ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ୫୭% ବୃଦ୍ଧି

ନୂଆଦିଲ୍ଲୀ,୧୧।୧୦: ଚଳିତ ବର୍ଷ ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ପ୍ରାୟ ୫୭% ବୃଦ୍ଧି ସହ ୫୩୯,୨୨୭ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ଅଟୋମୋବାଇଲ କ୍ଷେତ୍ର ବର୍ତ୍ତମାନ ଏକ ବଡ଼ ଅଭିବୃଦ୍ଧି ଏବଂ ପୁନରୁଦ୍ଧାରର ସଙ୍କେତରେ ରହିଛି। ବିଶେଷକରି ଗତ ବର୍ଷ ଏହି ସମୟ(୨୦୨୧-୨୨) ରେ ୩୪୨,୪୫୯ ୟୁନିଟ ଯାନ ବିକ୍ରି ହୋଇଥିଲା। ଏ ନେଇ ସୋମବାର ଫେଡେରେଶନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ (ଫାଡା) ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ମୋଟ ବିକ୍ରି (ଓଭରାଲ୍‌ ସେଲ) ୨୦୨୦ ନବରାତ୍ରଠାରୁ ୨୭% ଏବଂ ୨୦୧୯ ଅବଧି ମଧ୍ୟରେ ୧୬% ଅଧିକ ରହିଥିଲା, ଯେଉଁଥିରେ ନବରାତ୍ର ଅବଧିରେ ୨ ଚକିଆ ଯାନ, ୩ ଚକିଆ ଯାନ, ବାଣିଜି୍ୟକ ଯାନ, ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟର ଯଥାକ୍ରମେ ୫୨%, ୧୧୫%, ୪୮% , ୭୦% ଏବଂ ୫୮% ବୃଦ୍ଧି ପାଇଛି। ସେହିଭଳି ନବରାତ୍ର ରିଟେଲ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ବିଗତ ୩ବର୍ଷ ବ୍ୟବଧାନ ପରେ ଗ୍ରାହକମାନେ ଶୋ’ରୁମକୁ ଫେରିଥିଲେ। ବାସ୍ତବରେ ପ୍ରି-କୋଭିଡ୍‌ ମାସ ତୁଳନାରେ କ୍ରମାଗତ ଭାବେ ଦୁର୍ବଳତା ଦେଖାଉଥିବା ୨ ଚକିଆ ବର୍ଗ ମଧ୍ୟ ଏକକ ସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ପଞ୍ଜୀକୃତ କରିଛି ବୋଲି ଫାଡାର ସଭାପତି ମନୀଷରାଜ ସିଙ୍ଘାନିଆ କହିଛନ୍ତି। ଅପରପକ୍ଷରେ ବର୍ଷକ ମଧ୍ୟରେ ୨ଚକିଆ ଯାନ ବିକ୍ରୟ ସଂଖ୍ୟା ୨୪୨,୨୧୩ ରୁ ୩୬୯,୦୨୦ ୟୁନିଟକୁ ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଖ୍ୟା ୨୦୨୦ ତୁଳନାରେ ୨୦% ଅଧିକ ଏବଂ ୨୦୧୯ ତୁଳନାରେ ୪% ଅଧିକ ବୋଲି କୁହାଯାଇଛି। ସେହିପରି ପ୍ରି-କୋଭିଡ୍‌ ଋତୁ ସମସ୍ତ ବର୍ଗ ୨ ଚକିଆ,୩ ଚକିଆ, ବାଣିଜି୍ୟକ ଓ ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟରର ଯଥାକ୍ରମେ ୪%, ୩୧%, ୩୭%, ୫୯% ଏବଂ ୯୦% ବୃଦ୍ଧି ସହ ସକାରାତ୍ମକ ଗତି ପ୍ରଦର୍ଶନ କରିଛି ବୋଲି ସିଙ୍ଘାନିଆ ମତବ୍ୟକ୍ତ କରିଛନ୍ତି। ୨୦୨୨ ନବରାତ୍ର ଋତୁରେ ୩ ଚକିଆ ଯାନ ବିକ୍ରି ଦ୍ୱିଗୁଣିତ ହୋଇ ୧୯,୮୦୯ ୟୁନିଟରେ ପହଞ୍ଚତ୍ଛି। ସେହିଭଳି ୨୦୨୧ରେ ଏହା ୯,୨୦୩ ରହିଥିଲା। ୨୦୨୦ ତୁଳନାରେ ଏହି ବର୍ଷ ୩ ଚକିଆ ବିକ୍ରିରେ ୨ଗୁଣ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?