Categories: ବାଣିଜ୍ୟ

ଖସିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩୨।୧୨: ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି। ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୧%(୦.୮୯) ଖସି ୫.୮୮% ରେ ରହିଛି। ୨୦୨୨ ଅକ୍ଟୋବର ମାସରେ ଏହି ହାର ୬.୭୭%ରେ ରହିଥିଲା। ବିଶେଷକରି ନଭେମ୍ବରରେ ହ୍ରାସ ପାଇଥିବା ମୁଦ୍ରାସ୍ପୀତି ହାର ଯୋଗୁ ଦରଦାମ ହ୍ରାସ ବା ନିୟନ୍ତ୍ରଣରେ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ୨୦୨୧ ଡିସେମ୍ବରରେ ଏହାର ପରିମାଣ ୫.୫୯% ରହିଥିଲା। ୨୦୨୧ ଡିସେମ୍ବରଠାରୁ ଲଗାତର ଭାବେ ଖୁଚୁରା ମୁଦ୍ରାସ୍ଫୀତିର ହାର ୬%ରୁ ଅଧିକ ରହିଆସିଛି। ଅପରପକ୍ଷରେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହାର ପରିମାଣ ୭.୪୧% କୁ ଛୁଇଁଥିଲା। ତେବେ ୨୦୨୧ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୪.୯୧% ହୋଇଥିଲା। ଅପରପକ୍ଷରେ ଲଗାତର ୨ୟ ମାସ ହେଲା ସିପିଆଇ (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ) ମଧ୍ୟ ହ୍ରାସ ପାଉଛି। ବିଶେଷ କରି ଅମଳ ସମୟ ହୋଇଥିବାରୁ ପନିପରିବା ମୂଲ୍ୟ ହ୍ରାସ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ହୋଇଛି ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଚଳିତ ବର୍ଷ ନଭେମ୍ବର ମାସରେ ଖାଦ୍ୟସାମଗ୍ରୀର ମହଙ୍ଗା ସ୍ଥିତି ଅକ୍ଟୋବର ୭.୧% ଠାରୁ ହ୍ରାସ ହୋଇ ୪.୬୭% ହୋଇଯାଇଥିବା ବେଳେ ପନିପରିବାର ମହଙ୍ଗା ସ୍ଥିତି ଅକ୍ଟୋବରର ୭.୭୭ରୁ ହ୍ରାସ ହୋଇ -୮.୦୮% ହୋଇଯାଇଛି। ସେହିପରି ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ରେପୋ ରେଟ୍‌ ବଢ଼ାଇ ଥିଲା। ବର୍ତ୍ତମାନର ମହଙ୍ଗା ସ୍ଥିତିକୁ ନଜରରେ ରଖି ଆର୍‌ବିଆଇ ରେପୋ ରେଟରେ ବୃଦ୍ଧି କରିଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ହୋମ୍‌ଲୋନଠାରୁ ଆରମ୍ଭ କରି ଅଟୋ ଓ ବ୍ୟକ୍ତିଗତ ଋଣକୁ ମହଙ୍ଗା କରିଦେଲେ। ସୁଧ ବଢ଼ିବା କାରଣରୁ ଉପଭୋକ୍ତାମାନେ ବ୍ୟାଙ୍କରୁ କମ ଋଣ ନିଅନ୍ତି। ଟଙ୍କା କମ ହେବାରୁ ଚାହିଦା କମ୍‌ ଓ ରପ୍ତାନି ବଢ଼ିଯାଏ।

Share