ୟୁବିଆଇ ସମ୍ବଲପୁର କ୍ଷେତ୍ର ପକ୍ଷରୁ ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଆୟୋଜିତ ଏକ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ସମ୍ବଲପୁରର ଗଙ୍ଗାଧର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ ପକ୍ଷରୁ ରିଟେଲ୍‌ ଋଣ ସମ୍ବନ୍ଧୀୟ ଉପତ୍ାଦ, ଗୃହ ଋଣ, କାର୍‌ ଋଣ ଏବଂ ଶିକ୍ଷା ଋଣ ଆଦିର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ଜିଲାର ଉପ ଜିଲାଧିକାରୀ ଡ. ପୁଷ୍ପାଞ୍ଜଳି ପଣ୍ଡା ଏବଂ ୟୁବିଆଇ ସମ୍ବଲପୁର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଧର୍ମେନ୍ଦ୍ର ରାଜୋରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ (ଶୁଭାରମ୍ଭ) କରିଥିଲେ। ଅପରପକ୍ଷରେ ଡ. ପଣ୍ଡା ସମାଜର ଉନ୍ନତିରେ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ବିତ୍ତୀୟ ସହାୟତାରେ ବ୍ୟାଙ୍କର ନିରନ୍ତର ଯୋଗଦାନ ରହୁ ବୋଲି ସେ କହିଥିଲେ। ସେହିଭଳି ରାଜୋରିଆ ବ୍ୟାଙ୍କର ରିଟେଲ୍‌ ଉପତ୍ାଦ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେହିପରି ବ୍ୟାଙ୍କ ପକ୍ଷରୁ ରିଟେଲ୍‌ ଋଣ ଉପତ୍ାଦ ଉପରେ ତୁରନ୍ତ ମଞ୍ଜୁରୀର ବ୍ୟବସ୍ଥା କରାଯାଇଥିଲା। ଏପରିକି ୧୦ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁବିଆଇ ସମ୍ବଲପୁରସ୍ଥିତ ସମସ୍ତ ଶାଖାର ଶାଖା ମୁଖ୍ୟ,କର୍ମଚାରୀ ତଥା କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗ୍ରାହକ ଯୋଗଦେଇ ଗୃହ ଋଣ, କାର୍‌ ଋଣ, ଶିକ୍ଷା ଋଣ ଓ ବନ୍ଧକ ଋଣ ଆଦି ବିଷୟରେ ଅବଗତ ହୋଇଥିଲେ। ଏଥିରେ ୟୁବିଆଇ ସମ୍ବଲପୁର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ହରେନ୍ଦ୍ର କୁମାର ଜେନା ଏବଂ ରିଟେଲ ଲୋନ୍‌ ପଏଣ୍ଟର ମୁଖ୍ୟ ଅଶୋକ କୁମାର ବେହେରା ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହି ଏକ୍ସପୋରେ ସମ୍ବଲପୁରର ୮ଜଣ କାର୍‌ ଡିଲର, ୬ ଜଣ ବିଲ୍ଡର ଏବଂ ୩ ଜଣ ଶିକ୍ଷା ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ। ଏକ୍ସପୋକୁ ଆସୁଥିବା ସମସ୍ତ ଗ୍ରାହକଙ୍କର ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବାସ୍ଥ୍ୟ ପରୀକ୍ଷାର ମଧ୍ୟ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri