‘ପ୍ରକୃତି ପ୍ରତି ଦାୟିତ୍ୱବୋଧ ଜରୁରୀ’

ପାଟଣା,୮ା୨(ବୀରକିଶୋର ଦାଶ): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ) ପକ୍ଷରୁ ଆଡପ୍ସନସେଣ୍ଟ୍ରମର ସହଯୋଗରେ ଫେବୃଆରୀ ୫ସେରୁ ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କପୁଣ୍ଡିସ୍ଥିତ ରୁରାଲ ଲାଇଭଲିହୁଡ ଟ୍ରେନିଂ ସେଣ୍ଟରରେ ଚାରି ଦିନିଆ ଇକୋ-ଭେଞ୍ଚର କ୍ୟାମ୍ପ ଆୟୋଜିତ ହୋଇଥିଲା। ଏହି କ୍ୟାମ୍ପରେ ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ଇକୋସେଭର୍ସ ୟୁଥ୍‌ ନେଟ୍‌ଓ୍ବର୍କର ୬୦ ଜଣ ଯୁବତୀ ଯୁବକ ସକ୍ରିୟ ଭାବେ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ।

ଯୁବତୀ ଯୁବକ ମଧ୍ୟରେ ପରିବେଶ ସୁରକ୍ଷା ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ, ଦଳଗତ କାର୍ଯ୍ୟ ଓ ପ୍ରକୃତି ପ୍ରତି ଦାୟିତ୍ୱ ବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଲକ୍ଷ ଥିଲା ବୋଲି ସଂସ୍ଥାର ସଂପାଦକ ରଞ୍ଜନ ମହାନ୍ତି କହିଛନ୍ତି।
ରବିବାର ଅନ୍ତିମ ଦିବସରେ ତାଲିମପ୍ରାପ୍ତ ଯୁବତୀ ଯୁବକଙ୍କୁ ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ପିଛୁଳା ବେଡା ଜଙ୍ଗଲକୁ ଯାଇ ବିଭିନ୍ନ ଔଷଧୀୟ ବୃକ୍ଷକୁ ପରିଦର୍ଶନ କରିବା ସହ ଏଗୁଡ଼ିକର ଉପକାରିତା ସନ୍ଦର୍ଭରେ ପାଟଣା ବନପାଳ ନିରଞ୍ଜନ ସେଠୀଙ୍କଠାରୁ ବୁଝିଥିଲେ। କାର୍ଯ୍ୟକ୍ରମରେ ପିକ୍‌କର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, କୋଷାଧ୍ୟକ୍ଷ ରତ୍ନା ଦାଶ, ପ୍ରୋଜେକ୍ଟ ନେତ୍ରୀ ରଶ୍ମୀରେଖା ସାହୁ, ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ଯୁବପ୍ରତିନିଧିମାନେ ବିଭିନ୍ନ ପ୍ରଜାତିର ଗଛଲତା ଓ ପଶୁପକ୍ଷୀକୁ ଚିହ୍ନଟ କରିବା ସହିତ ଔଷଧୀୟ ଉଦ୍ଭିଦ ଓ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଅଧିବାସୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ପର୍ବପର୍ବାଣିଖାଦ୍ୟ, ପାରମ୍ପରିକ ଔଷଧ ପ୍ରଣାଳୀ ଓ ଜୀବନଶୈଳୀ ସମ୍ପର୍କରେ ଜ୍ଞାନଲାଭ କରିଥିଲେ। ସାଂସ୍କୃତିକ କାର୍ଯ୍ୟକଳାପଗୁଡ଼ିକ ଯୁବମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରିଥିଲା। ପିକକ୍‌ର ପୂଜା ପଣ୍ଡା, ରଶ୍ମୀରେଖା ସାହୁ, ଅନିତା ବାରିକ, ଉପମା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ବାମଦେବ ଜେନା, ଦ୍ରୌପଦୀ ବେଜ, ଶୁଭଲକ୍ଷ୍ମୀ ପଣ୍ଡା ଏବଂ ନାରାୟଣ ଦାସ ଏହି କ୍ୟାମ୍ପର ପରିଚାଳନା କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri