ମକର ପର୍ବ ପାଳନରେ କଟକଣା

ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ ଏହି ପର୍ବ ପାଳନ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଜନ ସମାଗମ ଓ ଜଳାଶୟ ନିକଟରେ ଭିଡ଼ ନ ଜମାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମକର ପର୍ବ ସମୟରେ ପାଳିତ ହେଉଥିବା ଅନ୍ୟ ଏକ ପରମ୍ପରା ‘ଟୁସୁ’ ପର୍ବ ଓ ଦାମୋଦର ମେଳା ପାଳନରେ ମଧ୍ୟ ଲାଗିଛି ସରକାରୀ ଅଙ୍କୁଶ। ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ପର୍ବ ପାଳନ ପ୍ରସ୍ତୁତିରେ ଲୋକେ ଧିମେଇ ଯାଇଛନ୍ତି।
ଜିଲାର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ୧୫ଦିନ ଧରି ପାଳନ କରିଥାନ୍ତି। ନୂଆ ପୋଷାକ ପରିଧାନ କରି ଆଦିବାସୀ ଯୁବତୀ ଯୁବକ, ମହିଳା ପୁରୁଷ କାନ୍ଧକୁ କାନ୍ଧ ମିଶାଇ ହାତକୁ ହାତ ଧରି ମାଦଳର ତାଳେ ତାଳେ ମସଗୁଲ ହୋଇଥାନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ମେଳା ଆୟୋଜନ କରାଯାଇଥାଏ। ଜିଲାର କପ୍ତିପଦା ଉପଖଣ୍ଡର ସମୀବୃକ୍ଷ, ବାମନଘାଟୀର ରାଣୀବୃକ୍ଷ, ପାଞ୍ଚପୀଢ଼ର କେଶରୀକୁଣ୍ଡ, ଯଣିପୁରର ରାମତୀର୍ଥ, ଖିଚିଂ ନିକଟସ୍ଥ ଦୋମୁହାଣୀ ଓ ଭୀମକୁଣ୍ଡଠାରେ ୭ଦିନ ପର୍ଯ୍ୟନ୍ତ ଏହି ମେଳା ବସିଥାଏ। ତେବେ ସରକାରୀ କଟକଣାକୁ ନେଇ ଚଳିତବର୍ଷ ମେଳା ମହୋତ୍ସବ ବନ୍ଦ ରହିଛି। ଫଳରେ ଲୋକେ ନିଜ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପିଇ ମକର ପର୍ବକୁ ପାଳନ କରିବେ ବୋଲି ଜଣାପଡ଼ିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦୋକାନରେ ବେପାର କମିଥିବା ଲୁଗା ବ୍ୟବସାୟୀ ରମେଶ ନାୟକ କୁହନ୍ତି। ସେହିପରି ଗଁା ଗହଳିର ଲୋକମାନେ ଆଗଭଳି ମୋଟା ଅଙ୍କର ସଉଦା ନେବାକୁ ମନବଳାଉ ନ ଥିବାରୁ ବେପାର ମାନ୍ଦା ପଡ଼ିଥିବା ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri