ଛାଇ ଖୋଜୁଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ ଉତ୍ତପ୍ତ ସହର ଭାବେ ପରିଗଣିତ ହେଲାଣି। ଦିନେ ଯେଉଁ ସହର ସବୁଜ ବନାନୀରେ ଆଚ୍ଛାଦିତ ଥିଲା ଆଜି ତାହା କଂକ୍ରିଟ ସହର ପାଲଟିଲାଣି। ଏହି ସ୍ମାର୍ଟସିଟିର ଜନସଂଖ୍ୟା ଏବେ ପ୍ରାୟ ୧୨ଲକ୍ଷ ଛୁଇଁଲାଣି। ଏଠାରେ ପ୍ରତିଦିନ କୋଠାବାଡ଼ି, ଶିଳ୍ପ, କଳ କାରଖାନା ଆଦି ଗଢିଉଠୁଛି। ବାସଗୃହ, କାର୍ଯ୍ୟାଳୟ, ରାସ୍ତା ନିର୍ମାଣ ସମେତ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବୃକ୍ଷରାଜି ବଳିପଡୁଛି। ଫଳରେ ଗଛଟିଏ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରୁଥିବାବେଳେ ରାଜଧାନୀବାସୀଙ୍କୁ ଛାଇ ଟିକେ ମିଳିବା କଷ୍ଟକର ହୋଇପଡ଼ିଲାଣି।
ବନ ବିଭାଗ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଗତ ୫ବର୍ଷ ମଧ୍ୟରେ ୯୯ ହଜାର ୮ଶହ ଗଛ ନଷ୍ଟ ହୋଇଛି। ସେଥିମଧ୍ୟରୁ ୯୨ହଜାର ଗଛ କେବଳ ଫନୀ ମହାବାତ୍ୟା ସମୟରେ ନଷ୍ଟ ହୋଇଥିଲା। ବାକି ୭ହଜାର ୮ଶହ ଗଛ ରାସ୍ତା ସମ୍ପ୍ରସାରଣ, ବିଦ୍ୟୁତ୍‌ ଖୁଣ୍ଟ, ଗୃହ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ କଟାଯାଇଛି। ଅନ୍ୟପକ୍ଷରେ ସିଟି ଫରେଷ୍ଟ, ଓଏଫ୍‌ଡିସି, ବିଏମ୍‌ସି ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ସହରରେ ୩ଲକ୍ଷ ୭୭ହଜାର ଚାରା ରୋପଣ କରାଯାଇଛି। ୨୦୧୭-୧୮ରେ ୭୭ହଜାର, ୨୦୧୮-୧୯ରେ ୨ଲକ୍ଷ ୩୮ହଜାର, ୨୦୧୯-୨୦ରେ ୩୪ହଜାର, ୨୦୨୦-୨୧ରେ ୧୦ହଜାର, ୨୦୨୧-୨୨ରେ ୧୬ହଜାର ଚାରା ଲଗାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟ ସହିତ ବନୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୧୭-୧୮ରେ ୧୪୭୪, ୨୦୧୮-୧୯ରେ ୩ହଜାର, ୨୦୧୯-୨୦ରେ ୫ହଜାର ଏବଂ ୨୦୨୦-୨୧ରେ ୨ହଜାର ଚାରା ରୋପଣ ହୋଇଛି। ତେବେ ୨୦୨୧-୨୨ରେ ବିଭିନ୍ନ କାରଣରୁ ଚାରା ଲଗାଯାଇନାହିଁ।
ପରିବେଶବିତ୍‌ ସୁଶାନ୍ତ ସାହୁଙ୍କ ମତରେ, ବିକାଶ ନାଁରେ ମଣିଷ ଏବେ ବିନାଶ ଆଡ଼କୁ ମୁହାଁଉଛି। କେବଳ ରାସ୍ତାକଡ଼ ଗଛ ନୁହେଁ ବିଭିନ୍ନ କାରଣରୁ ଜଙ୍ଗଲ ମଧ୍ୟ କଟାଯାଉଛି। ଜଙ୍ଗଲ ମାଫିଆମାନେ ଗଛ କାଟି ନେଉଛନ୍ତି। ଜନସଂଖ୍ୟା ବୃଦ୍ଧି, କଂକ୍ରିଟ ରାସ୍ତା, ଅତ୍ୟଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଗାଡ଼ିମୋଟର ବ୍ୟବହାର, ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ବିକାଶ ନାମରେ ପ୍ରତିଦିନ ଶହ ଶହ ଗଛ କଟାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କିଛିଦିନ ତଳେ ରାସ୍ତା ସମ୍ପ୍ରସାରଣ ପାଇଁ ଚନ୍ଦକାରୁ ପିତାପଲ୍ଲୀ ଛକ ପର୍ଯ୍ୟନ୍ତ ପ୍ରାୟ ୧ହଜାର ଫଳନ୍ତି ଆମ୍ବ ଗଛ କଟାଯାଇଛି। ସରକାର ଚାହିଁଥିଲେ ଲୋକଙ୍କ ଜମିକୁ ନେଇ ରାସ୍ତା ସମ୍ପ୍ରସାରଣ କରିପାରି ଥାନ୍ତେ। ଆଜିର ଟେକ୍ନୋଲୋଜି ଯୁଗରେ ଗଛ ନ କାଟି ଟ୍ରି ଟ୍ରାନ୍ସପ୍ଲାଣ୍ଟର୍‌ ମେଶିନ୍‌ ଦ୍ୱାରା ଏହାକୁ ସ୍ଥାନାନ୍ତର କରାଯାଇପାରିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ପତ୍ର ଦେଇଥିଲି। ମାତ୍ର ସୁଫଳ ମିଳିନାହିଁ। ଜଙ୍ଗଲ ନଷ୍ଟ ଓ ଗଛକଟା ଯୋଗୁ ବନ୍ୟପ୍ରାଣୀ ନିଜର ବାସସ୍ଥାନ ହରାଇ ଜନବସତି ଆଡକୁ ମାଡ଼ିଆସୁଛନ୍ତି ଏବଂ ବହୁ ସମୟରେ ଜନଜୀବନ ହାନି ଘଟୁଛି। ସେହିପରି ପରିବେଶ ସନ୍ତୁଳନ ରକ୍ଷା ହୋଇ ନ ପାରି ପ୍ରାକୃତିକ ଦୁର୍ବିପାକ ହେଉଛି। ଏ ସମ୍ପର୍କରେ ସିଟି ଡିିଏଫ୍‌ଓ ଯଶୋବନ୍ତ ବରିହା କହିଛନ୍ତି, ପରିବେଶ ସନ୍ତୁଳନ ଲାଗି ଗଛର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଅନେକ ସମୟରେ ଲୋକଙ୍କ ସୁବିଧା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉନ୍ନୟନ କାର୍ଯ୍ୟ ପାଇଁ ଗଛ କାଟିବାକୁ ବନ ବିଭାଗ ଅନୁମତି ଦେଇଥାଏ। ଗୋଟିଏ ଗଛ କାଟିଲେ ତାହାର ୧୦ଗୁଣା ଟଙ୍କା ସମ୍ପୃକ୍ତ ବ୍ୟକ୍ତି ବା କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯାଇଥାଏ, ନଚେତ ୧୦ଗୁଣା ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଏ। ଭୁବନେଶ୍ୱରରେ ଯେହେତୁ ଜଙ୍ଗଲ ନାହିଁ ତେଣୁ ବିନା ଅନୁମତିରେ ସେପରି ଗଛ କଟାଯାଉନାହିଁ। ଗଛକୁ କଟା ନ ଯାଇ ମୂଳରୁ ଓପାଡ଼ି ଅନ୍ୟ ଏକ ସ୍ଥାନରେ ଲଗାଯାଇ ପାରିବା ଭଳି ଟେକ୍ନୋଲୋଜି ଆମ ପାଖରେ ନାହିଁ। ଚଳିତ ବର୍ଷ ବିଭାଗ ପକ୍ଷରୁ ପ୍ରାୟ ୩୦ହଜାର ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି। ବିଏମ୍‌ସି ସହିତ ଏ ନେଇ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ବିଏମ୍‌ସି ପରିବେଶ ବିଭାଗ ଅଧିକାରୀ ବସନ୍ତ ମଲ୍ଲିକ କହିଛନ୍ତି, ରାଜଧାନୀରେ ଦ୍ରୁତ ଗତିରେ ଗଛ କଟା ଚାଲିଛି, ଯାହାର କୁପରିଣାମ ପରିବେଶ ଉପରେ ପଡୁଛି। ସହରର କୌଣସି ସ୍ଥାନରେ ଗଛ କାଟିବା ପାଇଁ ବିଏମ୍‌ସି ଅନୁମତି ଦିଏ ନାହିଁ। ତେବେ ଯଦି ବିପଦସଙ୍କୁଳ ଅବସ୍ଥାରେ କେଉଁଠାରେ ଗଛ ରହିଥାଏ, ତାହାକୁ କଟାଯାଏ। ସହରକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍‌ସି ସର୍ବଦା ଚେଷ୍ଟା କରୁଛି। ୨୦୨୨-୨୩ ବର୍ଷରେ ଚାରା ଲଗାଇବା ପାଇଁ ପ୍ରିଲିମିନାରୀ ସର୍ଭେ ଚାଲିଛି। ସର୍ଭେ ପରେ ଓଏଫ୍‌ଡିସି, ବନବିଭାଗ, ସ୍ବେଚ୍ଛାସେବୀ ସଂସ୍ଥା, ବିଏମ୍‌ସିର କୋ-ଅର୍ଡିିନେଶନ୍‌ ବୈଠକ ବସିବ। ଏଥିରେ କିଏ କେତେ ଗଛ ଲଗାଇବ ଏବଂ କେତେ ବଜେଟ୍‌ ରହିବ ତାହା ନିର୍ଦ୍ଧାରଣ କରାଯିବ।

ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri