ଦଶମ-ଏକାଦଶ ମାର୍କ ଆଧାରରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ…

ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା। ସିବିଏସ୍‌ଇ ପକ୍ଷରୁ ଭାଲ୍ୟଏଶନ୍‌ ଫର୍ମୂଲା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଫର୍ମୂଲା ଅନୁସାରେ ଦଶମ, ଏକାଦଶ ଏବଂ ଦ୍ୱାଦଶର ସ୍କୁଲ୍‌ ପରୀକ୍ଷା ମାର୍କ ଆଧାରରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଶିକ୍ଷାର୍ଥୀ ଦଶମରେ ରଖିଥିବା ମାର୍କର ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ପରୀକ୍ଷାରେ ରଖିଥିବା ୪୦ ପ୍ରତିଶତ ମାର୍କ ଆଧାରରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଦାଖଲ କରାଯାଇଥିବା ଫର୍ମୂଲାରେ ଉଲ୍ଲେଖ କରାଯାଇଛି। ଦ୍ୱାଦଶର ପ୍ରି ବୋର୍ଡ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କକୁ ଗ୍ରହଣ କରାଯିବ। ଦଶମ ବୋର୍ଡ ପରୀକ୍ଷାର ୫ଟି ବିଷୟ ମଧ୍ୟରୁ ଶ୍ରେଷ୍ଠତମ ମାର୍କ ରହିଥିବା ୩ଟି ବିଷୟକୁ ଗ୍ରହଣ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଭାଲ୍ୟୁଏଶନ୍‌ ଫର୍ମୂଲାରେ ଦର୍ଶାଯାଇଛି। ଜୁଲାଇ ୩୧ରେ ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କର୍‌ତାରପୁର କରିଡର ଉଦ୍‌ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍‌ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍‌ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍‌ତାରପୁର କରିଡର ନଭେମ୍ବରରେ...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ

ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୧,୧୨୬

ଭୁବନେଶ୍ୱର,୩୧।୫(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରୁ ୧୭ ଜଣ, ଗଞ୍ଜାମରୁ ୧୬, ନୟାଗଡ଼ ଜିଲାରୁ ୧୧,...

ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ...

କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ...

ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କର ବଢିଲା ପାରୋଲ ଅବଧି

ଚେନ୍ନାଇ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନିଳିନୀଙ୍କୁ ମିଳିଥିବା ୧ମାସର ପାରୋଲ ଅବଧିକୁ ବଢାଇ ଦିଆଯାଇଛି। ମାଡ୍ରାସ ହାଇକୋର୍ଟଙ୍କ...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି...

Advertisement


Archives

Model This Week

Why Dharitri