Categories: ଜାତୀୟ

ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳିମାଡ଼ କଲେ ଡେଲିଭରି ବୟ

ଗ୍ରେଟର ନୋଏଡା,୧।୯: ଅର୍ଡର ପ୍ରସ୍ତୁତିରେ ବିଳମ୍ବ ହେବାରୁ ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାରେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଇଗି ଡେଲିଭରି ଏଜେଣ୍ଟଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ସୁଇଗି ଏଜେଣ୍ଟ ରେଷ୍ଟୁରାଣ୍ଟରୁ ଚିକେନ୍‌ ବିରିୟାନି ଏବଂ ପୁରୀ ସବଜି ନେବାକୁ ଆସିଥିଲେ। ବିରିୟାନି ଠିକ୍‌ ସମୟରେ ପ୍ରସ୍ତୁତ ଥିବାବେଳେ ଅନ୍ୟ ଅର୍ଡର ପାଇଁ କିଛି ସମୟ ଲାଗିବ ବୋଲି ଡେଲିଭରି ଏଜେଣ୍ଟକୁ କୁହାଯାଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ପରେ ଡେଲିଭରି ଏଜେଣ୍ଟ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ହସ୍ତକ୍ଷେପ କରିଥିଲେ ରେଷ୍ଟୁରାଣ୍ଟର ମାଲିକ ସୁନୀଲ ଅଗ୍ରୱାଲ। ଏଥିରେ ଉତ୍ତ୍ୟକ୍ତ ହୋଇ ଡେଲିଭରି ଏଜେଣ୍ଟ ଅଗ୍ରୱାଲଙ୍କୁ ଗୁଳି କରିଥିଲେ। ରେଷ୍ଟୁରାଣ୍ଟର କର୍ମଚାରୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share