Posted inଜାତୀୟ

ରିସର୍ଟ ଭାଙ୍ଗି ପ୍ରମାଣ ନଷ୍ଟ

ଋଷିକେଶ, ୨୬ା୯: ଉତ୍ତରାଖଣ୍ଡର ପୌଡ଼ି ଜିଲା ଋଷିକେଶ ନିକଟରେ ୧୯ ବର୍ଷୀୟା ରିସେପ୍‌ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଗୁମର ଫିଟିବା ପରେ ଅନେକ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ନିଜ ରିସର୍ଟରେ ଦେହବେପାର ଚଳାଇଥିଲେ। ସେ ଏହି ଅନୈତିକ କାର୍ଯ୍ୟରେ ଅଙ୍କିତାଙ୍କୁ ସାମିଲ ହେବା ପାଇଁ ବାଧ୍ୟ କରିଥିଲେ। ଅଙ୍କିତା ପ୍ରତିବାଦ କରିବାରୁ ପୁଲକିତ ନିଜ ସହଯୋଗୀମାନଙ୍କ ସହ ମିଶି ତାଙ୍କୁ ଏକ ବ୍ୟାରେଜକୁ ଠେଲି ହତ୍ୟା କରିଥିଲେ। ହତ୍ୟାର ୬ ଦିନ ପରେ ଶନିବାର ମୃତଦେହ ଚିଲ୍ଲା ବ୍ୟାରେଜରୁ ମିଳିଥିଲା। ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ଅଙ୍କିତାଙ୍କ ମା’ବାପାଙ୍କୁ ହସ୍ତାନ୍ତର କରିବାବେଳେ ସେମାନେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ମନା କରିଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ରବିବାର ଅଙ୍କିତାଙ୍କ ଅନ୍ତିମ ସତ୍କାର କରାଯାଇଛି। ଇତିମଧ୍ୟରେ ପୋଲିସ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ନେଇ ଅଙ୍କିତାଙ୍କ ପରିବାର ପକ୍ଷରୁ ସାଘାଂତିକ ଅଭିଯୋଗ ଅଣାଯାଇଛି।

ଯେଉଁ ‘ବନାନ୍ତର’ ରିସର୍ଟରେ ଝିଅକୁ ହତ୍ୟା କରାଯାଇଥିଲା, ସେଠାରେ ଅନେକ ପ୍ରମାଣ ମହଜୁଦ ଥିଲା। ସେହି ପ୍ରମାଣ ଆଧାରରେ ଅଭିଯୁକ୍ତ ପୁଲକିତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିଥାଆନ୍ତା। କିନ୍ତୁ ପ୍ରଭାବଶାଳୀ ରାଜନେତା ବିନୋଦଙ୍କ ଇଙ୍ଗିତରେ ରିସର୍ଟକୁ ଜାଳି, ଭାଙ୍ଗି ସବୁ ପ୍ରମାଣ ନଷ୍ଟ କରିଦିଆଯାଇଛି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି।

ନାମରେ ପରିଚିତ ଉତ୍ତରାଖଣ୍ଡରେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ବର୍ବର, ନୃଶଂସ କାଣ୍ଡ ଘଟିବା ଆଶା କରାଯାଇ ନ ଥାଏ। ତେବେ ଶାସକ ଦଳର ଜଣେ ନେତାଙ୍କ ପୁଅ ଭିଆଇଥିବା ହତ୍ୟାକାଣ୍ଡ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଭାର ହାତକୁ ନେଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପ୍ରମାଣ ସଂଗ୍ରହରେ ଲାଗିଥିବାବେଳେ ରିସର୍ଟ ଭଙ୍ଗାଯିବା ଘଟଣା ଯାଞ୍ଚକୁ ଦୁର୍ବଳ କରିପାରେ ବୋଲି କୁହାଯାଉଛି। ଏସ୍‌ଆଇଟି ନିକଟରେ ଏବେ ବଳିଷ୍ଠ ପ୍ରମାଣ ହାତେଇବା ପାଇଁ ରହିଛି କେବଳ ହ୍ବାଟ୍‌ସଆପ୍‌ ଚାଟ୍‌। ଅଙ୍କିତା ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗମାନଙ୍କୁ ପଠାଇଥିବା ହ୍ବାଟ୍‌ସଆପ୍‌ ମେସେଜରେ ଲେଖିଥିଲେ, ରିସର୍ଟର ଅତିଥିମାନଙ୍କୁ ‘ସ୍ପେଶାଲ ସର୍ଭିସ୍‌’ ଦେଇ ଆପ୍ୟାୟିତ କରିବା ପାଇଁ ପୁଲକିତ ତାଙ୍କୁ ବାଧ୍ୟ କରିଥିଲେ। ଏସ୍‌ଆଇଟିର ନେତୃତ୍ୱ ନେଉଥିବା ଡିଆଇଜି ପି.ଆର୍‌. ଦେବୀ କହିଛନ୍ତି, ରିସର୍ଟର ସମସ୍ତ କର୍ମଚାରୀଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଉଛି। ସମସ୍ତଙ୍କ ବୟାନ ରେକର୍ଡ କରାଯିବ। ଅଙ୍କିତାଙ୍କ ହ୍ବାଟ୍‌ସଆପ୍‌ ମେସେଜରୁ ଅଧିକ ତଥ୍ୟ ମିଳିବା ନେଇ ସେ ଆଶାବାଦୀ।

ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେଉ: ପ୍ରିୟଙ୍କା

ଅଙ୍କିତାଙ୍କ ହତ୍ୟାକାରୀମାନଙ୍କୁ ଆଇନର କାଠଗଡ଼ାକୁ ଟାଣି ତ୍ୱରିତ ଦଣ୍ଡବିଧାନ ସକାଶେ ଫାଷ୍ଟଟ୍ରାକ୍‌ କୋର୍ଟରେ ସେମାନଙ୍କ ବିଚାର କରାଯାଉ ବୋଲି ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦାବି କରିଛନ୍ତି। ଉତ୍ତରାଖଣ୍ଡ ପ୍ରଶାସନ ଲୋକ ଦେଖାଣିଆ କାମ କରୁଛି। ପ୍ରମାଣ ନଷ୍ଟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ହାଶ୍‌ଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଅଙ୍କିତା ଟ୍ରେଣ୍ଡ କରୁଛି। ଅଙ୍କିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରବିବାର ନୂଆଦିଲ୍ଲୀରେ ଏଏପିର ମହିଳା କର୍ମୀମାନେ ବିକ୍ଷୋଭ କରିଛନ୍ତି। ସେହିପରି ଉତ୍ତରାଖଣ୍ଡର ଶ୍ରୀନଗର ଅଞ୍ଚଳରେ ମଧ୍ୟ ବିକ୍ଷୋଭ ବେଳେ ରାସ୍ତାରୋକୋ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri