ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୫.୩% ଥିଲା। କ୍ରମାଗତ ୮ ମାସ ହେଲା ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସର୍ବୋଚ୍ଚ ସହନଶୀଳ ସୀମା ତଥା ୬%ଠାରୁ ଅଧିକ ରହିଆସିଛି। କିଛିଦିନ ପୂର୍ବରୁ ବଜାର ବିଶେଷଜ୍ଞମାନେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ ବୋଲି ଯାହା ଅନୁମାନ ଲଗାଇଥିଲେ ତାହା ସତ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଦେଶରେ ଦରଦାମ୍‌ ବୃଦ୍ଧି ଉପରେ ଲଗାମ ଲାଗିପାରୁନାହିଁ। ଖାଦ୍ୟ ସାମଗ୍ରୀ ଏବଂ ଘରୋଇ ଜିନିଷର ଆକାଶଛୁଅଁା ମୂଲ୍ୟ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ସେମାନଙ୍କୁ ଅତିଶୀଘ୍ର କୌଣସି ଆଶ୍ୱସ୍ତି ମିଳିବା ଆଶା କରାଯାଇପାରୁନାହିଁ।
ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୬୨%କୁ ବୃଦ୍ଧି ପାଇଛି। ଏହି ହାର ଜୁଲାଇରେ ୬.୬୯%, ଜୁନରେ ୭.୭୫%, ମେ ମାସରେ ୭.୯୭% ଏବଂ ଏପ୍ରିଲରେ ୮.୩୮% ଥିଲା। ୨୦୨୧ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୧୧% ରହିଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ବାସ୍କେଟର ପ୍ରାୟ ଅଧା ହେଉଛି ଖାଦ୍ୟ ମୁଦ୍ରାସ୍ଫୀତି।
ରେକର୍ଡ ହିଟ୍‌ଓ୍ବେଭ୍‌ ଯୋଗୁ ଗହମ, ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି, ଯାହାକି ଘରୋଇ ବଜେଟକୁ ବ୍ୟାପକ ପ୍ରଭାବିତ କରୁଛି।
ସ୍ଥିତିରେ ସୁଧାର ଆଣି ଖୁଚୁରା ମୁଦ୍ରାସ୍ଫୀତିକୁ ୨%ରୁ ୬% ସୀମା ମଧ୍ୟରେ ରଖିବା ପାଇଁ ଆର୍‌ବିଆଇ ଯେଉଁ ଉଦ୍ୟମ କରିଛି, ସେଥିରୁ କୌଣସି ସୁଫଳ ମିଳିପାରିନାହିଁ। ବିଶେଷକରି ରେପୋ ରେଟ୍‌ ବୃଦ୍ଧି କରିବା ଭଳି ଆର୍‌ବିଆଇର ଯୋଜନାବଦ୍ଧ ନୀତି ମଧ୍ୟ କାମ ଦେଉନାହିଁ। ବରଂ ଋଣଗ୍ରହୀତାଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇ ସେମାନଙ୍କ ପରିବାରରେ ଆର୍ଥିକ ଦୁଃସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଦେଶର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଏବଂ ବନ୍ୟା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ସହ ବ୍ୟାପକ ଫସଲ ଉଜୁଡ଼ିଛି। ସେହିପରି ଅନେକ ରାଜ୍ୟରେ କମ୍‌ ବୃଷ୍ଟିପାତ ହେବା କାରଣରୁ ଚଳିତ ଖରିଫ ଋତୁରେ ୩୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇ ନାହିଁ। ଭାରତର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତ ଖରିଫ ଋତୁରୁ ମିଳିଥାଏ। ଧାନ ବୁଣା କମିଥିବାରୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିବା ଅନୁମାନ କରାଯାଉଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ତେଣୁ ଘରୋଇ ଯୋଗାଣ ବଢ଼ାଇବା ଏବଂ ଦରବୃଦ୍ଧି ରୋକିବା ଲାଗି ଭଙ୍ଗା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଗତ ଶୁକ୍ରବାର ନିଷେଧାଦେଶ ଲଗାଇଛନ୍ତି। ସେହିପରି ଉଷୁନା ଚାଉଳ ବ୍ୟତୀତ ଅଣବାସ୍‌ମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଯାଇଛି। କେବଳ ଚାଉଳ ନୁହେଁ, ଇତିମଧ୍ୟରେ ସରକାର ଗହମ ଏବଂ ଚିନି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଅସ୍ବାଭାବିକ ମୌସୁମୀ ଯୋଗୁ ସାରା ଦେଶରେ ଫସଲ କ୍ଷତି ହେଉଥିବାରୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ତାହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ଏବଂ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।
ଭୁବନେଶ୍ୱର ବାସିନ୍ଦା ପୁଷ୍ପାଞ୍ଜଳି ସାହୁ ରଏଟର୍ସକୁ କହିଛନ୍ତି ଯେ, ସେ ତାଙ୍କ ପରିବାରର ପନିପରିବା ଖର୍ଚ୍ଚ ହ୍ରାସ କରିଦେଇଛନ୍ତି। ଏପରିକି ବାହାରେ ଖାଇବା ଏବଂ ସିନେମା ହଲ୍‌ରେ ଚଳଚ୍ଚିତ୍ର ଦେଖିବା ମଧ୍ୟ ବନ୍ଦ କରିଦେଇଥିବା କହିଛନ୍ତି।
ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଚଳିତ ମାସ ଆରମ୍ଭରେ କହିଥିଲେ ଯେ, ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ ଏବଂ ଆସନ୍ତା ବର୍ଷ ଏପ୍ରିଲ-ଜୁନ ତ୍ରୈମାସିକରେ ତାହା ପ୍ରାୟ ୫% ହୋଇପାରେ। ହେଲେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଆର୍‌ବିଆଇର ବ୍ୟାପକ ଆଶାକୁ ଧୂଳିସାତ୍‌ କରିଦେଇଛି, ଯାହା ଦେଶ ପାଇଁ ମଧ୍ୟ ଖୁସି ଖବର ନୁହେଁ।
ସୂଚନାଥାଉ କି, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ମେ ମାସରୁ ଅଗଷ୍ଟ ମଧରେ ୩ ପର୍ଯ୍ୟାୟରେ ଆର୍‌ବିଆଇ ରେପୋ ରେଟ୍‌ ୧୪୦ ବେସିସ୍‌ ପଏଣ୍ଟ (ବିପିଏସ୍‌) ବୃଦ୍ଧି ଘଟାଇଛି। ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଆର୍‌ବିଆଇର ମୁଦ୍ରା ନୀତି କମିଟିି ବୈଠକରେ ରୋପୋ ରେଟ୍‌ ଆଉ ୫୦ କିମ୍ବା ୬୦ ବିପିଏସ୍‌ ବୃଦ୍ଧି ଘଟାଯାଇପାରେ ବୋଲି ଅର୍ଥନୀତିଜ୍ଞ ଅଦିତି ନାୟାର ଏବଂ କୁନାଲ କୁଣ୍ଡୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Operation Hawkeye: ଆମେରିକୀୟ ନାଗରିକଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ଏୟାରଷ୍ଟ୍ରାଇକରେ ISIS ଆଡ୍ଡା ଧ୍ବସଂ

ନୂଆଦିଲ୍ଲୀ,୨୦ା୧୨: ଆମେରିକା ପୁଣି ଥରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ପାଲମିରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ...

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri