‘ମୁଖ୍ୟମନ୍ତ୍ରୀ ବସ’ ସେବାରୁ ବଞ୍ଚିତ କେନଝିରିଆପାଲି ପଞ୍ଚାୟତବାସୀ

ଅମରପାଲି,୨୧।୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍‌ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ହେଉଛି। ତେଣୁ ସରକାର ତୁରନ୍ତ ଏହି ପଞ୍ଚାୟତକୁ ସରକାରୀ ବସ ଚଳାଚଳ କରିବାକୁ ପଞ୍ଚାୟତବାସୀ ଦାଦି କରିଛନ୍ତି।
ଆଜିକୁ ପ୍ରାୟ ୬ ମାସ ପୂର୍ବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ତତ୍କାଳୀନ ସରକାର ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିଥିଲେ। ଏହି କ୍ରମରେ ସେହି ଦିନ ଠାରୁ ବୀରମହାରାଜପୁର ବ୍ଲକରେ ତିନୋଟି ବସ ବିଭିନ୍ନ ରୁଟରେ ପ୍ରତ୍ୟହ ଚାରି ଥର ବିଭିନ୍ନ ପଞ୍ଚାୟତକୁ ଯାତାୟତ କରୁଛି। ମୁଖ୍ୟମନ୍ତ୍ରୀ ବସ ବୀରମହାରାଜପୁରରୁ ବାଗବର – ଜଟେସିଂହା – ସୁବଳୟା – କମିରା ଦେଇ ପିତାମହୁଲକୁ ଯାତାୟତ କରୁଛି। ଅନ୍ୟ ଏକ ବସ ବୀରମହାରାଜପୁରରୁ ବାହାରି ହିଲୁଙ୍ଗ-ମୁର୍ଷୁଣ୍ଢି-ଲୁତୁରପଙ୍କ-ବହଳପଦର ପଞ୍ଚାୟତ ଦେଇ ଦୁର୍ଜନତୈଲା କୁ ଯାତାୟତ କରୁଛି। ଆଉ ଏକ ବସ ବୀରମହାରାଜପୁରରୁ ମୁର୍ଷୁଣ୍ଢି ପଞ୍ଚାୟତ-ସୁବଳୟା ଦେଇ ଖଣ୍ଡହତା ପଞ୍ଚାୟତକୁ ଯାତାୟତ କରୁଛି। ତେବେ ବ୍ଲକରେ କେବଳ କେନଝିରିଆପାଲି ପଞ୍ଚାୟତକୁ ଏହି ବସ ଯାତାୟତ କରୁ ନ ଥିବା ଉକ୍ତ ପଞ୍ଚାୟତ ବାସୀ ଅଭିଯୋଗ କରୁଛନ୍ତି।
କେନଝିରିଆପାଲି ପଞ୍ଚାୟତକୁ ପ୍ରତିଦିନ ଚାରିଥର ବସ ଚଳାଚଳ କରିବା ପାଇଁ ରୁଟ ଚାର୍ଟରେ ଉଲ୍ଲେଖ ରହିଛି। ମାତ୍ର ଏଠାକୁ ଉକ୍ତ ସରକାରୀ ବସ ଯାତାୟତ କରୁ ନାହିଁ। ତେଣୁ ଏହି ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଦୁର୍ଜନତୈଲା ପଞ୍ଚାୟତରୁ ଦାଦରପାଲି- ମାଳିଦାଦର-ମହାରସାହି-ବଡ଼ମାଳ-କେଶଲଗା ଦେଇ କେନଝିରିଆପାଲି ପଞ୍ଚାୟତକୁ ଯାଇ ସେଠାରୁ କଦଳୀପାଲି ଛକ-ବାରଝୁଲା-ମେଣ୍ଡମାଳ-ଅମୂଲ୍ୟମାମଣୀ ରାଣୀପୁର ଦେଇ ବୀରମହାରାଜପୁରକୁ ଏକ ନୂତନ ସରକାରୀ ବସ ଚଳାଚଳ କରିବାକୁ ଦାଦି ହେଉଛି।
ଏହି ରୁଟ ଦେଇ ବସ ଚଳାଚଳ କଲେ ବ୍ଲକ ଦୁର୍ଜନତୈଲା ପଞ୍ଚାୟତ, ବହଳପଦର, କେନଝିରିଆପାଲି ଓ ହିଲୁଙ୍ଗ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇପାରିବେ। ଏବେ ବସ ଏହି ରୁଟ ଦେଇ ଯାଉ ନ ଥିବାରୁ ଉକ୍ତ ଅଞ୍ଚଳ ମିଶନଶକ୍ତିର ମହିଳା, ସ୍କୁଲ କଲେଜର ଛାତ୍ରୀଛାତ୍ର, ବ୍ୟବସାୟୀ ଓ ବୀରମହାରାଜପୁରରେ ଥିବା ବ୍ଲକ କାର୍ଯ୍ୟଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ଥାନା ଆଦି କାର୍ଯ୍ୟାଳୟ ଓ ବଜାର ଉପରେ ନିର୍ଭର କରୁଥିବା ଲୋକେ ଯାତାୟତରେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଦୁର୍ଜନତୈଲା ପଞ୍ଚାୟତରୁ କେନଝିରିଆପାଲି- ମେଣ୍ଡାମାଳ ଦେଇ ଦେଇ ବୀରମହାରାଜପୁରକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସୁବର୍ଣ୍ଣପୁର ଜିଲା ପରିବହନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଉକ୍ତ ଅଞ୍ଚଳର ଏହି ସମସ୍ୟାକୁ ଦେଖି ତୁରନ୍ତ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri