ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଆବର୍ଜନା ସିଟିରେ ପରିଣତ ହୋଇଛି। ଯୁଆଡେ ଚାହିଁବ ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି। ଦାରୁଠେଙ୍ଗ ଗ୍ରାମବାସୀଙ୍କ ନାଲିଆଖି ଓ ବିରୋଧ ଯୋଗୁ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯାଇ ପାରୁନାହିଁ। ବିଏମ୍‌ସି ଦାବି ପୂରଣ କରୁନି କି ଦାରୁଠେଙ୍ଗବାସୀ ନିଜ ଜିଦ୍‌ରୁ ଓହରୁ ନାହାନ୍ତି। ଫଳରେ ସେବେଠାରୁ ସହରର ସବୁ ଅଳିଆ ସୈନିକ ସ୍କୁଲ ନିକଟ ଟେମ୍ପୋରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଜମା ହେଉଛି। କିନ୍ତୁ ତାହା ସ୍ଥାନାନ୍ତର ହୋଇପାରୁ ନ ଥିବାରୁ ଟିଟିଏସ୍‌ ଏବେ ଉଛୁଳି ପଡିଛି। ଏହାସତ୍ତ୍ୱେ ତା’ଉପରେ ଅଳିଆ ଗଦା ଚାଲିଛି। ପୁଣି ଅଳିଆ ପକାଇବାକୁ ଜାଗା ନ ଥିବାରୁ ଓ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଆଖପାଖ ଖାଲି ସ୍ଥାନରେ ଅଳିଆ ପକାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ସୈନିକ ସ୍କୁଲ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ଏପରି ଅସ୍ବାସ୍ଥ୍ୟକର ପରିବେଶରେ ଅଣନିଃଶ୍ୱାସୀ ହୋଇପଡିବା ସହ ଅଭିଶପ୍ତ ଜୀବନ ବିତାଉଛନ୍ତି।

‘ଡମ୍ପିଂୟାର୍ଡ ସମସ୍ୟା ୨ଦିନରେ ସମାଧାନ କର’

ଡମ୍ପିଂୟାର୍ଡ ବିବାଦରୁ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ବିଏମ୍‌ସି ମେୟର ଓ କମିଶନର କେବଳ ଆଲୋଚନା ମଧ୍ୟରେ ସୀମିତ ରହିଥିବାବେଳେ ସମାଧାନର ବାଟ ଫିଟି ପାରୁନି। ଏଭଳିସ୍ଥଳେ ରାଜଧାନୀବାସୀଙ୍କ ସମସ୍ୟା ଦିଗରେ ଉଦ୍ୟମ କରିଛନ୍ତି ଏମ୍‌ପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱରରେ ଡମ୍ଫିୟାର୍ଡ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ସେ ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସେ ଲେଖିଛନ୍ତି ଯେ, ଦିନ ପରେ ଦିନ ବିତି ଚାଲିଥିଲେ ବି ପରିମଳ ବ୍ୟବସ୍ଥାରେ ଉନ୍ନତି ଆସି ପାରୁନାହିଁ। ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ଗଦା ହୋଇ ରହିଛି। ଫଳରେ ସ୍ମାର୍ଟସିଟିର ଛବି ମଳିନ ହେଉଛି। ଏଥିସହ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହାର ସମାଧାନ କରାଯାଉ। ନ ହେଲେ ସେପ୍ଟେମ୍ବର ୨ ଅପରାହ୍ନ ୫ଟାରେ ବିଏମ୍‌ସି ଅଫିସରେ ପହଞ୍ଚତ୍ ମେୟରଙ୍କ ସହ ଏ ନେଇ ଆଲୋଚନା କରିବେ ବୋଲି ଅପରାଜିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, କେତେବେଳେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତ ଆଉକେବେ ଡମ୍ଫିଂୟାର୍ଡ ସମସ୍ୟା ପାଇଁ ସହରବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଏମ୍‌ସିର ଅପାରଗତା ଦର୍ଶାଇ ୨୬ ତାରିଖରେ ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅପରପକ୍ଷେ ଶନିବାର ଦାରୁଠେଙ୍ଗ ଗ୍ରାମବାସୀ ଏବଂ ବିଏମ୍‌ସି ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ତେବେ ଏହି ଆଲୋଚନା ସହରବାସୀଙ୍କ ପାଇଁ ଶୁଭଫଳ ଆଣିବ ନା ଅପରାଜିତାଙ୍କ ସମ୍ପୃକ୍ତି ପରେ ବାଟ ଫିଟିବ ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ।

ଲୋକେ ରୋଗାକ୍ରାନ୍ତ ହୋଇପଡ଼ିବେ
ବର୍ଷାଦିନ ଆସିଲେ ଆମର ଚିନ୍ତା ବଢ଼ୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅସ୍ଥାୟୀ ଡମ୍ପିଂୟାର୍ଡରେ ଏବେ ପାହାଡ ଭଳି ଅଳିଆ ଗଦା ହୋଇଗଲାଣି। ଏହା ପାଖରେ ୨ଟି ସ୍କୁଲ ରହିଥିବାବେଳେ ପିଲାମାନେ ଦୁର୍ଗନ୍ଧ ପାଇଁ ସେଠାକୁ ଯିବାକୁ ରାଜି ହେଉ ନାହାନ୍ତି। ବିଏମ୍‌ସିର ଅଳିଆ ଗାଡ଼ି ଦିନକୁ ୪୦/୫୦ ଥର ଯିବା ଆସିବା କରୁଛି। ଫଳରେ ସେହି ସମୟରେ ରାସ୍ତାରେ ଗାଡ଼ି ଜାମ୍‌ ହେଉଛି। ପୁଣି ଗାଡ଼ିରୁ ପଚା ପାଣି ପଡି ରାସ୍ତା ଦୁର୍ଗନ୍ଧମୟ ହୋଇପଡୁଛି। ଛୋଟପିଲାଙ୍କଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହଟହଟା ହେଉଛନ୍ତି। ଏପରିସ୍ଥିତି ଲାଗି ରହିଲେ ଲୋକେ ରୋଗାକ୍ରାନ୍ତ ହୋଇ ପଡିବେ। ଏଥିପାଇଁ ବିଏମ୍‌ସି ଦାୟୀ ରହିବ।
-ସଞ୍ଜୟ କୁମାର ସ୍ବାଇଁ,
ସ୍ଥାନୀୟ ବାସିନ୍ଦା
ପେଟରୁ ଭାତ ବାହାରିବା ଭଳି ଅବସ୍ଥା, ଛାତ୍ରୀଛାତ୍ର ପଢ଼ିପାରୁ ନାହାନ୍ତି
ଟିଟିଏସ୍‌ ପାଖଦେଇ ଯିବାଆସିବା କରିବାବେଳେ ପେଟରୁ ଭାତ ବାହାରି ଆସିବା ଭଳି ଅବସ୍ଥା ହେଉଛି। ଏଥିପାଇଁ ଭିଏସ୍‌ଏସ୍‌ ନଗର, ରେଲ୍‌ଓ୍ବେ କଲୋନୀ, ଚକେଇସିଆଣି ଅଞ୍ଚଳର ଲୋକେ ହନ୍ତସନ୍ତ ହେଉଛନ୍ତି। ନିକଟରେ ସୈନିକ ସ୍କୁଲ ଏବଂ ଅନ୍ୟ ସ୍କୁଲ ରହିଥିବାରୁ ଛାତ୍ରୀଛାତ୍ର ପୁତ୍ତିଗନ୍ଧମୟ ପରିବେଶରେ ଠିକ୍‌ ଭାବେ ପାଠ ପଢିପାରୁ ନାହାନ୍ତି। ଆମଭଳି ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ପରିବେଶ ବହୁ କ୍ଷତିକାର। ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଆମକୁ ରେଲଓ୍ବେ ଓ୍ବ୍‌ାର୍କଶପ୍‌ ବାଟେ ବୁଲିକି ଯିବାକୁ ପଡୁଛି। ସହରର ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ହେଉନାହିଁ। ବିଏମ୍‌ସି ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ।
-ଭ୍ରମରବର ପ୍ରଧାନ,
ସ୍ଥାନୀୟ ବରିଷ୍ଠ ନାଗରିକ
ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି
ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆସି ସୈନିକ ସ୍କୁଲ ନିକଟ ଟିଟିଏସ୍‌ରେ ପଡେ। ପରେ ଏଠାରୁ ଭୂଆଶୁଣି ଡମ୍ପିଂୟାର୍ଡକୁ ଯାଏ। ମାତ୍ର ଗତ କିଛିଦିନ ହେବ ଡମ୍ଫିଂୟାର୍ଡକୁ ଅଳିଆ ନ ଯାଇ ଏଠାରେ ଗଦା ହେଉଛି। ଫଳରେ ଏହାର ଖଣ୍ଡମଣ୍ଡଳ ଅଳିଆ ଓ ଦୁର୍ଗନ୍ଧରେ ପୋତି ହୋଇପଡିଲାଣି। ଗୋଟେ ଅଳିଆ ଗାଡ଼ି ଗଲେ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାଇ ହେଉନାହିଁ। ସମ୍ପୂର୍ଣ୍ଣ ଭୁବନେଶ୍ୱର ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଡେଙ୍ଗୁ ଜ୍ୱରର ଉତ୍ପତ୍ତି ସ୍ଥଳ ପାଲଟିଛି। ଯଦି ଦାରୁଠେଙ୍ଗରେ ଅଳିଆ ପକାଯାଇ ନ ପାରୁଛି ତେବେ ବିଏମ୍‌ସି କମିଶନର ଓ ମେୟର ଅନ୍ୟ କେଉଁଠି ସ୍ଥାନ ଚିହ୍ନଟ କରି ତୁରନ୍ତ ସମସ୍ୟା ସମାଧାନ କରନ୍ତୁ।
-ଶୀତଳ ଚନ୍ଦ୍ର ମହାନ୍ତି,
ସ୍ଥାନୀୟ ଅଞ୍ଚଳ ବାସିନ୍ଦା
କଲୋନୀ ଭିତରକୁ ଦୁର୍ଗନ୍ଧ ଆସୁଛି, ବିଏମ୍‌ସି ତୁରନ୍ତ ଅଳିଆ ଉଠାଉ
ବାଣୀବିହାରର ୩ ନମ୍ବର ଗେଟ ବନ୍ଦ କରିବା ପରେ ଭିଏସ୍‌ଏସ୍‌ ନଗରବାସୀ ରସୁଲଗଡ଼ ଛକ ଓ ସୈନିକ ସ୍କୁଲ ନିକଟ ଅଳିଆଗଦା ପାଖ ରାସ୍ତାରେ ଯାତାୟାତ କରୁଛନ୍ତି। ଟିଟିଏସ୍‌ରୁ ଅଳିଆ ଉଠୁ ନ ଥିବାରୁ ଏହି ରାସ୍ତାରେ ଯାଇ ହେଉନାହିଁ। ରାସ୍ତା ଉପରେ ଅଳିଆ ବୋଝେଇ ଗାଡ଼ି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ବି ଅଞ୍ଚଳବାସୀ ନିରୁପାୟ। ପବନ ବହିଲେ କଲୋନୀ ଭିତରକୁ ଦୁର୍ଗନ୍ଧ ଆସୁଛି। ଏଠାରୁ ଅତିଶୀଘ୍ର ଅଳିଆ ଉଠାଇବା ସହିତ ଆଉ ଅଳିଆ ନ ପାଇବା ପାଇଁ ବିଏମ୍‌ସିକୁ ଅନୁରୋଧ କରୁଛୁ।
-ଦିଲୀପ ଦାଶଶର୍ମା,
ସ୍ଥାନୀୟ ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri