ଭୟରେ ଦିନ କାଟୁଛନ୍ତି ୫ ମୌଜାର ବାସିନ୍ଦା

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଗତବର୍ଷ ବ୍ରାହ୍ମଣୀ ଓ କାଣୀନଦୀରେ ଆସିଥିବା ବନ୍ୟାରେ ଅଳପୁଆ ପଞ୍ଚାୟତର ଅଳପୁଆ, ଦାମୋଦରପାଟଣା, ରାମନାଏକଡିଆ, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରାୟ ଦେଢ଼ କିମି ନଦୀବନ୍ଧର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବାରେ ଲାଗିଛି। ଫଳରେ ଏହି ନଦୀତଟ ପାଶର୍‌ବବର୍ତ୍ତୀ ଗ୍ରାମରେ ବସବାସ କରୁଥିବା ୫ ମୌଜାର ଲୋକ ଆତଙ୍କିତ ହୋପଡ଼ିଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଆଳିତଟ ବନ୍ଧବାଡ଼ ବିଭାଗରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ବିଭାଗ କାମ କରିବାକୁ ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସାମାଜିକ କର୍ମୀ ନରେନ୍ଦ୍ର ଧଳ, ସନ୍ଦୀପ ମହାଳି କହିଛନ୍ତି, ବ୍ରାହ୍ମଣୀ ନଦୀକୂଳରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଅଳପୁଆ ପଞ୍ଚାୟତର ୫ଟି ଗଁା ରହିଛି। ପ୍ରତିବର୍ଷ ବନ୍ୟା ପରେ ନଦୀକୂଳ ଖାଇ ଅତଡ଼ା ଖସିବା ଯୋଗୁ ଏହି ଗ୍ରାମଗୁଡ଼ିକ ପ୍ରତି ବିପଦ ଘନାଉଛି। ବନ୍ୟା ସମୟରେ ଏସବୁ ଗଁାର ପାଖାପାଖି ଦେଢ଼ ହଜାର ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ବିଶେଷକରି ସୁବଳପୁରଠାରୁ ବିଦ୍ରୁପା ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ବ୍ୟାପୀ ମନେଇଘାଇ ବାରମ୍ବାର ଭାଙ୍ଗିଲାଣି। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧର ବାମପାର୍ଶ୍ୱ ସୁଦୃଢ଼ କାମ ବର୍ଷାଋତୁ ପୂର୍ବରୁ ଏକାନ୍ତ ଜରୁରୀ ହୋଇପଡ଼ିଛି। ନଦୀକୂଳ ଅତଡ଼ା ଖାଇବା ଅଧିକ ବିପଦ ସୃଷ୍ଟି କରୁଛି। ଗ୍ରାମବାସୀ ରଞ୍ଜିତ ନାୟକ, ରଶ୍ମିକାନ୍ତ ବେହେରା, କିଶୋର ରାଉତ କହିଛନ୍ତି, ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ଼ କରାଯାଉଛି। ମାତ୍ର ବାମପାର୍ଶ୍ୱ ନଦୀବନ୍ଧ ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବାରୁ ଏଠାରେ ସେପରି କୌଣସି ପଦକ୍ଷେପ ନିଆଯାଉନାହଁି। ଏହି ନଦୀର ବାମପାର୍ଶ୍ୱରୁ ବେଆଇନ ଭାବେ ଦୈନିକ ଶତାଧିକ ଟ୍ରକ୍‌ ବାଲି ଉଠାଣ ହେଉଛି। ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଗଣଧାରଣା ମଧ୍ୟ ଦିଆଯାଇଥିଲା। ହେଲେ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବନ୍ଧ ନଷ୍ଟ ହେବା ସହ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗି ଲୋକଙ୍କ ଜୀବନ ଓ ଜୀବିକା ନଷ୍ଟ ହେଉଛି। ତେଣୁ ଏଥିପାଇଁ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବେ। ସେହିପରି ଦେବାଶିଷ ଧଳ, ସୁକାନ୍ତ ରାଉତ କହିଛନ୍ତି, ଲଗାଣ ବର୍ଷା ହେଲେ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡ଼ା ଖସୁଛି। ନଦୀ ଗତିପଥ ପରିବତ୍ତର୍ର୍ନ କରି ଗଁା ଆଡ଼କୁ ମାଡ଼ି ମାଡ଼ି ଆସୁଛି। ଫଳରେ ଲୋକଙ୍କ ଘରଦ୍ୱାର, ଚାଷଜମି ଲୀନ ହେବାକୁ ବସିଲାଣି। ସୁବଳପୁର ଗଁାର ୪୦ ପରିବାରଙ୍କ ଡିହ ପାଖକୁ କୂଳ ଖାଇ ମାଡ଼ି ଆସିଲାଣି। ଅଧିକାଂଶ ଲୋକଙ୍କ ଜୀବିକା ଚାଷ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଜମିକୁ ପଡ଼ିଆ ପକାଇଛନ୍ତି। କିଛିବର୍ଷ ତଳେ ଗଁାଠାରୁ ନଦୀ ୩୦୦ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ୩୦ ମିଟରରେ ପହଞ୍ଚତ୍ଛି। ଗ୍ରାମବାସୀ ଗଗନ ମହାଳିକ, ଚନ୍ଦନ ସାହୁ, ରିତ ନାୟକ, ରବୀନ୍ଦ୍ର ଜେନା, ଅଭୟ ଦାସ, ପ୍ରଶାନ୍ତ ପଣ୍ଡା, ପଦ୍ମନାଭ ନାୟକ ପ୍ରମୁଖ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବନ୍ୟା ନିରୋଧକ ବନ୍ଧ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମନେଇଘାଇ ଭାଙ୍ଗିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ମନେଇଘାଇ ବନ୍ଧ ଭାଙ୍ଗି ଏଠାରେ ବ୍ୟାପକ କ୍ଷତି ଘଟାଇଥିଲା। କେନ୍ଦ୍ରୀୟ ଟିମ୍‌ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ମରାମତି ଏଯାବତ୍‌ ଆରମ୍ଭ ହେଲା ନାହିଁ। ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ମରାମତି ତୁରନ୍ତ ହେବା ଦରକାର। ନଦୀକୂଳରୁ ଅତଡ଼ା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଆଳି ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ଏଭଳି ଘଟଣା ସଂକ୍ରାନ୍ତରେ ଅବଗତ ନାହଁି। ଏହି କାର୍ଯ୍ୟ ପାଇଁ ଏସ୍‌ଡିଓଙ୍କୁ କହିବି, ବ୍ୟୟ ବରାଦ କରାଯାଇ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri