ପୁନରୁଦ୍ଧାର ହେଉଛି ବୌଦ୍ଧପୀଠ ଲାଙ୍ଗୁଡ଼ି

କାଏମା,୬ା୧୦(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜାପୁର ଓ ପାଟପୁର ପଞ୍ଚାୟତ ମଧ୍ୟଭାଗରେ ଥିବା ଲଙ୍ଗୁଡ଼ି ପାହାଡ଼ର ପୁନରୁଦ୍ଧାର କରାଯାଉଛି। ଏହି କାର୍ଯ୍ୟ ୨୦୨୩ ଜାନୁୟାରୀରୁ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବ। ଏହାପରେ ଉକ୍ତ ପାହାଡ଼ ପୂର୍ବଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସୂଚନା ମିଳିଛି।
ରାଜ୍ୟର ପ୍ରସିଦ୍ଧ ବୌଦ୍ଧପୀଠଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ୨୦୧୪ରେ ଏହା ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିଲା। ଐତିହାସିକ ଓ ଗବେଷକ କୁହନ୍ତି, ଏଠାରେ ଅଶୋକ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ। ଏହାର ଐତିହାସିକ ଗୁରୁତ୍ୱକୁ ଉପଲବ୍ଧି କରି ପରବର୍ତ୍ତୀ ସମୟରେ ଲାଙ୍ଗୁଡିକୁ ପୁଷ୍ପଗିରି ବିହାର ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଲାଙ୍ଗୁଡ଼ି ବୌଦ୍ଧ ବିହାର ଅଢ଼େଇ ହଜାର ବର୍ଷର ଇତିହାସ ବହନ କରୁଥିବା କୁହାଯାଏ। ଦେଶବିଦେଶର ପର୍ଯ୍ୟଟକ, ବୌଦ୍ଧ ଧର୍ମାବଲମ୍ବୀ ଓ ଗବେଷକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଓଟିଡିସି ପକ୍ଷରୁ ୨୦୦୮ରେ ପର୍ଯ୍ୟଟନର ବିକାଶ ନିମନ୍ତେ ବୌଦ୍ଧ ଶିକ୍ଷାକେନ୍ଦ୍ର କରାଯାଇଥିଲା। ମାର୍ବଲରେ ଶ୍ରେଣୀଗୃହ, ଗୋଦାମ ଗୃହ ଓ ରୋଷେଇ ଗୃହ ଆଦି ନିର୍ମାଣ କରାଯାଇଥିଲା। ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ଚନ୍ଦ୍ରଗିରିସ୍ଥିତ ମହାବିଦ୍ୟାଲୟକୁ ଦାୟିତ୍ୱ ପ୍ରଦାନ ଦିଆଯାଇଥିଲା। ୨୦୧୫ରୁ୨୦୧୭ ଯାଏ ଏଠାରେ ଶିକ୍ଷା ଦିଆଯାଇଥିଲା। କିନ୍ତୁ ସେ ଅଞ୍ଚଳର କେତେଜଣ ଅସାମାଜିକ ଲୋକ ହଇରାଣ ହରକତ କରିବା ହେତୁ ଶିକ୍ଷା ସମ୍ପନ୍ନ ପରେ ବୌଦ୍ଧ ଧର୍ମାବଲମ୍ବୀ ଏହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପରେ ରକ୍ଷଣାବେକ୍ଷଣ ଅଭାବରୁ ଲାଙ୍ଗୁଡି ପାହାଡ଼ ଭୂତକୋଠି ପାଲଟି ଯାଇଥିଲା। ଶ୍ରୀହୀନ ହୋଇଯାଇଥିଲା ବୌଦ୍ଧ ବିହାର। କୋଟିକୋଟି ଟଙ୍କାରେ ନିର୍ମିତ ଷ୍ଟଡି ସେଣ୍ଟର, ରୋଷେଇ ଘର, ଡାଇନିଂ ଓ ପାନ୍ଥଶାଳା ଆଦି ଭାଙ୍ଗି ଚୂରମାର ହୋଇଯାଇଥିଲା। ଏଥିରେ ଥିବା ସଟର, କବାଟ, ଝରକା, ବୈଦ୍ୟୁତିକ ସରଞ୍ଜାମ ଓ ଲୁହା ଗେଟ୍‌ ସବୁକୁ ଦୁର୍ବୃତ୍ତ ତାଡ଼ି ନେଇ ଯାଇଥିଲେ। ଶୌଚାଳୟ ଉପକରଣ ମଧ୍ୟ ଛାଡ଼ି ନ ଥିଲେ। ସେବେଠୁ ଦିନକୁଦିନ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏହାଉପରେ ଡିସେମ୍ବର ୫ରେ ‘ଅଲୋଡ଼ା ହୋଇଛି ବୌଦ୍ଧ ପୀଠ ଲାଙ୍ଗୁଡି’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପୂର୍ବରୁ ବିପୁଳ ଟଙ୍କା ବ୍ୟୟରେ ଲାଙ୍ଗୁଡ଼ିର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କୋହଳ ଯୋଗୁ ତାହା ଧ୍ୱଂସ ହୋଇଯାଇଥିଲା। ଏବେ ଏହାର ସୁରକ୍ଷା ନିମନ୍ତେ ଧର୍ମଶାଳାର ଯୁବ ସଂଗଠକ ଆଲୋକ ଜେନାସାମନ୍ତଙ୍କ ନେତୃତ୍ୱରେ ‘ଲାଙ୍ଗୁଡ଼ି ସୁରକ୍ଷା ମଞ୍ଚ’ ଗଠିତ ହୋଇଛି। ଆଗାମୀ ଦିନରେ କିଭଳି ଏହାକୁ ସୁରକ୍ଷା ଦିଆଯିବା ସହ ଆହୁରି ଉନ୍ନତି କରାଯାଇପାରିବ ସେଥିପାଇଁ ପଞ୍ଚାୟତର ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ, ଯୁବକ, ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ପଞ୍ଚାୟତବାସୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ସର୍ବସମ୍ମତିକ୍ରମେ ଜେନାସାମନ୍ତ ସୁରକ୍ଷା ମଞ୍ଚର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ସଭାପତି ଜେନାସାମନ୍ତ କହିଛନ୍ତି, ଏଠାରୁ ଆବିଷ୍କୃତ ଅନେକ ବିରଳ ବୌଦ୍ଧମୂର୍ତ୍ତିକୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରାଯାଇଛି। ଦକ୍ଷିଣପୂର୍ବ ନୌବାଣିଜ୍ୟ କେନ୍ଦ୍ର ଓ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଏହି ପାହାଡ଼ରୁ ଅନେକ କୀର୍ତ୍ତିରାଜି ଖନନ ମଧ୍ୟ ହୋଇଛି। ଆଉ ଯେପରି ଏହା ଅଲୋଡ଼ା ନ ହେବ ସେ ଦିଗରେ ନଜର ରଖାଯିବ। ଏହି ଐତିହାସିକ ବୌଦ୍ଧ ପୀଠର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ପୂର୍ବଠାରୁ ଅଧିକ ଆକର୍ଷଣ କରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri