ଭିଏଟ୍‌ନାମ ରାଷ୍ଟ୍ରପତିଙ୍କ ଇସ୍ତଫା

ବ୍ୟାଙ୍କକ୍‌,୧୮।୧: ଭିଏଟ୍‌ନାମ ରାଷ୍ଟ୍ରପତି ଗୁଏନ୍‌ ଜୁଆନ୍‌ ଫୁକ୍‌ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଅନେକ ଦୁର୍ନୀତି ମାମଲା ଲାଗି ତାଙ୍କୁ ଦାୟୀ କରାଯାଉଥିଲା। ଶାସକ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଗୁଏନ୍‌ କହିଥିଲେ, ସେ ରାଷ୍ଟ୍ରପତି ପଦରେ ରହିବାକୁ ଚାହାନ୍ତି ନାହିଁ। ତେବେ ତାଙ୍କୁ ପଦ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିବା କୁହାଯାଉଛି। କାରଣ ସେ ଇସ୍ତଫା ଘୋଷଣା କଲାବେଳେ ଅତି କଠୋର ଶବ୍ଦ ବ୍ୟବହାର କରିଥିଲେ। ୧୯୭୯ରୁ ଗୁଏନ୍‌ ପ୍ରାଦେଶିକ ସରକାରରେ କାର୍ଯ୍ୟ କରିଥିବାବେଳେ ୨୦୦୬ରେ ଜାତୀୟ ସରକାରରେ ସ୍ଥାନ ପାଇଥିଲେ। ୨୦୧୧ରେ ପଲିଟିବ୍ୟୁରୋରେ ଯୋଗଦେବା ପରେ ୨୦୧୬ରୁ ୨୦୨୧ ଦେଶର ପ୍ରଧାନମନ୍ତ୍ରୀ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ।

Share