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ମୋଟ ବିକ୍ରି (ଓଭରାଲ୍‌ ସେଲ) ୨୦୨୦ ନବରାତ୍ରଠାରୁ ୨୭% ଏବଂ ୨୦୧୯ ଅବଧି ମଧ୍ୟରେ ୧୬% ଅଧିକ ରହିଥିଲା, ଯେଉଁଥିରେ ନବରାତ୍ର ଅବଧିରେ ୨ ଚକିଆ ଯାନ, ୩ ଚକିଆ ଯାନ, ବାଣିଜି୍ୟକ ଯାନ, ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟର ଯଥାକ୍ରମେ ୫୨%, ୧୧୫%, ୪୮% , ୭୦% ଏବଂ ୫୮% ବୃଦ୍ଧି ପାଇଛି। ସେହିଭଳି ନବରାତ୍ର ରିଟେଲ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ବିଗତ ୩ବର୍ଷ ବ୍ୟବଧାନ ପରେ ଗ୍ରାହକମାନେ ଶୋ’ରୁମକୁ ଫେରିଥିଲେ। ବାସ୍ତବରେ ପ୍ରି-କୋଭିଡ୍‌ ମାସ ତୁଳନାରେ କ୍ରମାଗତ ଭାବେ ଦୁର୍ବଳତା ଦେଖାଉଥିବା ୨ ଚକିଆ ବର୍ଗ ମଧ୍ୟ ଏକକ ସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ପଞ୍ଜୀକୃତ କରିଛି ବୋଲି ଫାଡାର ସଭାପତି ମନୀଷରାଜ ସିଙ୍ଘାନିଆ କହିଛନ୍ତି। ଅପରପକ୍ଷରେ ବର୍ଷକ ମଧ୍ୟରେ ୨ଚକିଆ ଯାନ ବିକ୍ରୟ ସଂଖ୍ୟା ୨୪୨,୨୧୩ ରୁ ୩୬୯,୦୨୦ ୟୁନିଟକୁ ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଖ୍ୟା ୨୦୨୦ ତୁଳନାରେ ୨୦% ଅଧିକ ଏବଂ ୨୦୧୯ ତୁଳନାରେ ୪% ଅଧିକ ବୋଲି କୁହାଯାଇଛି। ସେହିପରି ପ୍ରି-କୋଭିଡ୍‌ ଋତୁ ସମସ୍ତ ବର୍ଗ ୨ ଚକିଆ,୩ ଚକିଆ, ବାଣିଜି୍ୟକ ଓ ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟରର ଯଥାକ୍ରମେ ୪%, ୩୧%, ୩୭%, ୫୯% ଏବଂ ୯୦% ବୃଦ୍ଧି ସହ ସକାରାତ୍ମକ ଗତି ପ୍ରଦର୍ଶନ କରିଛି ବୋଲି ସିଙ୍ଘାନିଆ ମତବ୍ୟକ୍ତ କରିଛନ୍ତି। ୨୦୨୨ ନବରାତ୍ର ଋତୁରେ ୩ ଚକିଆ ଯାନ ବିକ୍ରି ଦ୍ୱିଗୁଣିତ ହୋଇ ୧୯,୮୦୯ ୟୁନିଟରେ ପହଞ୍ଚତ୍ଛି। ସେହିଭଳି ୨୦୨୧ରେ ଏହା ୯,୨୦୩ ରହିଥିଲା। ୨୦୨୦ ତୁଳନାରେ ଏହି ବର୍ଷ ୩ ଚକିଆ ବିକ୍ରିରେ ୨ଗୁଣ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri