ବିବେକକୁ ବାଧିବାରୁ ଇସ୍ତଫା: ରଘୁବୀର

ଭୁବନେଶ୍ବର, ୧୩ା୨(ବ୍ୟୁରୋ):ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସେ ଗତ ୯ ତାରିଖରେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଓଡ଼ିଶା ମାନବ ଅଧିକାର କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍‌ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଓଡ଼ିଶା ମାନବ ଅଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍‌ ରଘୁବୀର ଦାଶଙ୍କ କହିବା କଥା ଓଏଚ୍‌ଆର୍‌ସିର ନୂଆ ଅଧ୍ୟକ୍ଷ ଭାବେ ଯିଏ ନିଯୁକ୍ତି ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ। ତେଣୁ ନବନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କ ବିବେକ ବାଧା ଦେଇଛି। ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍‌ଆର୍‌ସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କହିଛନ୍ତି। ଜଷ୍ଟିସ୍‌ ଦାଶ ତାଙ୍କ ଇସ୍ତଫାପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଏଚ୍‌ଆର୍‌ସିର ନବନିଯୁକ୍ତ ଅଧ୍ୟକ୍ଷ ନିହାତି ଭାବେ ଜଣେ ଯୋଗ୍ୟ ବ୍ୟକ୍ତି। ଏହି ଅନୁଷ୍ଠାନର ପ୍ରତିଷ୍ଠାକୁ ଆହୁରି ଉପରକୁ ନେବାକୁ ତାଙ୍କ ପାଖରେ ସମସ୍ତ ଦକ୍ଷତା ଥିବା ସେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ଭାଜପା ନେତା ସୁଦର୍ଶନ ନାୟକ କହିଛନ୍ତି, ଏହା ହେଉଛି କୁଶାସନର ଏକ ନମୁନା। ଜଣେ ବରିଷ୍ଠ ଜଜ୍‌ ସଦସ୍ୟ ଥିବାବେଳେ ଅନ୍ୟ ଜଣେ କନିଷ୍ଠ ଜଜ୍‌ଙ୍କୁ ଯେତେବେଳେ ଅଧ୍ୟକ୍ଷ ପଦରେ ବସାଯାଉଛି ନୈତିକତା ଦୃଷ୍ଟିରୁ ସେ ଠିକ୍‌ ନିଷ୍ପତ୍ତି ନେଉଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏ ସରକାରର କିଛି ନୀତି ନିୟମ ନାହିଁ। ଏଠି ବରିଷ୍ଠ ଏବଂ କନିଷ୍ଠ ଭିତରେ ଯେମିତି ନିଷ୍ପତ୍ତି ନେବା କଥା ନିଆଯାଉନି। ଆଇଏଏସ୍‌, ଆଇପିଏସ୍‌ ଏବଂ ବିଧାୟକମାନଙ୍କ କ୍ଷେତ୍ରରେ ହେଉ ବରିଷ୍ଠ ଓ କନିଷ୍ଠ କିଛି ମାନୁନାହାନ୍ତି। ଯାହାକୁ ଚାହିଁଲେ ମନ୍ତ୍ରୀ କରିଦେଉଛନ୍ତି, କେତେବେଳେ କନିଷ୍ଠ ଅଫିସରଙ୍କୁ ବରିଷ୍ଠଙ୍କ ଦାୟିତ୍ୱ ଦେଇଦେଉଛନ୍ତି। ତେଣୁ ଏ ସରକାର ସମୟରେ କାହାରି କିଛି ଆତ୍ମସମ୍ମାନ ନାହିଁ ବୋଲି ସେ କହିଛନ୍ତି। ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସବୁକିଛି ବିଧି ବ୍ୟବସ୍ଥା ଭିତରେ ହୋଇଛି। ସରକାର ଯେତେବେଳେ କିଛି ଗୋଟିଏ ନିଯୁକ୍ତି କରନ୍ତି ସେତେବେଳେ କେତେଗୁଡିଏ ନିୟମକାନୁନ ଦେଇ ଯାଆନ୍ତି। ଏହାସହ କିଛି ନିର୍ଦ୍ଦିଷ୍ଟ ପଦ୍ଧତିରେ ସବୁକିଛି କରାଯାଏ। ଏ କ୍ଷେତ୍ରରେ ମଧ୍ୟ ନିୟମ ଭିତରେ ସବୁ କିଛି ହୋଇଛି, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଜଷ୍ଟିସ ଦାଶଙ୍କ ଇସ୍ତଫା ଦେବା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଓଏଚ୍‌ଆରସି ଅଧ୍ୟକ୍ଷ ପଦରେ ନିଯୁକ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ବାଚସ୍ପତି ପ୍ରମୁଖ ଦେଇଥାଆନ୍ତି। ସେମାନଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥିବା ବେଳେ ବୟସସୀମା ୭୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri