ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସୋନପୁର ବ୍ଲକ ନାରାୟଣପୁରକୁ ବ୍ଲକ ମାନ୍ୟତା ଦାବି ଜୋର ଧରିଛି। ଏନେଇ ନାରାୟଣପୁର ପଞ୍ଚାୟତ ଅଫିସ ପରିସରରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା।

ବୈଠକରେ ବହୁ ଦିନରୁ ସ୍ଥାନୀୟ ଜନସାଧାରଣ ନାରାୟଣପୁରକୁ ବ୍ଲକ ଘୋଷଣା କରିବାକୁ ଦାବିହୋଇ ଆସୁଥିଲେ ହେଁ ସରକାର ଦୃଷ୍ଟି ଦେଇ ନ ଥିଲେ l ଏନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସଭାରେ ନାରାୟଣପୁର ତଥା ଆଖପାଖ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ।

ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ସନ୍ତୋଷ ପଧାନ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଘୁମଣି ବେହେରା, ଭକ୍ତ ସେଠୀ, ଦାରା ସିଂ କୁମ୍ଭାର, ରାମାନନ୍ଦ କମ୍ପ ଓ ସରୋଜ ତାଣ୍ଡି ପ୍ରମୁଖ ମତାମତ ରଖିଥିଲେ।

ସଭାରେ ୧୪ଟି ପଞ୍ଚାୟତ ନାରାୟଣପୁର, ବଲାଡି, ପାଇକାହାଲ, ଖାରୀ, ପୁଆ, ଜରାଜାରିଙ୍ଗ, ରାଣୀସର୍ଡା, ରେଙ୍ଗାଲି, ଶିମୁଣ୍ଡା, ମୟୁରଉଡାନ, ଖରଜୁରା, ମଲ୍ଲିକମୁଣ୍ଡା, ଲଛିପୁର ଓ ଛକୋରମାଲର ଗ୍ରାମବାସୀଙ୍କ ମତାମତ ଗ୍ରହଣ କରି ଦାବିକୁ ଆହୁରି ଜୋରଦାର କରିବାକୁ ସଭାରେ ସ୍ଥିର ହୋଇଥିଲା।

ଏଥିରେ ଭାଜପା ନେତା ରାମେଶ୍ବର ପଧାନ, ଶବର ମଲ୍ଲିକ, ଅଜଲ ଖାନ, ଅଭିରାମ ଘିବେଲା, ରମେଶ ଚନ୍ଦ୍ର ମିଶ୍ର, ଶ୍ରୀହରି ଦୀପ, ସୈମିତ୍ରୀ କମ୍ପ, ପ୍ରେମା ମିଶ୍ର, ଶିବ ସାହୁ, ପୁରନ୍ଦର ସାହୁ, ଲିଙ୍ଗରାଜ ବଘାର, ଗୈାରାଙ୍ଗ ଅଦାରିଆ, ରଘୁମଣି କର୍ମୀ, ରାମ ଗୋପାଳ ପୁଟେଲ, କୁନୁ ବଗର୍ତ୍ତି, ସୁରଥ ସାହୁ, ଡାକ୍ତର କ୍ଷେତି, ଆକାଶ ତାଣ୍ଡି, ଶ୍ୟାମଘନ ଚାଉଳିଆ, ରିଆଜ ମହମ୍ମଦଙ୍କ ସହ ନାରାୟଣପୁର ଏବଂ ଆଖପାଖ ସମସ୍ତ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri