ସୁନ୍ଦରଗଡ଼, ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି

ସୁନ୍ଦରଗଡ଼,୧ା୮(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିସହିତ ଜିଲାର ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ ଅଗଷ୍ଟ ୧ରୁ ୧୫ ଯାଏ କଟକଣା ଜାରି କରାଯାଇଛି । ଜିଲାପାଳ ନିଖିଲ ପବନକଲ୍ୟାଣ ଏହି ଘୋଷଣା କରିଛନ୍ତି ା ନିର୍ଦ୍ଧାରିତ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୨ଟା ଯାଏ ଅତ୍ୟାବଶକୀୟ ସାମଗ୍ରୀ ଯଥା ରାଶନ, ପରିବା, କ୍ଷୀର ଓ ଅଣ୍ଡା ଦୋକାନ ଖୋଲା ରହିବ । ଦିନ ୨ଟା ପରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ ା କୌଣସି ଜରୁରୀ କାମ ନ ଥିଲେ କେହି ପଦାକୁ ବାହାରି ଭିଡ ଜମାଇ ପାରିବେ ନାହିଁ। ହୋଟେଲ ଖୋଲା ରହିବ ହେଲେ ପାର୍ସଲ ନେବାର ବ୍ୟବସ୍ଥା ହେବ । ଏଥିସହିତ ଆମିଷ, ରାସ୍ତାକଡ ଦୋକାନ,ଠେଲା ପ୍ରତିଦିନ ସକାଳ ୬ରୁ ଦିନ ୨ଟାଯାଏ ଖୋଲା ରହିବ। ସମସ୍ତ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ୍‌, ଔଷଧ ଦୋକାନ ,ଆମ୍ବୁଲାନ୍ସ ସେବା କଟକଣାମୁକ୍ତ ରହିଛି । ଜରୁରୀସେବା ପରିସରଭୁକ୍ତ ପୋଲିସ, ଅଗ୍ନିଶମ ବିଭାଗ, ଜିଲା ଓ ପୌରପ୍ରଶାସନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ, ଟେଲିସେବା, ଜଳ ଯୋଗାଣ ,ଏଲପିଜି ଗ୍ୟାସ୍‌ ,ପରିମଳ ବିଭାଗ କର୍ମଚାରୀ, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ପ୍ରତିନିଧି,ଖବରକାଗଜ ବିତରକଙ୍କୁ କଟକଣାମୁକ୍ତ ରଖାଯାଇଛି। ରାଜପଥରେ ମାଲ୍‌ ପରିବହନ ଚାଲୁ ରହିବ ବୋଲି ଜିଲାପାଳ କହିଛନ୍ତି ା