ଓଡ଼ିଶା ବାହାରୁ ଆସିଲେ ଜଣାଅ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୦।୩(ଡି.ଏନ୍‌.ଏ.)- କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲାପାଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଶନିବାର ଟୁଇଟ କରି କହିଛନ୍ତି, ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ସୂଚନା ଦେବାକୁ ପଡିବ। ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହେବ । ଲକ୍ଷଣ ଦେଖାଦେଲେ ଆର୍‌ଟିିପିସିଆର୍‌ ଟେଷ୍ଟ କରାଯିବ। ସେହି ଅନୁସାରେ ମେଡିକାଲ ଟ୍ରିଟମେଣ୍ଟ ଓ ହୋମ୍‌ ଆଇସୋଲେଶନର ବ୍ୟବସ୍ଥା କରାଯିବ ବୋଲି ଜ଼ିଲାପାଳ କହିଛନ୍ତି ।