Posted inଜାତୀୟ

କୌଳିକ ବୃତ୍ତିଧାରୀଙ୍କୁ ସମ୍ମାନ

ନୂଆଦିଲ୍ଲୀ,୧୮ା୯ : ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍‌ ବିଶ୍ୱକର୍ମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିନା ବନ୍ଧକରେ ସର୍ବନିମ୍ନ ସୁଧହାର ଋଣ ସହାୟତା ଯୋଗାଇ ଦିଆଯିବ। ୫ ବର୍ଷ ପାଇଁ ଏହି ଯୋଜନାର କାର୍ଯ୍ୟକାରିତା ନିମନ୍ତେ ୧୩,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଫଳରେ ବୁଣାକାର, ବଣିଆ, କମାର, ଲଣ୍ଡ୍ରି କାମରେ ନିୟୋଜିତ ଲୋକେ ଏବଂ ନାପିତଙ୍କ ସମେତ ପ୍ରାୟ ୩୦ ଲକ୍ଷ ପାରମ୍ପରିକ କାରିଗର ଓ ଶିଳ୍ପକାର ପରିବାର ଉପକୃତ ହେବେ। ସେମାନଙ୍କ ଉତ୍ପାଦ ଓ ସେବାର ଉପଲବ୍ଧତା ଓ ମାନ ବଢ଼ାଇବା ବିଶ୍ୱକର୍ମା ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ବନ୍ଧକମୁକ୍ତ ଉଦ୍ୟୋଗ ବିକାଶ ଋଣ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା (ପରିଶୋଧ ଅବଧି ୧୮ ମାସ) ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା (ପରିଶୋଧ ଅବଧି ୩୦ ମାସ) ଯୋଗାଇ ଦିଆଯିବ।

ହିତାଧିକାରୀଙ୍କୁ ଏଥିପାଇଁ ୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ ଏବଂ ଅବଶିଷ୍ଟ ୮ ପ୍ରତିଶତ ସୁଧ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଭରଣା କରିବ। ଋଣ ଗ୍ୟାରେଣ୍ଟି ଦେୟ ମଧ୍ୟ କେନ୍ଦ୍ର ସରକାର ପୈଠ କରିବେ। ଋଣ ହିତାଧିକାରୀଙ୍କୁ ୫ରୁ ୭ ଦିନ ମୌଳିକ ତାଲିମ ଦିଆଯିବା ପରେ ଦକ୍ଷତା ଯାଞ୍ଚ କରାଯାଇ ସେମାନଙ୍କୁ ବିଶ୍ୱକର୍ମା ଭାବେ ସ୍ବୀକୃତି ସ୍ବରୂପ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆଗ୍ରହୀ ପ୍ରାର୍ଥୀ ୧୫ ଦିନିଆ ଅଗ୍ରିମ ପ୍ରଶିକ୍ଷଣ ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ। ଏଥିପାଇଁ ସେମାନଙ୍କୁ ଦୈନିକ ୫୦୦ ଟଙ୍କା ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ। ଏହା ବ୍ୟତୀତ ସେମାନଙ୍କୁ ଉପକରଣ ପ୍ରୋତ୍ସାହନ ଭାବେ ୧୫,୦୦୦ ଟଙ୍କା ସହ ପ୍ରତି ଡିଜିଟାଲ କାରବାର ପାଇଁ ୧ ଟଙ୍କା ହିସାବରେ ମାସିକ ସର୍ବାଧିକ ୧୦୦ଟି କାରବାର ପାଇଁ ପ୍ରେତ୍ସାହନ ଦିଆଯିବ।

‘ଯଶୋଭୂମି’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମେଗା କନ୍‌ଭେନ୍‌ଶନ ସେଣ୍ଟର ‘ଯଶୋଭୂମି’ର ଉଦ୍‌ଘାଟନ କରିଛନ୍ତି। ଭାରତ ମଣ୍ଡପମ୍‌ ଏବଂ ନବନିର୍ମିତ ଯଶୋଭୂମିରେ ବିଭିନ୍ନ ଉତ୍ସବ, କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ ବିଭିନ୍ନ ଚଳଚ୍ଚିତ୍ର, ଟେଲିଭିଜନ ଶିଳ୍ପ ସମେତ ବୈଶ୍ୱିକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ଇଣ୍ଡିଆ ଇଣ୍ଟରନ୍ୟାଶନାଲ କନ୍‌ଭେନ୍‌ଶନ ଆଣ୍ଡ୍‌ ଏକ୍ସପୋ ସେଣ୍ଟର ‘ଯଶୋଭୂମି’ର ଫେଜ୍‌-୧କୁ ୫,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାର ସମ୍ପୂର୍ଣ୍ଣ ନିର୍ମାଣ ଅଞ୍ଚଳ ୧.୮ ଲକ୍ଷ ବର୍ଗମିଟରରୁ ଅଧିକ। ବିଶ୍ୱର ସର୍ବବୃହତ୍‌ ଏମ୍‌ଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ) କେନ୍ଦ୍ର ମଧ୍ୟରେ ଏହା ସ୍ଥାନ ପାଇଛି।

ସମ୍ମିଳନୀ ପର୍ଯ୍ୟଟନର ଭବିଷ୍ୟତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଏହି ସେକ୍ଟରର ପ୍ରଚୁର ସାମର୍ଥ୍ୟ ରହିଛି, ଯାହାର ମୂଲ୍ୟ ୨୫,୦୦୦ କୋଟିରୁ ଅଧିକ ହେବ। ତେଣୁ ଭାରତ ମଣ୍ଡପମ୍‌ ଏବଂ ଯଶୋଭୂମି ଦିଲ୍ଲୀକୁ ସମ୍ମିଳନୀ ପର୍ଯ୍ୟଟନର ସର୍ବବୃହତ୍‌ ହବ୍‌ରେ ପରିଣତ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଏୟାରପୋର୍ଟ ଲାଇନ୍‌ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିଛନ୍ତି। ଏହି ଲାଇନ୍‌କୁ ୨ କିଲୋମିଟର ସମ୍ପ୍ରସାରଣ କରାଯାଇ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ଷ୍ଟେଶନ ପର୍ଯ୍ୟନ୍ତ ବଢ଼ାଯାଇଛି।

ନୂଆ ଷ୍ଟେଶନରେ ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ପରେ ସେଠାରେ କେତେଜଣ ମେଟ୍ରୋ କର୍ମଚାରୀଙ୍କ ସହ କଥା ହୋଇଥିଲେ। ଉଦ୍‌ଘାଟନ ପୂର୍ବରୁ ମୋଦି ଧଉଲାକୁଆଁ ଷ୍ଟେଶନରୁ ନବନିର୍ମିତ ଯଶୋଭୂମି ଦ୍ୱାରକା ସେକ୍ଟର-୨୫ ଷ୍ଟେଶନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ। ସେ ଅନ୍ୟ ଯାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହିତ ସେଲ୍‌ଫି ନେଇଥିଲେ।

ନିର୍ବାଚନୀ ଜୁମ୍‌ଲା କହିଲା କଂଗ୍ରେସ

ପିଏମ୍‌ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି। କେନ୍ଦ୍ରର ଏହା ଆଉ ଏକ ନିର୍ବାଚନୀ ଜୁମ୍‌ଲା ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ସରକାର ନୀରବ କାହିଁକି ବୋଲି ପ୍ରଶ୍ନ କରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବସର ନେବା ସମୟ ଆସିଯାଇଛି। ଜନସାଧାରଣ ଆଉଥରେ ବୋକା ବନିବେ ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri