Posted inଜାତୀୟ

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ ପକ୍ଷରୁ ନେତାଙ୍କ ମନ୍ତବ୍ୟରେ ଲଗାମ ଲଗାଯାଇଛି। ବର୍ତ୍ତମାନ ନେତା ତଥା ଟିଭି ବିତର୍କକୁ ଯାଉଥିବା ମୁଖପାତ୍ରଙ୍କ ପାଇଁ ଦଳ ପକ୍ଷରୁ ଏକ ନୂତନ ମାର୍ଗଦର୍ଶିକା ସ୍ଥିର କରିଛି। ବିତର୍କରେ ଯୋଗଦେବାବେଳେ ସେମାନଙ୍କୁ ଏହାକୁ ଅନୁସରଣ କରିବାକୁ ପଡିବ ଏବଂ ତାହା କରିବାରେ ବିଫଳ ହେବା ପାର୍ଟି ଅନୁଶାସନର ଉଲ୍ଲଂଘନ ବୋଲି ଧରାଯିବ।

ଏହି ନିର୍ଦ୍ଦେଶାବଳୀ ବିଷୟରେ ଭାଜପା ସୂତ୍ରରୁ ସୂଚନା ମିଳିଛି। ଆଲୋଚନା ସମୟରେ କୌଣସି ଧର୍ମ, ଏହାର ପ୍ରତୀକ ଏବଂ ସମ୍ମାନିତ ବ୍ୟକ୍ତିବିଶେଷଙ୍କ ବିଷୟରେ ଆପତ୍ତିଜନକ କିଛି ନ କହିବା ପାଇଁ ମୁଖପାତ୍ରମାନଙ୍କୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି। ମୁଖପାତ୍ରମାନଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ବିତର୍କ ସମୟରେ ସେମାନେ ସୀମା ଅତିକ୍ରମ କରିବା ଉଚିତ ନୁହେଁ। ବିତର୍କ ସମୟରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦଳର ମୁଖପାତ୍ରମାନଙ୍କୁ କୁହାଯାଇଛି। କୌଣସି ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତିରେ ଦଳର ଆଦର୍ଶ ଓ ଆଦର୍ଶର ଉଲ୍ଲଂଘନ ନକରିବାକୁ ସତର୍କ ସୂଚନା ଜାରି ହୋଇଛିି।

ଏହା ବ୍ୟତୀତ, ମୁଖପାତ୍ରମାନଙ୍କୁ ଟିଭି ବିତର୍କକୁ ଯିବା ପୂର୍ବରୁ ପ୍ରସଙ୍ଗ ଯାଞ୍ଚ କରିବା ଏବଂ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଏହା କରିବାବେଳେ ପାର୍ଟି ଲାଇନକୁ ମଧ୍ୟ ଧ୍ୟାନରେ ରଖିବା ଜରୁରୀ ବୋଲି ପରାମର୍ଶ ପ୍ରଦାନ କରାଯାଇଛି। ବିତର୍କ ସମୟରେ କାହାର ଜାଲରେ ପଡ଼ନ୍ତୁ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି। କେବଳ ବିକାଶ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଦଳ ପକ୍ଷରୁ କୁହାଯାଇଛି।

ବିତର୍କ ସମୟରେ କେବଳ ସାମାଜିକ କଲ୍ୟାଣ ଏବଂ ବିକାଶ ପ୍ରସଙ୍ଗରେ କହିିବାକୁ ଭାଜପା ମୁଖପାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ସଫଳତା ବିଷୟରେ ଲୋକଙ୍କୁ ସର୍ବାଧିକ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ଏନେଇ ଭାଜପା ପକ୍ଷରୁ ବିଜେପି ୮ ସୂତ୍ରୀ ଗମାର୍ଗଦର୍ଶିକା ଜାରି କରାଯାଇଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଜୟପୁରରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆମର ନେତାମାନେ ନିଜ ମନ୍ତବ୍ୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମକୁ ବିକାଶର ପ୍ରସଙ୍ଗରେ ରହିବାକୁ ପଡିବ। ଲୋକମାନେ ଆପଣଙ୍କୁ ବିଭ୍ରାନ୍ତ କରିବାକୁ ଏବଂ ଆପଣଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ଆପଣଙ୍କୁ ତାହା ନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ନୁପୁର ଶର୍ମା ୨୬ ମେ‘ରେ ଏକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ବିବାଦ ଦେଖାଦେଇଛି। ସୌଦି ଆରବ, କାତାର, ଓମାନ, ବାହାରିନ ଏବଂ ୟୁଏଇ ସମେତ ପ୍ରାୟ ୧୫ ଟି ମୁସଲମାନ ଦେଶ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି। କେବଳ ଏତିକି ନୁହେଁ, ଏହି ଆପତ୍ତି ପରେ ହିଁ ଭାଜପା ନୁପୁର ଶର୍ମାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri