Posted inଜାତୀୟ

ସାର୍ବଭୌମତ୍ୱକୁ ସମ୍ମାନ ଦିଅ

ନୂଆଦିଲ୍ଲୀ, ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଉଦ୍‌ବୋଧନ ଦେବା ଅବସରରେ ଦେଶଗୁଡ଼ିକ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ସିଓ ଦେଶଗୁଡ଼ିକ ସହ ଭାରତର ଦୃଢ଼ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ରହିଛି। ସମ୍ପର୍କ ବଢ଼ାଇବା ବେଳେ ପରସ୍ପରର ସାର୍ବଭୌମତ୍ୱ ଓ ସଂହତିକୁ ସମ୍ମାନ ଦେବା ମୌଳିକ ନୀତି। ତେବେ ଏସ୍‌ସିଓ ଏଜେଣ୍ଡାକୁ ରୋକିବା ଲାଗି ଉଦ୍ୟମ ହେଉଛି। ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡ଼ିକୁ ଅଯଥା ଏସ୍‌ସିଓ କାର୍ଯ୍ୟସୂଚୀରେ ସ୍ଥାନ ଦେବା ପାଇଁ ବାରମ୍ବାର ଉଦ୍ୟମ ହେବା ଦୁର୍ଭାଗ୍ୟଜନକ ବୋଲି ଭର୍ଚୁଆଲ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ। ଏଭଳି ଉଦ୍ୟମ ଏସ୍‌ସିଓର ବିଶେଷାଧିକାର ଏବଂ ସାଙ୍ଘାଇ ବିଚାରଧାରାର ଉଲ୍ଲଂଘନ କରୁଛି।
ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ ମଙ୍ଗଳବାର ଏସ୍‌ସିଓ ରାଷ୍ଟ୍ରମୁଖ୍ୟ ପରିଷଦର ୨୦ତମ ସମିଟ୍‌ ଅନୁଷ୍ଠିତ ହୋଇଛି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏହି ଭିଡିଓ କନ୍‌ଫରେନ୍ସିଂ ବୈଠକରେ ମୁହାଁମୁହିଁ ହୋଇଥିଲେ। କରୋନା କାରଣରୁ ପ୍ରଥମ ଥର ପାଇଁ ବୈଠକ ଭର୍ଚୁଆଲି କରାଯାଇଛି। ଭାରତ ଶାନ୍ତି, ନିରାପତ୍ତା ଓ ସମୃଦ୍ଧି ଉପରେ ଦୃଢ଼ ବିଶ୍ୱାସ କରେ। ଏହା ଆତଙ୍କବାଦ ଓ ନିଶା ଚୋରା କାରବାରକୁ ଦୃଢ଼ ବିରୋଧ କରିଆସିଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ। ସମସ୍ତ ଅଂଶୀଦାରଙ୍କ ଆଶାଆକାଂକ୍ଷା, ସମସାମୟିକ ଚ୍ୟାଲେଞ୍ଜ ଏବଂ ମାନବୀୟ କଲ୍ୟାଣ ସମ୍ପର୍କରେ ଦେଶଗୁଡ଼ିକ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେବା ସହ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ ସମର୍ଥନ ଆଶା କରିଥିଲେ। ଭର୍ଚୁଆଲ ମିଟିଂରେ ଏସ୍‌ସିଓର ୮ ସଦସ୍ୟ ରାଷ୍ଟ୍ର ରୁଷିଆ, ଚାଇନା, ଭାରତ, ପାକିସ୍ତାନ, କାଜାଖ୍‌ସ୍ତାନ, କିର୍‌ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ ଅଂଶଗ୍ରହଣ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ଏଥିରେ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri