‘ମେଡ୍‌ ଅଫ୍‌ ପ୍ରାଇଡ୍‌’ର ବ୍ରାଣ୍ଡ ଆମ୍ବାସାଡର ହେଲେ ଆଲିଆ

ନୂଆଦିଲ୍ଲୀ,୧୩।୧: ଦେଶର ପ୍ରମୁଖ ମୃଦ୍ୟୁପାନୀୟ କମ୍ପାନୀ ‘ବ୍ଲେଣ୍ଡର୍ସ ପ୍ରାଇଡ୍‌’ ପକ୍ଷରୁ ଆଲିଆ ଭଟ୍ଟଙ୍କୁ ଏହାର ନୂଆ କ୍ୟାମ୍ପେନ୍‌ ଫିଲ୍ମ ‘ମେଡ୍‌ ଅଫ୍‌ ପ୍ରାଇଡ୍‌’ ପାଇଁ ବ୍ରାଣ୍ଡର ନୂଆ ଚେହେରା ଭାବେ ସ୍ବାଗତ କରାଯାଇଛି। ଏଥିରେ ଆଲିଆ ଭଟ୍ଟଙ୍କର କଦାପି ହାର ନ ମାନିବାର ପ୍ରେରଣାକୁ ଉପସ୍ଥାପିତ କରାଯାଇଛି। ଜଣେ ପ୍ରତିଭାବାନ ଅଭିନେତ୍ରୀ ନିଜର ପ୍ରତିଭା ବଳରେ ଏହି ଅଭିଯାନକୁ ଆହୁରି ସଶକ୍ତ ଓ ନିଜର ଦକ୍ଷତା ବଳରେ ଅତ୍ୟନ୍ତ ଚମତ୍କାର ଭାବେ ଏହି କ୍ୟାମ୍ପେନର ଉଦ୍ଦେଶ୍ୟକୁ ଉପସ୍ଥାପନ କରିଛନ୍ତି। ଏହି ବର୍ଗରେ ଲିଡର ବ୍ଲେଣ୍ଡର୍ସ ପ୍ରାଇଡ ନିଜର ଏକ ସ୍ବତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଛି। ଏହା ନିଜର ରିଫ୍ରେସିଂ ଟୋନ, ଉତ୍ସାହଜନକ କାର୍ଯ୍ୟ ଦ୍ୱାରା ଏକ ନୂତନ ଯାତ୍ରାର ଶୁଭାରମ୍ଭ କରିଛି। ବ୍ଲାକ୍‌ ଆଣ୍ଡ ହ୍ବାଇଟ ଛବିରୁ ଏହାକୁ କଲରଫୁଲ କରାଯାଇଛି, ଯାହାକି ବ୍ରାଣ୍ଡ ପାଇଁ ଏକ ଆକର୍ଷଣୀୟ ବିଷୟ ପାଲଟିଛି।
ଏହାର ପ୍ରିମିୟମ ମାନରେ ମଧ୍ୟ ବେଶ୍‌ ଉନ୍ନତି ଆସିଛି। ଏହି ଫିଲ୍ମ ମାଧ୍ୟମରେ ଦର୍ଶକମାନଙ୍କୁ ଏକ ସକାରାତ୍ମକ ଭାବନାର ବାର୍ତ୍ତା ପ୍ରଦାନ କରାଯାଇଛି। ଏହି ୩୬୦ ଡିଗ୍ରୀ ଇଣ୍ଟିଗ୍ରେଟେଡ୍‌ କ୍ୟାମ୍ପେନକୁ ଟିଭି, ଡିଜିଟାଲ, ପ୍ରିଣ୍ଟ ଏବଂ ଓଓଏଚ୍‌ରେ ଦେଖିବାକୁ ମିଳିବ ବୋଲି କୁହାଯାଇଛି।
ଏ ସମ୍ପର୍କରେ ପର୍ନଡ ରିକାର୍ଡ ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର କାର୍ତ୍ତିକ ମହିନ୍ଦ୍ରା କହିଛନ୍ତି, ଆଲିଆ ହେଉଛନ୍ତି ଆଜିର ଯୁବପିଢ଼ିଙ୍କ ପାଇଁ ଏକ ଜଣାଶୁଣା ଲୋକପ୍ରିୟ ଚେହେରା ଓ ବ୍ଲେଣ୍ଡର୍ସ ପ୍ରାଇଡ୍‌ ନୂତନ ଆମ୍ବାସାଡର ଭାବେ ଏକ ସର୍ବୋତ୍ତମ ପସନ୍ଦ। ଆମର ନୂତନ ଅଭିଯାନ ନିଜ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଯୋଗାଉଛି ଓ ଏଥିରେ ଆଲିଆଙ୍କର ଯୁବପିଢ଼ିଙ୍କ ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି। ସେହିଭଳି ଆଲିଆ ଭଟ୍ଟ କହିଛନ୍ତି, ବ୍ଲେଣ୍ଡର୍ସ ପ୍ରାଇଡ୍‌ର ‘ମେଡ୍‌ ଅଫ୍‌ ପ୍ରାଇଡ୍‌’ର ଅଭିଯାନରେ ସେ ସାମିଲ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଶହ କମ୍ପାନୀ ପାଇଛନ୍ତି ଚାଇନା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୬।୯: ଘରୋଇ ବଜାରର ପ୍ରାୟ ୧୬ରୁ ଊର୍ଦ୍ଧ୍ୱ କମ୍ପାନୀ ଚାଇନାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଲାଭ କରିଛନ୍ତି। ୨୦୧୬ ଏପ୍ରିଲରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି...

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌...

୧୫% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ବେତନ

ମୁମ୍ବାଇ,୨୨।୭: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର। ଏହି କର୍ମଚାରୀଙ୍କ ବେତନ ୧୫% ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ଏମାନେ ୨୦୧୭ ନଭେମ୍ବରରୁ ଏରିୟର ପାଇବେ।...

ଏନ୍‌ପିଏ ଲୁଚାଇବା ବନ୍ଦ କରନ୍ତୁ ବ୍ୟାଙ୍କ: ଆର୍‌ବିଆଇ ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍‌ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ...

ଏକକ ଏସିଆନ ମୁଦ୍ରା ଲାଗି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍‌ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ...

ଜେ ଆଣ୍ଡ କେ ବ୍ୟାଙ୍କ ସରକାରଙ୍କ ନିୟନ୍ତ୍ରଣକୁ ଆସିବ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ କେନ୍ଦ୍ର ସରକାର ଜେ ଆଣ୍ଡ କେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବେ। ବର୍ତ୍ତମାନ ଏହି ବ୍ୟାଙ୍କର...

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ...

ଶୀଘ୍ର ଖର୍ଚ୍ଚ ହେଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା ? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

Advertisement


Archives

Model This Week