ମକର ପର୍ବ ପାଳନରେ କଟକଣା

ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ ଏହି ପର୍ବ ପାଳନ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଜନ ସମାଗମ ଓ ଜଳାଶୟ ନିକଟରେ ଭିଡ଼ ନ ଜମାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମକର ପର୍ବ ସମୟରେ ପାଳିତ ହେଉଥିବା ଅନ୍ୟ ଏକ ପରମ୍ପରା ‘ଟୁସୁ’ ପର୍ବ ଓ ଦାମୋଦର ମେଳା ପାଳନରେ ମଧ୍ୟ ଲାଗିଛି ସରକାରୀ ଅଙ୍କୁଶ। ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ପର୍ବ ପାଳନ ପ୍ରସ୍ତୁତିରେ ଲୋକେ ଧିମେଇ ଯାଇଛନ୍ତି।
ଜିଲାର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ୧୫ଦିନ ଧରି ପାଳନ କରିଥାନ୍ତି। ନୂଆ ପୋଷାକ ପରିଧାନ କରି ଆଦିବାସୀ ଯୁବତୀ ଯୁବକ, ମହିଳା ପୁରୁଷ କାନ୍ଧକୁ କାନ୍ଧ ମିଶାଇ ହାତକୁ ହାତ ଧରି ମାଦଳର ତାଳେ ତାଳେ ମସଗୁଲ ହୋଇଥାନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ମେଳା ଆୟୋଜନ କରାଯାଇଥାଏ। ଜିଲାର କପ୍ତିପଦା ଉପଖଣ୍ଡର ସମୀବୃକ୍ଷ, ବାମନଘାଟୀର ରାଣୀବୃକ୍ଷ, ପାଞ୍ଚପୀଢ଼ର କେଶରୀକୁଣ୍ଡ, ଯଣିପୁରର ରାମତୀର୍ଥ, ଖିଚିଂ ନିକଟସ୍ଥ ଦୋମୁହାଣୀ ଓ ଭୀମକୁଣ୍ଡଠାରେ ୭ଦିନ ପର୍ଯ୍ୟନ୍ତ ଏହି ମେଳା ବସିଥାଏ। ତେବେ ସରକାରୀ କଟକଣାକୁ ନେଇ ଚଳିତବର୍ଷ ମେଳା ମହୋତ୍ସବ ବନ୍ଦ ରହିଛି। ଫଳରେ ଲୋକେ ନିଜ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପିଇ ମକର ପର୍ବକୁ ପାଳନ କରିବେ ବୋଲି ଜଣାପଡ଼ିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦୋକାନରେ ବେପାର କମିଥିବା ଲୁଗା ବ୍ୟବସାୟୀ ରମେଶ ନାୟକ କୁହନ୍ତି। ସେହିପରି ଗଁା ଗହଳିର ଲୋକମାନେ ଆଗଭଳି ମୋଟା ଅଙ୍କର ସଉଦା ନେବାକୁ ମନବଳାଉ ନ ଥିବାରୁ ବେପାର ମାନ୍ଦା ପଡ଼ିଥିବା ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri