Categories: ଫୁରସତ

ଏହି ପରିବାର ଉପରେ ରିସର୍ଚ୍ଚ କରୁଛନ୍ତି ଗବେଷକ…

ବେଙ୍ଗାଲୁରୁ: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍‌ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ ୭ ପିଢ଼ି ଧରି ପ୍ରଚଳିତ ହେଉଛି। ଏହି ପରିବାରର ସମ୍ପତ୍ତି କେବେ ମଧ୍ୟ ଭାଗବଣ୍ଟା ହୋଇ ନାହିଁ। ଏବେ ଏହି ପରିବାରର ସଦସ୍ୟ ସଂଖ୍ୟା ୧୪୦ ରହିଛି। ସେଥି ମଧ୍ୟରେ ୮୦ ଜଣ ପୁରୁଷ ଥିବାବେଳେ ୬୦ ଜଣ ମହିଳା ରହିଛନ୍ତି। ପରିବାରରେ ସମସ୍ତ ସଦସ୍ୟ ଖୁସିରେ ରହିଥାନ୍ତି। ପରିବାର ସଦସ୍ୟଙ୍କ ଖୁସିର ରହସ୍ୟ ଜାଣିବା ପାଇଁ ପ୍ରତିବର୍ଷ ମୁମ୍ବାଇ, ବେଙ୍ଗାଲୁରୁ, ହୁବଲୀ ଆଦି ଅଞ୍ଚଳର ୧୫ରୁ ୨୦ ଶିକ୍ଷାର୍ଥୀ ରିସର୍ଚ୍ଚ କରିଥାନ୍ତି। ପରିବାରରେ ୧୮ ବର୍ଷ ବୟସ୍କ ୩୦ ଜଣ ଯୁବକ ରହିଛନ୍ତି। ପରିବାର ପାଖରେ ୨ ଶହ ଏକର ଜମି ଏବଂ ୪୦ଟି ଗାଈ ରହିଛି। ଗାଈ ପ୍ରତିଦିନ ୧୫୦ ଲିଟର କ୍ଷୀର ଦେଇଥାନ୍ତି। ୬୦ ଲିଟର କ୍ଷୀର ଘରେ ବ୍ୟବହୃତ ହୋଇଥାଏ। ଅବଶିଷ୍ଟ କ୍ଷୀର ବିକ୍ରି ହୋଇଥାଏ। ପ୍ରତିଦିନ ଖାଇବା ପାଇଁ ପରିବାରରେ ୩ଶହ ରୁଟି ପ୍ରସ୍ତୁତ ହୋଇଥାଏ।

Share