ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଜବାବ ଦିଅନ୍ତୁ, ସୁରକ୍ଷା ପରିଷଦରେ କହିଲେ ରୁଚିରା…

ଜେନେଭା,୨।୩ : ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦ ବିସ୍ତାରକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚିନ୍ତା ପ୍ରକଟ କରିଛି। ଭାରତ ଜୋର ଦେଇଛି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶମାନଙ୍କୁ ଡକାଯାଇ ଏବଂ ସେମାନଙ୍କଚ ଏହି କାର୍ଯ୍ୟ ପାଇଁ ଉତ୍ତରଦାୟୀ କରାଯିବା ଉଚିତ। ପାକିସ୍ତାନକୁ ପରୋକ୍ଷ ସନ୍ଦର୍ଭରେ ଭାରତ ଏହି ମନ୍ତବ୍ୟ ଦେଇଛି। ଭାରତ କହିଛି ଯେ ଯେଉଁ ଦେଶ ଆତଙ୍କବାଦ ବିପଦର ମୁକାବିଲା କରିପାରିବ ନାହିଁ ସେମାନଙ୍କୁ ସାହାଯ୍ୟ କରାଯିବା ଆବଶ୍ୟକ। ଏପରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶମାନେ ସେମାନଙ୍କ କାର୍ଯ୍ୟ ପାଇଁ ଦାୟୀ ରହିବେ।

 

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ଆତଙ୍କବାଦ ବିପଦ ଗୁରୁତର ଏବଂ ବାସ୍ତବ। ଦୁର୍ଭାଗ୍ୟର ବିଷୟ, ଅନ୍ତର୍ଜାତୀୟ ସହଯୋଗ ଦିଗରେ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ଆତଙ୍କବାଦ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ବିଶେଷ କରି ଆଫ୍ରିକା ଏବଂ ଏସିଆର ଅଞ୍ଚଳରେ।

ଜାତିସଂଘର ସଦସ୍ୟ ରାଷ୍ଟ୍ର ପାଇଁ କାଉଣ୍ଟର-ଆତଙ୍କବାଦ ଆତଙ୍କବାଦ କାର୍ଯ୍ୟାଳୟରେ ରାଷ୍ଟ୍ରଦୂତ ସ୍ତରୀୟ ତ୍ରୟମାସିକ ସୂଚନା ଦେଇ କହିଛନ୍ତି ଯେ ଅନ୍ତର୍ଜାତୀୟ ସମ୍ପ୍ରଦାୟ କେବଳ ସ୍ଥାୟୀ ତଥା ସମନ୍ବିତ ବହୁପକ୍ଷୀୟ କାର୍ଯ୍ୟ ମାଧ୍ୟମରେ ଆତଙ୍କବାଦ ବିପଦକୁ ମୁକାବିଲା କରିପାରିବ। ଯେଉଁ ଦେଶ ଆତଙ୍କବାଦ ବିପଦକୁ ମୁକାବିଲା କରିବାକୁ ସକ୍ଷମ ନୁହଁନ୍ତି ସେମାନଙ୍କୁ ସାହାଯ୍ୟ କରାଯିବା ଉଚିତ।

ସେ କହିଛନ୍ତି ଯେ ଆତଙ୍କବାଦର ବର୍ଗୀକରଣକୁ ଏଡ଼ାଇବା ଉଚିତ। ଦକ୍ଷିଣପନ୍ଥୀ, ବାମ ପନ୍ଥୀ ପରି ଶବ୍ଦଗୁଡ଼ିକ ଲାଭ ପାଇଁ ଅପବ୍ୟବହାର କରାଯାଉଛି। ବିଶ୍ୱର ଆତଙ୍କବାଦ ବିରୋଧୀ ରଣନୀତି ସମସ୍ତ ସଦସ୍ୟ ରାଷ୍ଟ୍ର ଦ୍ୱାରା ସମର୍ଥିତ ହେବା ଜରୁରୀ। ଧର୍ମ, ବିଶ୍ୱାସ, ସଂସ୍କୃତି, ଜାତି ନିର୍ବିଶେଷରେ ଭାରତ ସମସ୍ତ ପ୍ରକାର ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri