୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ହେଲେ ଏବେ ବି ସଙ୍କଟ ଜାରି ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲାକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ ଜାରି ରହିଥିବା କରୋନା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କରୋନା କଟକଣା ଅବଧିକୁ ଜୁଲାଇ ୧୦ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ କଟକଣାରେ କିଛିଟା କୋହଳ କରାଯାଇଛି। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହି ନୂଆ ଗାଇଡ୍‌ଲାଇନ ଅନୁସାରେ ରାଜ୍ୟରେ ଜୁଲାଇ ୧ରୁ ୫୦ ପ୍ରତିଶତରେ ବାର୍‌ ଓ ପବ୍‌ ଖୋଲିବାକୁ ଅନୁମତି ଦିଆଯାଇଛି।

Share