Categories: ଜାତୀୟ

ପୁରୁଣା ରେଲୱେ କୋଚରେ ରେସ୍ତୋରାଁ

ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ ଏକ ପୁରୁଣା ରେଳ ବଗିକୁ ରେସ୍ତୋରାଁରେ ପରିବର୍ତ୍ତନ କରାଯାଇଛି । ଏହା ହଲଦିରାମସ୍ ଦ୍ୱାରା ପରିଚାଳିତ ହେବ । ଏହାକୁ ନେଇ ନାଗପୁର ଡିଭିଜନର, ଡିଭିଜନାଲ ରେଲୱେ ମ୍ୟାନେଜର ରିଚା ଖାରେ କହିଛନ୍ତି, ପ୍ରଥମଥର ଲାଗି ଏକ ରେଳ ବଗିକୁ ରେସ୍ତୋରାଁର ରୂପ ଦିଆଯାଇଛି । ଯଦି ଏହା ଭଲ ଚାଲିଲା ତେବେ ଭବିଷ୍ୟତକୁ ଅଲଗା ଜିଲାମାନଙ୍କରେ ବି ଏମିତି କରାଯିବ ।
ଖାରେ କହିଛନ୍ତି ପ୍ରଥମେ ରେଲୱେ କୋଚକୁ ଟ୍ରାକ ଉପରୁ ବାହାରକୁ ଆଣିବା କାଠିକର ପାଠ ଥିଲା । ଯେତେବେଳେ କରୋନା ମହାମାରୀର ୨ୟ ଓ ୩ୟ ଲହର ଚାଲିଥିଲା ସେତେବେଳେ ଆମେ ଏହି କୋଚକୁ ବାହାରକୁ ଆଣିଛୁ । ଜଣେ ଗ୍ରାହକ କହିଛନ୍ତି ଏହି ରେଲୱେ କୋଚରୁ ତିଆରି ହୋଇଥିବା ରେସ୍ତୋରାଁରେ ବସି ଖାଇବା ସମୟରେ ଲାଗୁଛି ଯେମିତି ଆମେ ମହାରାଜା ଏକ୍ସପ୍ରେସରେ ଯାତ୍ରା କରୁଛୁ ଓ ତା’ରି ଭିତରେ ଖାଦ୍ୟ ଖାଉଛୁ ।

Share