ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୫.୩% ଥିଲା। କ୍ରମାଗତ ୮ ମାସ ହେଲା ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସର୍ବୋଚ୍ଚ ସହନଶୀଳ ସୀମା ତଥା ୬%ଠାରୁ ଅଧିକ ରହିଆସିଛି। କିଛିଦିନ ପୂର୍ବରୁ ବଜାର ବିଶେଷଜ୍ଞମାନେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ ବୋଲି ଯାହା ଅନୁମାନ ଲଗାଇଥିଲେ ତାହା ସତ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଦେଶରେ ଦରଦାମ୍‌ ବୃଦ୍ଧି ଉପରେ ଲଗାମ ଲାଗିପାରୁନାହିଁ। ଖାଦ୍ୟ ସାମଗ୍ରୀ ଏବଂ ଘରୋଇ ଜିନିଷର ଆକାଶଛୁଅଁା ମୂଲ୍ୟ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ସେମାନଙ୍କୁ ଅତିଶୀଘ୍ର କୌଣସି ଆଶ୍ୱସ୍ତି ମିଳିବା ଆଶା କରାଯାଇପାରୁନାହିଁ।
ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୬୨%କୁ ବୃଦ୍ଧି ପାଇଛି। ଏହି ହାର ଜୁଲାଇରେ ୬.୬୯%, ଜୁନରେ ୭.୭୫%, ମେ ମାସରେ ୭.୯୭% ଏବଂ ଏପ୍ରିଲରେ ୮.୩୮% ଥିଲା। ୨୦୨୧ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୧୧% ରହିଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ବାସ୍କେଟର ପ୍ରାୟ ଅଧା ହେଉଛି ଖାଦ୍ୟ ମୁଦ୍ରାସ୍ଫୀତି।
ରେକର୍ଡ ହିଟ୍‌ଓ୍ବେଭ୍‌ ଯୋଗୁ ଗହମ, ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି, ଯାହାକି ଘରୋଇ ବଜେଟକୁ ବ୍ୟାପକ ପ୍ରଭାବିତ କରୁଛି।
ସ୍ଥିତିରେ ସୁଧାର ଆଣି ଖୁଚୁରା ମୁଦ୍ରାସ୍ଫୀତିକୁ ୨%ରୁ ୬% ସୀମା ମଧ୍ୟରେ ରଖିବା ପାଇଁ ଆର୍‌ବିଆଇ ଯେଉଁ ଉଦ୍ୟମ କରିଛି, ସେଥିରୁ କୌଣସି ସୁଫଳ ମିଳିପାରିନାହିଁ। ବିଶେଷକରି ରେପୋ ରେଟ୍‌ ବୃଦ୍ଧି କରିବା ଭଳି ଆର୍‌ବିଆଇର ଯୋଜନାବଦ୍ଧ ନୀତି ମଧ୍ୟ କାମ ଦେଉନାହିଁ। ବରଂ ଋଣଗ୍ରହୀତାଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇ ସେମାନଙ୍କ ପରିବାରରେ ଆର୍ଥିକ ଦୁଃସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଦେଶର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଏବଂ ବନ୍ୟା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ସହ ବ୍ୟାପକ ଫସଲ ଉଜୁଡ଼ିଛି। ସେହିପରି ଅନେକ ରାଜ୍ୟରେ କମ୍‌ ବୃଷ୍ଟିପାତ ହେବା କାରଣରୁ ଚଳିତ ଖରିଫ ଋତୁରେ ୩୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇ ନାହିଁ। ଭାରତର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତ ଖରିଫ ଋତୁରୁ ମିଳିଥାଏ। ଧାନ ବୁଣା କମିଥିବାରୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିବା ଅନୁମାନ କରାଯାଉଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ତେଣୁ ଘରୋଇ ଯୋଗାଣ ବଢ଼ାଇବା ଏବଂ ଦରବୃଦ୍ଧି ରୋକିବା ଲାଗି ଭଙ୍ଗା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଗତ ଶୁକ୍ରବାର ନିଷେଧାଦେଶ ଲଗାଇଛନ୍ତି। ସେହିପରି ଉଷୁନା ଚାଉଳ ବ୍ୟତୀତ ଅଣବାସ୍‌ମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଯାଇଛି। କେବଳ ଚାଉଳ ନୁହେଁ, ଇତିମଧ୍ୟରେ ସରକାର ଗହମ ଏବଂ ଚିନି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଅସ୍ବାଭାବିକ ମୌସୁମୀ ଯୋଗୁ ସାରା ଦେଶରେ ଫସଲ କ୍ଷତି ହେଉଥିବାରୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ତାହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ଏବଂ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।
ଭୁବନେଶ୍ୱର ବାସିନ୍ଦା ପୁଷ୍ପାଞ୍ଜଳି ସାହୁ ରଏଟର୍ସକୁ କହିଛନ୍ତି ଯେ, ସେ ତାଙ୍କ ପରିବାରର ପନିପରିବା ଖର୍ଚ୍ଚ ହ୍ରାସ କରିଦେଇଛନ୍ତି। ଏପରିକି ବାହାରେ ଖାଇବା ଏବଂ ସିନେମା ହଲ୍‌ରେ ଚଳଚ୍ଚିତ୍ର ଦେଖିବା ମଧ୍ୟ ବନ୍ଦ କରିଦେଇଥିବା କହିଛନ୍ତି।
ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଚଳିତ ମାସ ଆରମ୍ଭରେ କହିଥିଲେ ଯେ, ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ ଏବଂ ଆସନ୍ତା ବର୍ଷ ଏପ୍ରିଲ-ଜୁନ ତ୍ରୈମାସିକରେ ତାହା ପ୍ରାୟ ୫% ହୋଇପାରେ। ହେଲେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଆର୍‌ବିଆଇର ବ୍ୟାପକ ଆଶାକୁ ଧୂଳିସାତ୍‌ କରିଦେଇଛି, ଯାହା ଦେଶ ପାଇଁ ମଧ୍ୟ ଖୁସି ଖବର ନୁହେଁ।
ସୂଚନାଥାଉ କି, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ମେ ମାସରୁ ଅଗଷ୍ଟ ମଧରେ ୩ ପର୍ଯ୍ୟାୟରେ ଆର୍‌ବିଆଇ ରେପୋ ରେଟ୍‌ ୧୪୦ ବେସିସ୍‌ ପଏଣ୍ଟ (ବିପିଏସ୍‌) ବୃଦ୍ଧି ଘଟାଇଛି। ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଆର୍‌ବିଆଇର ମୁଦ୍ରା ନୀତି କମିଟିି ବୈଠକରେ ରୋପୋ ରେଟ୍‌ ଆଉ ୫୦ କିମ୍ବା ୬୦ ବିପିଏସ୍‌ ବୃଦ୍ଧି ଘଟାଯାଇପାରେ ବୋଲି ଅର୍ଥନୀତିଜ୍ଞ ଅଦିତି ନାୟାର ଏବଂ କୁନାଲ କୁଣ୍ଡୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri