ସେପ୍ଟେମ୍ବରରେ ୧.୫୪%କୁ ଖସିଲା ମୁଦ୍ରାସ୍ଫୀତି, ୮ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୧୩।୧୦: ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା ହେତୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

ଖାଦ୍ୟ ମୁଦ୍ରାସ୍ଫୀତି ଲଗାତାର ଚତୁର୍ଥ ମାସ ପାଇଁ ବିଯୁକ୍ତ ରହିଛି, ଯେଉଁଥିରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଗତ ବର୍ଷ ତୁଳନାରେ ୨.୨୮% ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୧.୬୯%ରୁ ୧.୦୭%କୁ ଓ ଖାଦ୍ୟ ମୁଦ୍ରାସ୍ଫୀତି -୦.୭୦%ରୁ -୨.୧୭%କୁ ଖସିଛି। ସହରାଞ୍ଚଳରେ ମୁଦ୍ରାସ୍ଫୀତି ୨.୪୭%ରୁ ୨.୦୪%କୁ ଓ ଖାଦ୍ୟ ମୁଦ୍ରାସ୍ଫୀତି -୦.୫୩%ରୁ -୨.୪୭%କୁ ହ୍ରାସ ପାଇଛି।

ତେବେ କିଛି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ହୋଇଛି। ଆବାସ ମୁଦ୍ରାସ୍ଫୀତି ୩.୦୯%ରୁ ୩.୯୮%କୁ ବୃଦ୍ଧି ପାଇଛି, କିନ୍ତୁ ଶିକ୍ଷା ମୁଦ୍ରାସ୍ଫୀତି ୩.୬୦%ରୁ ୩.୪୪%କୁ କମିଛି।

ଅର୍ଥନୀତିଜ୍ଞମାନେ କହିଛନ୍ତି, ପରିବାର ମୂଲ୍ୟରେ ପରିବର୍ତ୍ତନର କାରଣ ହେଉଛି ମୌସୁମୀ ପରିବର୍ତ୍ତନ, ଡାଲିର ମୂଲ୍ୟ ହ୍ରାସ ଓ ବିଶ୍ୱ ବଜାରରେ ଶକ୍ତି ମୂଲ୍ୟ କମିବା ଏହାର ମୁଖ୍ୟ କାରଣ। ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ୨-୬% ଲକ୍ଷ୍ୟଠାରୁ କମ୍ ରହିଥିବାରୁ ବର୍ଷାନ୍ତ ସୁଦ୍ଧା ସୁଧ ହାର ହ୍ରାସର ସମ୍ଭାବନା ରହିଛି।

DBS ବ୍ୟାଙ୍କର ବରିଷ୍ଠ ଅର୍ଥନୀତିବିତ୍ ରାଧିକା ରାଓ କହିଛନ୍ତି, “ମୁଦ୍ରାସ୍ଫୀତି ଏହି ତ୍ରୈମାସିକରେ ଦ୍ୱିତୀୟ ଥର ପାଇଁ RBIର ଲକ୍ଷ୍ୟଠାରୁ କମିଛି। ପରିବାର ଦର ଦୁର୍ବଳ ହେବା, ଡାଲିର ମୂଲ୍ୟ କମିବା ଓ ଶକ୍ତି ମୂଲ୍ୟ ସ୍ଥିର ରହିବା ଏହାର କାରଣ। ଅକ୍ଟୋବରରେ ମୁଦ୍ରାସ୍ଫୀତି ଆହୁରି କମିବ ବୋଲି ଆଶା କରାଯାଉଛି।”


Enter your email to get our daily news in your inbox.

All Right Reserved By Dharitri.Com

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri