ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଖଣି ଅଞ୍ଚଳବାସୀ: ଅଧିକାର ପାଇଁ ଦାବି କରିବାରୁ ନାଲିଆଖି

ଯାଜପୁର ଅଫିସ,୨୭।୯: ପ୍ରଶାସନିକ ଅବହେଳା ଏବଂ କେତେଜଣ ପ୍ରଭାବଶାଳୀଙ୍କ ଅମାନବୀୟ ବ୍ୟବହାର ଖଣି ପ୍ରଭାବିତ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏଭଳି ଅବସ୍ଥା ଏବେ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଅଞ୍ଚଳବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। ଆବାସ ଯୋଜନାରେ ଘର, ଜବ୍‌କାର୍ଡ, ଲେବର କାର୍ଡ, କାଳିଆ ସମେତ କେତେକ କୃଷି ଯୋଜନାର ସୁବିଧା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବା ଲୋକଙ୍କ ହକ୍‌ ରହିଛି। ହେଲେ ଏହି ଅଧିକାର ପାଇଁ ଦାବି କରିବାରୁ ଲୋକଙ୍କୁ ନାଲିଆଖି ଦେଖାଯାଉଛି। ଏପରିକି ସୁକିନ୍ଦା ବ୍ଲକ ବେଣାଗାଡିଆ ଗ୍ରାମର ୧୬ ଜଣ ମହିଳାଙ୍କ ନାମରେ ଆଇପିସି ଦଫା ୧୦୭(ଶାନ୍ତି ଭଙ୍ଗ ଆଶଙ୍କା) ଅନୁଯାୟୀ ମାମଲା ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ଦାବି ହାସଲ ପାଇଁ ବୈଠକ ଓ ଲିଖିତ ଭାବେ ଆବେଦନ କରିଥିବା ସତ୍ତ୍ୱେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ସୁକିନ୍ଦା ଓ କେନ୍ଦୁଝର ଜିଲାରେ ଥିବା ଖଣି ଖାଦାନରେ ଶ୍ରମିକମାନେ କାମ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ତେବେ ୨୦୦୦ ପରଠାରୁ ଖଣି, ଶିଳ୍ପ ଓ ରେଲୱେ ସାଇଡିଂଗୁଡ଼ିକରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର ଯୋଗୁ ବହୁ ଖଣି ପ୍ରଭାବିତ ଲୋକ ବୃତ୍ତି ହରାଇ ଭୋକଉପାସରେ ରହୁଛନ୍ତି। ରୋଜଗାର ହରାଇବା ସମସ୍ୟାର ସମାଧାନ ନିମନ୍ତେ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏଭଳିସ୍ଥଳେ ଖଣି ପ୍ରଭାବିତ ଗ୍ରାମଗୁଡିକରେ ବିଭିନ୍ନ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି। ଏନେଇ ପ୍ରଭାବିତ ଗ୍ରାମବାସୀ ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବାରମ୍ବାର ନିରାଶ ହୋଇଛନ୍ତି। ପ୍ରାୟ ୫୦୦୦ ଲୋକ ବସବାସ କରୁଥିବା ବେଣାଗାଡିଆ ନାଏକସାହିର ମହିଳାମାନେ ଗତ ଏପ୍ରିଲରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନେଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ବିଡିଓଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ। ଏହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ କହିବା ଅନୁସାରେ ବେଣାଗାଡିଆ ଗ୍ରାମବାସୀ ସମସ୍ତ କ୍ଷେତ୍ରରେ ଅବହେଳିତ। ଆବାସ ଯୋଜନାରେ ବାସଗୃହ, ଜବ୍‌କାର୍ଡ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ଖଣି ଖାଦାନ ଭରା ଏହି ଅଞ୍ଚଳରେ ରୋଜଗାର ପାଇଁ କୌଣସି ସୁବିଧା ଦିଆଯାଉ ନାହିଁ। ତେଣୁ ପରିବାରର ମୁରବୀମାନେ ବାହାର ଅଞ୍ଚଳକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ପାଇଁ ୧ କିମି ଦୂରକୁ ଯିବାକୁ ପଡ଼ୁଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ସବିଶେଷ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଅଞ୍ଚଳର ଜଣେ ନେତ୍ରୀ ଗତ ମେ ୧୬ ତାରିଖରେ ବେଣାଗାଡିଆକୁ ଯାଇ ମହିଳାମାନଙ୍କୁ ଧମକଚମକ ଦେଇଥିଲେ। କାହିଁକି ଗଣମାଧ୍ୟମରେ ଏହିସବୁ ଖବର ଦେଉଛ ବୋଲି ସେ ମହିଳାମାନଙ୍କୁ ତାଗିଦ କରିଥିଲେ। ଏହାପରେ ଗ୍ରାମର ମହିଳା ଓ ନାରୀ ନେତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କଥା କଟାକଟି ହୋଇଥିଲା। ତାହା ସୁକିନ୍ଦା ଥାନା ପର୍ଯ୍ୟନ୍ତ ଯାଇଥିଲା। ସୁକିନ୍ଦା ଥାନାଧିକାରୀ ଗତ ମେ ୨୨ରେ ମାମଲାର ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଡାକିଥିଲେ। ତେବେ ଗ୍ରାମର ମହିଳା ସେହିଦିନ ଥାନାକୁ ଯାଇଥିବାବେଳେ ନାରୀନେତ୍ରୀଙ୍କ ଦେଖା ମିଳି ନ ଥିଲା। ଦାବି ହାସଲ କରିବାକୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ମହିଳାଙ୍କ ସ୍ବରକୁ ଚପାଇ ଦେବାକୁ ପୋଲିସ ପ୍ରଶାସନ ଅଭିନବ ଉପାୟ ଅବଲମ୍ବନ କରିଛି। ବେଣାଗାଡିଆ ଗ୍ରାମର ମିନତି ମହନ୍ତ, ଦମୟନ୍ତୀ ମହନ୍ତ, ପେଣ୍ଡୁ ନାଏକ, କୁନି ମହନ୍ତ, ଭାନୁମତି ମହନ୍ତ, ନନ୍ଦିତା ନାଏକ, ଯତି ନାଏକ, ଭାନୁ ନାଏକ, ମୀରା ନାଏକ, ନୟନ୍ତୀ ନାଏକ, ବନିତା ନାଏକ, ଡଲି ନାଏକ, ଟୁନି ନାଏକ, ତପି ନାଏକ, ଚେର ନାଏକ ଏବଂ ଖରଖରି ଗ୍ରାମର ସୁକାନ୍ତି ନାଏକଙ୍କ ବିରୋଧରେ ଆଇପିସି ଦଫା ୧୦୭ ଲଗାଯାଇ ମାମଲା ରୁୁଜୁ ହୋଇଛି। ଆସନ୍ତା ୨୯ ସୁଦ୍ଧା ସୁକିନ୍ଦା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଭାନୁମତି ଓ ସୁକାନ୍ତି କହିଛନ୍ତି, ସରକାରୀ ଯୋଜନାରେ ସାମିଲ କରିବାକୁ ସେମାନେ ବିଡିଓଙ୍କୁ ଆବେଦନ ପତ୍ର ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଧମକ ଦିଆଯାଇଥିଲା। ପୂର୍ବରୁ ଖଣି ସମ୍ପ୍ରସାରଣ ସମୟରେ ପ୍ରଥମେ ନିଯୁକ୍ତି ଓ ପାରିପାର୍ଶ୍ୱିକ ବିକାଶ ପାଇଁ ଦାବି କରିଥିବାରୁ ସେମାନଙ୍କ ନାମରେ ଅନୁରୂପ ଭାବେ ୧୦୭ ଦଫା ଲାଗିଥିଲା। ଏଭଳି ଉପାୟରେ ସେମାନଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ ହେଉଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri