ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ ୧୧ଟା ୨ମିନିଟରେ ହୀରାକୁଦ ଜଳଭଣ୍ଡାର ରାଇଟ ବାଇକ୍ ଉପରେ ରହିଥିବା ଏଚଆର୍ ଗେଟ ଖୋଲିଥିଲେ। ପ୍ରଥମ ପର୍ଯ୍ୟାୟରେ ବରଗଡ଼ ମୁଖ୍ୟ କେନାଲକୁ ୫୦୦ କ୍ୟୁସେକ୍ ପାଣି ଛଡ଼ାଯାଇଛି।


