Posted inଜାତୀୟ

ଆଇଟି ନିୟମ ଧାରା ଉପରେ ରୋକ

ମୁମ୍ବାଇ, ୧୫ା୮: ଡିଜିଟାଲ ମିଡିଆ ପାଇଁ ଉଦ୍ଦିଷ୍ଟ ନୂଆ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ନିୟମ, ୨୦୨୧ର ଧାରା ୯ (୧) ଏବଂ ୯ (୩) ଉପରେ ବମ୍ବେ ହାଇକୋର୍ଟ ଶନିବାର ରୋକ ଲଗାଇଛନ୍ତି। ଆଚରଣ ସଂହିତା ସମ୍ବନ୍ଧିତ ଖବର ପ୍ରକାଶ ନିମନ୍ତେ ପ୍ରକାଶକଙ୍କ ପାଇଁ ଉଦ୍ଦିଷ୍ଟ ଉକ୍ତ ଧାରାକୁ ସ୍ଥଗିତ ରଖାଯାଇଛି। ଦେଶରେ ୨୦୦୯ରୁ ପ୍ରଚଳିତ ଆଇଟି ନିୟମ ଥାଇ ନୂଆ ଆଇନ ଆଣିବାର କ’ଣ ଆବଶ୍ୟକତା ଥିଲା ବୋଲି ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୧୯(୨) ନାଗରିକଙ୍କୁ ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଏହି ନୂଆ ନିୟମ ବହୁଳ ଭାବେ ପ୍ରଭାବ ପକାଇବ। ଏପରି କି ଏହା ମୂଳ ଆଇନର ପରିସର ବାହାରେ ଥିବା ନେଇ ଡିଜିଟାଲ ନ୍ୟୁଜ୍‌ ପୋର୍ଟାଲ ଲିଫ୍‌ଲେଟ୍‌ ଏବଂ ଖବରଦାତା ନିଖିଲ ଓ୍ବାଗ୍‌ଲେ ପିଟିଶନ ଦାଖଲ କରି ଆପତ୍ତି ଉଠାଇଥିଲେ। ଏହି ଉପଧାରାଗୁଡ଼ିକ ଆବେଦନକାରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି। ଧାରା ୯ର ବ୍ୟବସ୍ଥା ମଧ୍ୟ ମୁଖ୍ୟ ନିୟମ (ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦) ପରିସର ବାହାରେ ଥିବା ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍‌ ଜି. ଏସ୍‌ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ନୂତନ ନିୟମ ମିଡିଆର ସ୍ବାଧୀନତା ସମେତ ମୌଳିକ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି। ଏଥିସହ ଅନଲାଇନ୍‌ ନ୍ୟୁଜ୍‌ ବିଷୟବସ୍ତୁ (କଣ୍ଟେଣ୍ଟ) ଉପରେ ସରକାର ଯେପରି ନିୟନ୍ତ୍ରଣ ରଖିପାରିବେ ତାହାକୁ ଏହି ଆଇନ ମାଧ୍ୟମରେ ଗୁରୁତ୍ୱ ଦିଆଯାଇଥିବା ଦର୍ଶାଇ ହାଇକୋର୍ଟ ଏହି ଅନ୍ତରୀଣ ରାୟ ପ୍ରକାଶ କରିଛନ୍ତି।୍ର


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri