ଭାରତର ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କଲେ ଗ୍ରେଟା: କହିଲେ, ହିନ୍ଦୁସ୍ତାନକୁ ସହାୟତା କର

ଷ୍ଟକହୋମ,୨୫।୪: ସ୍ବେଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ କରୋନାର କରାଳ ରୂପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଭାରତକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତରେ କୋଭିଡ ପରିସ୍ଥିତି ବିଷୟରେ ଶୁଣି ବହୁତ ଦୁଃଖ ଲାଗୁଛି। ସମଗ୍ର ବିଶ୍ୱ ସମୁଦାୟ ତୁରନ୍ତ ଭାରତକୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଉଚିତ। ସୂଚନାଯୋଗ୍ୟ, ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ବିବାଦୀୟ ଟୁଲକିଟ୍‌ ପ୍ରକାଶ କରିବାକୁ ନେଇ ଗ୍ରେଟା ଥନବର୍ଗ ବିବାଦରେ ଛନ୍ଦି ହୋଇ ପଡିଥିଲେ। ଜଳବାୟୁ ସଙ୍କଟ ବିରୋଧରେ ଗ୍ରେଟା ଥନବର୍ଗ କାର୍ଯ୍ୟ କରନ୍ତି। ସେ ଅନେକ ଥର ତାଙ୍କ ଭାଷଣରେ ଲୋକଙ୍କ ହୃଦୟ ଜିତିଛନ୍ତି। ଏହା ବ୍ୟତୀତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ଟୁଇଟର ଯୁଦ୍ଧ ମଧ୍ୟ ଲାଗିଥିଲା। ଡିସେମ୍ବର ୨୦୨୦ରେ, ୧୬ବର୍ଷୀୟା ଗ୍ରେଟାଙ୍କୁ ସମ୍ମାନଜନକ ଟାଇମ ମାଗାଜିନ ଦ୍ୱାରା ୨୦୧୯ର ‘ପର୍ସନ ଅଫ ଦି ଇୟର’ ଭାବେ ମନୋନୀତ କରାଯାଇଥିଲା।

Share