ରୋଡ଼ ଓଭର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉପକୃତ ହେବେ ଅଞ୍ଚଳବାସୀ: ସର୍ଭେ କରିବ କେନ୍ଦ୍ର

କେସିଙ୍ଗା,୩।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜାତୀୟ ରାଜପଥ ୨୬ସ୍ଥିତ ରେଲୱେ ଫାଟକ ନିକଟରେ ରାୟପୁର-ବିଶାଖାପାଟଣାକୁ ସଂଯୋଗ ହୋଇଥିବା ୩ ଲାଇନ ବିଶିଷ୍ଟ ରେଳ ଲାଇନରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ, କୋଇଲା ବୋଝେଇ ଟ୍ରେନ ଆଦି ଗମନାଗମନବେଳେ ବସ, ଟ୍ରକ, ଯାନବାହନ, ଆମ୍ବୁଲାନ୍ସ ଆଦି ଘଣ୍ଟା ଘଣ୍ଟା ଧରି ଛିଡା ରହୁଥିଲା। ଯାହାଫଳରେ ବସ ଯାତ୍ରୀ ଓ ଆମ୍ବୁଲାନ୍ସରେ ଯାଉଥିବା ଗର୍ଭବତୀ ମହିଳା, ରୋଗୀଙ୍କ ପାଇଁ ଟ୍ରାଫିକ ଜାମ ଯୋଗୁ ହଇରାଣ ହରକତ ହେଉଥିଲେ। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସହରବାସୀ ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଲିଖିତ ଦାବି କରିଥିଲେ।

ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ଗତ ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋଡ଼ ଓଭର ବ୍ରିଜ ନିର୍ମାଣ ପାଇଁ ୨୧୬ କୋଟି ଅର୍ଥ ମଞ୍ଜୁରୀ ହୋଇଥିଲା। କିନ୍ତୁ ସହର ମଧ୍ୟରେ ରାସ୍ତା ଉଚ୍ଛେଦ କରାଯାଇ ଏହି ରୋଡ଼ ଓଭର ବ୍ରିଜ ନିର୍ମାଣ ହେଲେ ବ୍ୟବସାୟିକ କ୍ଷେତ୍ରରେ ଘୋର ସମସ୍ୟା ଦେଖାଯିବ ବୋଲି ସହରବାସୀ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଥିବାରୁ ଏହି ରୋଡ଼ ଓଭର ବ୍ରିଜ ରାସ୍ତା ନିର୍ମାଣରେ ଦୀର୍ଘ ୯ବର୍ଷ ଧରି କାମ ନ ହୋଇ କେନ୍ଦ୍ରକୁ ଟଙ୍କା ଫେରିଗଲା। କିନ୍ତୁ ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହେବାର ଦେଖି ଲୋକଙ୍କ ସମସ୍ୟା ଦେଖା ଦେବାରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କେନ୍ଦ୍ର ସରକାର ପୁଣି ରୋଡ଼ ଓଭର ବ୍ରିଜ ନିର୍ମାଣ ପାଇଁ M.O.R.T.and high way fundରୁ କେନ୍ଦ୍ର ସରକାର ଗତ ୩ବର୍ଷ ହେଲା ଅର୍ଥ ମଞ୍ଜୁରୀ କରିବାରୁ ଜମି ଅଧିଗ୍ରହଣ ପାଇଁ ଚାଷୀଙ୍କୁ ୧୬୮କୋଟି ରାଜସ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଗଲା ଏବଂ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳ ରେ ୩.୫୫୭ କିମି ରାସ୍ତା ର ବର୍ତ୍ତମାନ ରୋଡ଼ ଓଭର ବ୍ରିଜ ନିର୍ମାଣାଧୀନ ରହିଛି।
ଏ ସଂକ୍ରାନ୍ତରେ ଜାତୀୟ ରାଜପଥ କେସିଙ୍ଗାର ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଇ.ତପନ କୁମାର ମୋହାଳିକଙ୍କୁ ପଚାରିବାରୁ ୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ରୁ ଚାରି ଲାଇନ ବିଶିଷ୍ଟ ବାଇପାସ ରୋଡ଼ ନିର୍ମାଣ ପାଇଁ କେନ୍ଦ୍ର ରୁ ଇଞ୍ଜିନିୟର ଓ ବିଶିଷ୍ଟ ପଦାଧିକାରୀ ଗଣ ପରିଦର୍ଶନ କରି ସର୍ଭେ କରିବେ,କେସିଙ୍ଗାର କେଉଁ ଦିଗରେ ନିର୍ମାଣ ହେବ,ତାହା ସର୍ଭେ ହେଲା ପରେ ଜଣାପଡ଼ିବ ଏବଂ ଏହି ରୋଡ଼ ଓଭର ବ୍ରିଜ ସମ୍ପୂର୍ଣ ନିର୍ମାଣ ହେଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଲୋକେ ଉପକୃତ ହେବେ ଏବଂ ରେଲୱେ ଅଣ୍ଡର ବ୍ରିଜରେ ଭିଡ଼ ଜମିବ ନାହିଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri