Posted inଜାତୀୟ

କୌଳିକ ବୃତ୍ତିଧାରୀଙ୍କୁ ସମ୍ମାନ

ନୂଆଦିଲ୍ଲୀ,୧୮ା୯ : ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍‌ ବିଶ୍ୱକର୍ମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିନା ବନ୍ଧକରେ ସର୍ବନିମ୍ନ ସୁଧହାର ଋଣ ସହାୟତା ଯୋଗାଇ ଦିଆଯିବ। ୫ ବର୍ଷ ପାଇଁ ଏହି ଯୋଜନାର କାର୍ଯ୍ୟକାରିତା ନିମନ୍ତେ ୧୩,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଫଳରେ ବୁଣାକାର, ବଣିଆ, କମାର, ଲଣ୍ଡ୍ରି କାମରେ ନିୟୋଜିତ ଲୋକେ ଏବଂ ନାପିତଙ୍କ ସମେତ ପ୍ରାୟ ୩୦ ଲକ୍ଷ ପାରମ୍ପରିକ କାରିଗର ଓ ଶିଳ୍ପକାର ପରିବାର ଉପକୃତ ହେବେ। ସେମାନଙ୍କ ଉତ୍ପାଦ ଓ ସେବାର ଉପଲବ୍ଧତା ଓ ମାନ ବଢ଼ାଇବା ବିଶ୍ୱକର୍ମା ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ବନ୍ଧକମୁକ୍ତ ଉଦ୍ୟୋଗ ବିକାଶ ଋଣ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା (ପରିଶୋଧ ଅବଧି ୧୮ ମାସ) ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା (ପରିଶୋଧ ଅବଧି ୩୦ ମାସ) ଯୋଗାଇ ଦିଆଯିବ।

ହିତାଧିକାରୀଙ୍କୁ ଏଥିପାଇଁ ୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ ଏବଂ ଅବଶିଷ୍ଟ ୮ ପ୍ରତିଶତ ସୁଧ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଭରଣା କରିବ। ଋଣ ଗ୍ୟାରେଣ୍ଟି ଦେୟ ମଧ୍ୟ କେନ୍ଦ୍ର ସରକାର ପୈଠ କରିବେ। ଋଣ ହିତାଧିକାରୀଙ୍କୁ ୫ରୁ ୭ ଦିନ ମୌଳିକ ତାଲିମ ଦିଆଯିବା ପରେ ଦକ୍ଷତା ଯାଞ୍ଚ କରାଯାଇ ସେମାନଙ୍କୁ ବିଶ୍ୱକର୍ମା ଭାବେ ସ୍ବୀକୃତି ସ୍ବରୂପ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆଗ୍ରହୀ ପ୍ରାର୍ଥୀ ୧୫ ଦିନିଆ ଅଗ୍ରିମ ପ୍ରଶିକ୍ଷଣ ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ। ଏଥିପାଇଁ ସେମାନଙ୍କୁ ଦୈନିକ ୫୦୦ ଟଙ୍କା ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ। ଏହା ବ୍ୟତୀତ ସେମାନଙ୍କୁ ଉପକରଣ ପ୍ରୋତ୍ସାହନ ଭାବେ ୧୫,୦୦୦ ଟଙ୍କା ସହ ପ୍ରତି ଡିଜିଟାଲ କାରବାର ପାଇଁ ୧ ଟଙ୍କା ହିସାବରେ ମାସିକ ସର୍ବାଧିକ ୧୦୦ଟି କାରବାର ପାଇଁ ପ୍ରେତ୍ସାହନ ଦିଆଯିବ।

‘ଯଶୋଭୂମି’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମେଗା କନ୍‌ଭେନ୍‌ଶନ ସେଣ୍ଟର ‘ଯଶୋଭୂମି’ର ଉଦ୍‌ଘାଟନ କରିଛନ୍ତି। ଭାରତ ମଣ୍ଡପମ୍‌ ଏବଂ ନବନିର୍ମିତ ଯଶୋଭୂମିରେ ବିଭିନ୍ନ ଉତ୍ସବ, କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ ବିଭିନ୍ନ ଚଳଚ୍ଚିତ୍ର, ଟେଲିଭିଜନ ଶିଳ୍ପ ସମେତ ବୈଶ୍ୱିକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ଇଣ୍ଡିଆ ଇଣ୍ଟରନ୍ୟାଶନାଲ କନ୍‌ଭେନ୍‌ଶନ ଆଣ୍ଡ୍‌ ଏକ୍ସପୋ ସେଣ୍ଟର ‘ଯଶୋଭୂମି’ର ଫେଜ୍‌-୧କୁ ୫,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାର ସମ୍ପୂର୍ଣ୍ଣ ନିର୍ମାଣ ଅଞ୍ଚଳ ୧.୮ ଲକ୍ଷ ବର୍ଗମିଟରରୁ ଅଧିକ। ବିଶ୍ୱର ସର୍ବବୃହତ୍‌ ଏମ୍‌ଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ) କେନ୍ଦ୍ର ମଧ୍ୟରେ ଏହା ସ୍ଥାନ ପାଇଛି।

ସମ୍ମିଳନୀ ପର୍ଯ୍ୟଟନର ଭବିଷ୍ୟତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଏହି ସେକ୍ଟରର ପ୍ରଚୁର ସାମର୍ଥ୍ୟ ରହିଛି, ଯାହାର ମୂଲ୍ୟ ୨୫,୦୦୦ କୋଟିରୁ ଅଧିକ ହେବ। ତେଣୁ ଭାରତ ମଣ୍ଡପମ୍‌ ଏବଂ ଯଶୋଭୂମି ଦିଲ୍ଲୀକୁ ସମ୍ମିଳନୀ ପର୍ଯ୍ୟଟନର ସର୍ବବୃହତ୍‌ ହବ୍‌ରେ ପରିଣତ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଏୟାରପୋର୍ଟ ଲାଇନ୍‌ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିଛନ୍ତି। ଏହି ଲାଇନ୍‌କୁ ୨ କିଲୋମିଟର ସମ୍ପ୍ରସାରଣ କରାଯାଇ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ଷ୍ଟେଶନ ପର୍ଯ୍ୟନ୍ତ ବଢ଼ାଯାଇଛି।

ନୂଆ ଷ୍ଟେଶନରେ ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ପରେ ସେଠାରେ କେତେଜଣ ମେଟ୍ରୋ କର୍ମଚାରୀଙ୍କ ସହ କଥା ହୋଇଥିଲେ। ଉଦ୍‌ଘାଟନ ପୂର୍ବରୁ ମୋଦି ଧଉଲାକୁଆଁ ଷ୍ଟେଶନରୁ ନବନିର୍ମିତ ଯଶୋଭୂମି ଦ୍ୱାରକା ସେକ୍ଟର-୨୫ ଷ୍ଟେଶନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ। ସେ ଅନ୍ୟ ଯାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହିତ ସେଲ୍‌ଫି ନେଇଥିଲେ।

ନିର୍ବାଚନୀ ଜୁମ୍‌ଲା କହିଲା କଂଗ୍ରେସ

ପିଏମ୍‌ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି। କେନ୍ଦ୍ରର ଏହା ଆଉ ଏକ ନିର୍ବାଚନୀ ଜୁମ୍‌ଲା ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ସରକାର ନୀରବ କାହିଁକି ବୋଲି ପ୍ରଶ୍ନ କରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବସର ନେବା ସମୟ ଆସିଯାଇଛି। ଜନସାଧାରଣ ଆଉଥରେ ବୋକା ବନିବେ ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri