ସମ୍ବଳ ଅଭାବକୁ ଆଳ

ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ ହେଲେ କିଛି କାମ ହୋଇପାରିବ ନାହିଁ’। ମଶା ଦୌରାତ୍ମ୍ୟରେ କଲବଲ ହେଉଥିବା ଢେଙ୍କାନାଳ ସହରବାସୀଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କରାଯାଇଥିବା ପ୍ରଶ୍ନରେ ଏଭଳି ଉପରଠାଉରିଆ ଉତ୍ତର ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ। ପୌରାଞ୍ଚଳରେ ଭୁଶୁଡ଼ି ପଡ଼ିଥିବା ପରିମଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ପାଲଟିଥିବାବେଳେ ସମସ୍ତ ୨୩ ଓ୍ବାର୍ଡରେ ମଶାତେଲ ସିଞ୍ଚନ ପାଇଁ ମାତ୍ର ୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସମ୍ବଳ ଅଭାବକୁ ଆଳ ଦେଖାଇ ପୌର ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ନିଜ ଦାୟିତ୍ୱରୁ ଓହରି ଯାଉଥିବାବେଳେ ମଶା ଉପଦ୍ରବରେ ସହରବାସୀ ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି।
ଆଦର୍ଶ ସହର ମାନ୍ୟତା ପାଇଛି ଢେଙ୍କାନାଳ। ଜନସଂଖ୍ୟା ୮୦ ହଜାର ଟପିଲାଣି। ହେଲେ ବିପର୍ଯ୍ୟସ୍ତ ପରିମଳ ଓ ଅବ୍ୟବସ୍ଥିତ ଡ୍ରେନେଜ୍‌ ଅପବାଦରୁ ମୁକୁଳିପାରୁନି ପୌର ପ୍ରଶାସନ। ଏଥିରେ ସୁଧାର ଲାଗି ଯେତେ ଯୋଜନା କରାଯାଉ ନ ଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ସବୁ ଫସର ଫାଟୁଛି। ବର୍ଷା ପରେ ଜଳାଶୟଠାରୁ ଆରମ୍ଭ କରି ଡ୍ରେନ୍‌ ଗଛଲତାରେ ପରିପୂର୍ଣ୍ଣ ହୋଇଛି। ଅଧିକାଂଶ ସ୍ଥାନରେ ପୁରୁଣା ଡ୍ରେନ୍‌ ଭାଙ୍ଗିରୁଜି ଯାଇଛି। ମଇଳା ନିଷ୍କାସିତ ହୋଇପାରୁନାହିଁ। ଅନ୍ୟ କେତେକ ଓ୍ବାର୍ଡରେ ଡ୍ରେନ୍‌ ନ ଥିବାରୁ ଆବର୍ଜନା ପାଣି ଜମିରହୁଛି। ଏସବୁ ମଶାବଂଶ ବଢ଼ିବା ପାଇଁ ପରିବେଶ ସୃଷ୍ଟି କରୁଛି। ସମସ୍ୟା ଅଣାୟତ୍ତ ହୋଇପଡ଼ିଥିବାବେଳେ ବିଭିନ୍ନ ମହଲରୁ ତୀବ୍ର ଅଭିଯୋଗ ହେବା ପରେ ୪ଦିନ ହେଲା ୨ ଫଗିଂ ମେଶିନ ସହରରେ ଧୂଅଁା ଛାଡୁଛି। ତେବେ ଏହା କେବଳ ସହରର ପ୍ରମୁଖ ରାସ୍ତା, ସାହିରେ ସୀମିତ ରହୁଛି। ଗଳିକନ୍ଦି ଭିତରକୁ ଗାଡ଼ି ପଶୁ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ୨ କର୍ମଚାରୀଙ୍କୁ ସମସ୍ତ ୨୩ ଓ୍ବାର୍ଡରେ ମଶାତେଲ ସିଞ୍ଚନ କରିବାକୁ କେତେଦିନ ଲାଗିବ ତାହା ଏବେ ଆଲୋଚନା ବିଷୟ ହୋଇଛି। ଅସଜଡ଼ା ପରିମଳ ବ୍ୟବସ୍ଥାକୁ ନେଇ ପୌର କର୍ତ୍ତୃପକ୍ଷ ଅସହାୟ ହୋଇପଡ଼ିଥିବାବେଳେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ବାସ୍ଥ୍ୟ) ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କୁହନ୍ତି, ବିଭାଗ ପାଖରେ ଯଥେଷ୍ଟ ପରିମାଣର ମଶାତେଲ ଅଛି। ପୌରସଂସ୍ଥା ପକ୍ଷରୁ ଯେଉଁମାନେ ମଶାତେଲ ପକାଉଛନ୍ତି, ଆମେ ସେମାନଙ୍କୁ ମଶାତେଲ ଯୋଗାଇ ଦେଉଛୁ। ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କୁହନ୍ତି, ମଶା ଉପଦ୍ରବ ରୋକିବା ପାଇଁ ୪ଦିନ ହେଲା ସହରରେ ଧୂଅଁା ଛଡ଼ାଯାଉଛି। ଦୁଇଜଣ କର୍ମଚାରୀ ନାଳନର୍ଦ୍ଦମାରେ ମଶାତେଲ ପକାଉଛନ୍ତି ା ଆମର ସମ୍ବଳ ଅନୁଯାୟୀ ଆମେ ଲୋକଙ୍କୁ ନିୟୋଜିତ କରିଛୁ ା ଦୁଇଟି ଫଗିଂ ମେଶିନରେ ଧୂଅଁା ଛଡ଼ାଯାଉଥିବା ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri