ଖସିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩୨।୧୨: ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି। ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୧%(୦.୮୯) ଖସି ୫.୮୮% ରେ ରହିଛି। ୨୦୨୨ ଅକ୍ଟୋବର ମାସରେ ଏହି ହାର ୬.୭୭%ରେ ରହିଥିଲା। ବିଶେଷକରି ନଭେମ୍ବରରେ ହ୍ରାସ ପାଇଥିବା ମୁଦ୍ରାସ୍ପୀତି ହାର ଯୋଗୁ ଦରଦାମ ହ୍ରାସ ବା ନିୟନ୍ତ୍ରଣରେ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ୨୦୨୧ ଡିସେମ୍ବରରେ ଏହାର ପରିମାଣ ୫.୫୯% ରହିଥିଲା। ୨୦୨୧ ଡିସେମ୍ବରଠାରୁ ଲଗାତର ଭାବେ ଖୁଚୁରା ମୁଦ୍ରାସ୍ଫୀତିର ହାର ୬%ରୁ ଅଧିକ ରହିଆସିଛି। ଅପରପକ୍ଷରେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହାର ପରିମାଣ ୭.୪୧% କୁ ଛୁଇଁଥିଲା। ତେବେ ୨୦୨୧ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୪.୯୧% ହୋଇଥିଲା। ଅପରପକ୍ଷରେ ଲଗାତର ୨ୟ ମାସ ହେଲା ସିପିଆଇ (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ) ମଧ୍ୟ ହ୍ରାସ ପାଉଛି। ବିଶେଷ କରି ଅମଳ ସମୟ ହୋଇଥିବାରୁ ପନିପରିବା ମୂଲ୍ୟ ହ୍ରାସ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ହୋଇଛି ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଚଳିତ ବର୍ଷ ନଭେମ୍ବର ମାସରେ ଖାଦ୍ୟସାମଗ୍ରୀର ମହଙ୍ଗା ସ୍ଥିତି ଅକ୍ଟୋବର ୭.୧% ଠାରୁ ହ୍ରାସ ହୋଇ ୪.୬୭% ହୋଇଯାଇଥିବା ବେଳେ ପନିପରିବାର ମହଙ୍ଗା ସ୍ଥିତି ଅକ୍ଟୋବରର ୭.୭୭ରୁ ହ୍ରାସ ହୋଇ -୮.୦୮% ହୋଇଯାଇଛି। ସେହିପରି ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ରେପୋ ରେଟ୍‌ ବଢ଼ାଇ ଥିଲା। ବର୍ତ୍ତମାନର ମହଙ୍ଗା ସ୍ଥିତିକୁ ନଜରରେ ରଖି ଆର୍‌ବିଆଇ ରେପୋ ରେଟରେ ବୃଦ୍ଧି କରିଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ହୋମ୍‌ଲୋନଠାରୁ ଆରମ୍ଭ କରି ଅଟୋ ଓ ବ୍ୟକ୍ତିଗତ ଋଣକୁ ମହଙ୍ଗା କରିଦେଲେ। ସୁଧ ବଢ଼ିବା କାରଣରୁ ଉପଭୋକ୍ତାମାନେ ବ୍ୟାଙ୍କରୁ କମ ଋଣ ନିଅନ୍ତି। ଟଙ୍କା କମ ହେବାରୁ ଚାହିଦା କମ୍‌ ଓ ରପ୍ତାନି ବଢ଼ିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri