ଦୁଇଜଣ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ଘରୋଇ ବ୍ୟାଙ୍କ ଗୁଡିକୁ କହିଲେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫।୧୦: ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦୁଇ ନିର୍ଦେଶକଙ୍କ ବ୍ୟତୀତ ପରିଚାଳନା ନିର୍ଦେଶକ(ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ବ୍ୟାଙ୍କର ବୋର୍ଡ଼ରେ ସାମିଲ ରହିବେ, ଯାହା ପରବର୍ତ୍ତୀ ସମୟରେ କ୍ଷମତା ପରିବର୍ତ୍ତନ କରିବାକୁ ସୁବିଧା ହେବ।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ଅସ୍ଥିରତା ପାଇଁ, ପରିଚାଳନା କ୍ଷେତ୍ରରେ ଏହି ନିଷ୍ପତି ସହାୟକ ହେବ ବୋଲି ଆରବିଆଇ କହିଛି। ଏହି ପ୍ରକାର ଟିମ୍ ବିକଶିତ କଲେ ଉତ୍ତରାଧିକାରୀ ଚୟନରେ ମଧ୍ୟ ସୁବିଧା ହେବ। ତେବେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତିକୁ ମାନିବାକୁ ବ୍ୟାଙ୍କ ଗୁଡିକୁ ଚାରି ମାସର ସମୟ ଦିଆଯାଇଛି।

Share