ଅଧଘଣ୍ଟା ପୂର୍ବରୁ କରିହେବ ରିଜର୍ଭେଶନ ଟିକେଟ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକେଟ ସଂରକ୍ଷଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ଟ୍ରେନ୍‌ ଷ୍ଟେଶନ ଛାଡିବାର ୪ ଘଣ୍ଟା ପୂର୍ବରୁ ସିଟ୍‌ ରିଜର୍ଭେଶନର ପ୍ରଥମ ଚାର୍ଟ ପ୍ରକାଶ ପାଇଥାଏ। ବର୍ତ୍ତମାନ ଅଧଘଣ୍ଟା ପୂର୍ବରୁ ଦ୍ୱିତୀୟ ଚାର୍ଟ ପ୍ରକାଶ ପାଇବ। ଆସନ୍ତା ୧୦ ତାରିଖରୁ ସଂରକ୍ଷଣ ଚାର୍ଟ ପ୍ରକାଶନ କ୍ଷେତ୍ରରେ ଏହି ନୂଆ ନିୟମ ଲାଗୁ ହେବ। ଏ ନେଇ ଭାରତୀୟ ରେଳପଥ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୋନାଲ ରେଳପଥର ଅନୁରୋଧକ୍ରମେ ଭାରତୀୟ ରେଳପଥ ଏହି ନିଷ୍ପତ୍ତି ନେଇଛି। ଏଥିଯୋଗୁ ଅଧିକ ସଂଖ୍ୟାରେ ଯାତ୍ରୀ ଆଉ ନିରାଶ ହେବେ ନାହିଁ। ପ୍ରଥମ ରିଜର୍ଭେଶନ ଚାର୍ଟରେ ଥିବା ଖାଲି ସିଟ୍‌ ପାଇଁ କିପରି ଯାତ୍ରୀମାନେ ଅନଲାଇନ୍‌ କିମ୍ବା କାଉଣ୍ଟରରୁ ଟିକେଟ୍‌ ବୁକିଂ କରିପାରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଅପେକ୍ଷା ତାଲିକା(ଓ୍ବେଟିଂ ଲିଷ୍ଟ୍‌)ରେ ଥିବା ଯାତ୍ରୀମାନେ ଶେଷ ମୁହୂର୍ତ୍ତ (ଟ୍ରେନ୍‌ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ) ପର୍ଯ୍ୟନ୍ତ ସୁଯୋଗ ପାଇପାରିବେ। ଜରୁରୀ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ମଧ୍ୟ ଉପକୃତ ହେବେ। ଏହାସହ ଟ୍ରେନ୍‌ରେ ଟିଟିଇଙ୍କ ଚତୁରତା ମଧ୍ୟ ଶେଷ ହେବ।
ଏହାବ୍ୟତୀତ ଭାରତୀୟ ରେଳପଥ ବର୍ତ୍ତମାନ ଟ୍ରେନ୍‌ ଚଳାଇବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ସାହାଯ୍ୟ ନେବାକୁ ଯାଉଛି। ଉତ୍ସବ ବା ପର୍ବପର୍ବାଣି ଋତୁରେ ଆରମ୍ଭ ହେବାକୁ ଥିବା ଟ୍ରେନ୍‌ ଚୟନ ଏହି ଆଧୁନିକ ଡିଜିଟାଲ ପ୍ରଣାଳୀରେ କରାଯିବ। ଏହା ଅଧୀନରେ ଏକ ନିର୍ଦ୍ଦିଷ୍ଟ ମାର୍ଗର ଟ୍ରେନ୍‌ରେ ଅପେକ୍ଷା ତାଲିକା ନିର୍ଦ୍ଦିଷ୍ଟ ସଂଖ୍ୟାକୁ ଅତିକ୍ରମ କରିବା ମାତ୍ରେ ସେହି ମାର୍ଗରେ ଏକ ନୂତନ ଟ୍ରେନ୍‌ ଯୋଡାଯିବ। ଏହାଦ୍ବାରା ଯାତ୍ରୀମାନେ ସଂରକ୍ଷଣ ସିଟ୍‌ ପାଇବା ସହ ଗନ୍ତବ୍ୟସ୍ଥଳକୁ ସୁରୁଖୁରୁରେ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri