Categories: ଜାତୀୟ

ଭୋଟରଙ୍କୁ ସମ୍ମାନ ଦିଅ: ଭଗଓ୍ବନ୍ତ

ଚଣ୍ଡିଗଡ,୧୨।୩: ପଞ୍ଜାବରେ ଆମ ଆଦାମୀ ପାର୍ଟି (ଏଏପି) ବିପୁଳ ପରିମାଣରେ ବିଜୟ ହୋଇଛି। ଭଗଓ୍ବନ୍ତ ମାନ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ସେ ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଭଗଓ୍ବନ୍ତ ଏଏପି ବିଧାନସଭା ପାର୍ଟି ବୈଠକରେ ଯୋଗ ଦେଇ ନିର୍ବାଚିତ ବିଧାୟକଙ୍କ ସହିତ କଥା ହୋଇଥିଲେ। ସେ କହିଛନ୍ତି, ମୁଁ ତୁମ ସମସ୍ତଙ୍କୁ ନିବେଦନ କରୁଛି ଯେ ଅହଙ୍କାର କର ନାହିଁ। ଯେଉଁମାନେ ତୁମ ଦଳ ପାଇଁ ଭୋଟ ଦେଇ ନାହାଁନ୍ତି ସେମାନଙ୍କ ପାଇଁ ମଧ୍ୟ କାମ କର। ଆପଣ ପଞ୍ଜାବୀର ବିଧାୟକ , କିନ୍ତୁ ସେମାନେ ସରକାର ଚୟନ କରିଛନ୍ତି ବୋଲି ଭଗଓ୍ବନ୍ତ କହିଛନ୍ତି। ବିଧାୟକମାନଙ୍କୁ ଚଣ୍ଡିଗଡ଼ରେ ନ ରହିବାକୁ ଏବଂ ଯେଉଁଠାରୁ ନିର୍ବାଚିତ ହୋଇଛନ୍ତି ସେହି ଅଞ୍ଚଳରେ କାର୍ଯ୍ୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share